ହଜ୍‌ ପାଇଁ ସାଉଦିକୁ ପଦଯାତ୍ରା: ପାକିସ୍ତାନରେ ପ୍ରବେଶକଲେ ଭାରତୀୟ ଯୁବକ

ଲାହୋର,୮।୨(ପି.ଟି.): ପାଦରେ ଚାଲି ହଜ୍‌ ନିମନ୍ତେ ସାଉଦି ଆରବ ମାରାଥନ ଯାତ୍ରା କରୁଥିବା ଜଣେ ଭାରତୀୟ ଯୁବକ ମଙ୍ଗଳବାର ପାକିସ୍ତାନରେ ପ୍ରବେଶ କରିଛନ୍ତି। ଶିହାବ ଭାଇ(୨୯) ଓ୍ବାଘା ସୀମା ଦେଇ ପାକିସ୍ତାନରେ ପହଞ୍ଚବା ପରେ ସରଓ୍ବର ତାଜ୍‌ ଏବଂ ଭଗତ ସିଂ ମେମୋରିଆଲ ଫାଉଣ୍ଡେଶନ ପାକିସ୍ତାନର ଅଧ୍ୟକ୍ଷ ଇମତିଆଜ ରଶିଦ କୁରେଶୀ ତାଙ୍କୁ ସ୍ବାଗତ କରିଛନ୍ତି। ଭିଜା ଦେବା ପାଇଁ ପାକସ୍ତାନର ଏକ କୋର୍ଟ ମନା କରିବା ପରେ ଶିଆଦଙ୍କ ତରଫରୁ ସରଓ୍ବର ପାକିସ୍ତାନ ସୁପ୍ରିମକୋର୍ଟରେ ରିଟ୍‌ ପିଟିଶନ ଦାଏର କରିଥିଲେ। ହଜ୍‌ ଯାତ୍ରା ଜାରି ରଖିବା ଲାଗି ଭିଜା ପାଇଥିବାରୁ ଶିହାବ ବହୁତ ଖୁସି ଅଛନ୍ତି। ସେ ଭଲ ପାଇବା, ବନ୍ଧୁତ୍ୱ ଏବଂ ଭ୍ରାତୃଭାବର ବାର୍ତ୍ତା ଆଣିଥିବା କୁରେଶୀ କହିଛନ୍ତି। କେରଳ ବାସିନ୍ଦା ଶିହାବ ଗତବର୍ଷ ଅକ୍ଟୋବରରେ ହଜ୍‌ ପଦଯାତ୍ରାରେ ବାହାରିଥିଲେ। ସେ ୩,୦୦୦ କିଲୋମିଟର ଅତିକ୍ରମ କରି ଓ୍ବାଘା ସୀମାରେ ପହଞ୍ଚତ୍ବା ପରେ ତାଙ୍କ ପାଖରେ ଭିଜା ନ ଥିବାରୁ ପାକ୍‌ କର୍ତ୍ତୃପକ୍ଷ ତାଙ୍କୁ ଅଟକାଇଥିଲେ। ସେ ପାଦରେ ଚାଲି ହଜ୍‌ ଯାତ୍ରାରେ ଯାଉଥିବାରୁ ମାନବୀୟ ଦୃଷ୍ଟିକୋଣରୁ ତାଙ୍କୁ ଛାଡ଼ିବାକୁ ଶିହାବ ଅନୁରୋଧ କରିଥିଲେ। ଇମିଗ୍ରେଶନ ଅଧିକାରୀ ତାଙ୍କ ଅନୁରୋଧ ନ ରଖିବାରୁ ଲାହୋରର ସରଓ୍ବର ତାଙ୍କ ଭିଜା ପାଇଁ ସେଠାର ହାଇକୋର୍ଟରେ ପିଟିଶନ ଦାଏର କରିଥିଲେ। ହାଇକୋର୍ଟ ଭିଜା ଦେବାକୁ ମନା କରିବା ପରେ ସରଓ୍ବର ପାକ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଟ୍ରାଞ୍ଜିଟ୍‌ ଭିଜା ପାଇବା ପରେ ଶିହାବ ପାକିସ୍ତାନରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

IMD ଡିଜିଙ୍କ ବଡ଼ ସୂଚନା; ଆହୁରି ୨ ଦିନ ଛେଚିବ ବର୍ଷା, ଆଜି ରାତିରେ ଦକ୍ଷିଣ ଓଡ଼ିଶାରେ ହେବ….

ଭୁବନେଶ୍ବର,୨୩ା୯: ଗଭୀର ଅବପାତର ଗତି ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?