ଆକାଶରେ ପାଇଲଟ୍‌ଙ୍କୁ ହୃଦ୍‌ଘାତ, ତା’ ପରେ …

ନୂଆଦିଲ୍ଲୀ, ୨୮।୮: ଓମାନର ରାଜଧାନୀ ମସ୍କାଟରୁ ଶୁକ୍ରବାର ୧୨୬ ଯାତ୍ରୀଙ୍କୁ ଧରି ବାଂଲାଦେଶ ରାଜଧାନୀ ଢାକା ଯାଉଥିଲା ବିଜି-୨୨ ବିମାନ। ମଝି ଆକାଶରେ ଏହି ବିମାନର ପାଇଲଟ୍‌ ହୃଦ୍‌ଘାତର ସମ୍ମୁଖୀନ ହୋଇଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିମାନଟି ସଫଳତାର ସହ ନାଗପୁରରେ ସଫଳ ଅବତରଣ କରିଛି।

ପାଇଲଟ କ୍ୟାପ୍‌ଟେନ୍‌ ନୌଶାଦ ଅସୁସ୍ଥ ହୋଇପଡ଼ିବାରୁ ବିମାନ କର୍ତ୍ତୃପକ୍ଷ କୋଲକାତା ଏଟିସି ସହ ଯୋଗାଯୋଗ କରିଥିଲା। ବିମାନକୁ ନାଗପୁର ବିମାନବନ୍ଦରରେ ମେଡିକାଲ ଏମର୍ଜେନ୍ସି ଲାଗି ଅବତରଣ କରାଇବାକୁ ପରାମର୍ଶ ଦେଇଥିଲା କୋଲକାତା ଏଟିସି। ପୂର୍ବାହ୍ନ ୧୧ଟା ୩୭ରେ ବିମାନଟି ଜରୁରୀ ଅବତରଣ କରିବା ପରେ ପାଇଲଟ୍‌ଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧାର ଆସିଛି ଏବଂ ତାଙ୍କ ଜୀବନ ପ୍ରତି ଏବେ ବିପଦ ନାହିଁ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Share