ଘୁଷୁରୀ ମଳଦ୍ୱାରରେ ଗ୍ରହଣ କରେ ଅକ୍ସିଜେନ୍‌: ମଣିଷଙ୍କଠାରେ ଏଭଳି ଜ୍ଞାନକୌଶଳ ପ୍ରୟୋଗ ସମ୍ଭାବନା …

ଟୋକିଓ/ନୂଆଦିଲ୍ଲୀ,୧୫।୫:ସମ୍ପ୍ରତି ପୃଥିବୀରେ କରୋନା ଆକ୍ରାନ୍ତଙ୍କ ଗୁରୁତର ସ୍ଥିତି ନେଇ ସଙ୍କଟ ସୃଷ୍ଟି ହୋଇଛି। କରୋନା ଭୂତାଣୁ ଫୁସ୍‌ଫୁସ୍‌କୁ ସଂକ୍ରମିତ କରୁଥିବାରୁ ଆକ୍ରାନ୍ତଙ୍କ ସ୍ବାଭାବିକ ନିଶ୍ୱାସ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଛି। କେତେକଙ୍କୁ ଭେଣ୍ଟିଲେଟରରେରେ ରଖାଯାଉଛି। କିଛି ଦେଶରେ ଅକ୍ସିଜେନ୍‌ ଅଭାବ ମଧ୍ୟ ଦେଖାଦେଇଛି। ଏପରିସ୍‌ତଳେ ବୈଜ୍ଞାନିକ ଘୁଷୁରୀର ଅକ୍ସିଜେନ୍‌ ଗ୍ରହଣ ପ୍ରଣାଳୀ ଉପରେ ଅଧ୍ୟୟନ କରି ଏହି ଜ୍ଞାନକୌଶଳକୁ ମଣିଷଠାରେ ପ୍ରୟୋଗ କରିବାର ଉଦ୍ୟମ କରୁଛନ୍ତି। ଘୁଷୁରୀ ମଳଦ୍ୱାରରେ ମଧ୍ୟ ଅକ୍ସିଜେନ୍‌ ଗ୍ରହଣ କରିଥାଏ। ଏହା ଫୁସ୍‌ଫୁସ୍‌ ଦୁର୍ବଳ ଥିବାରୁ ପ୍ରକୃତି ଘୁଷୁରୀଠାରେ ଏଭଳି ପ୍ରଣାଳୀ ସୃଷ୍ଟି କରିଛି। ସେହିପରି ପଦ୍ଧତି ଗୁରୁତର କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ପ୍ରୟୋଗ କରାଗଲେ ସୁଫଳ ମିଳିପାରିବ ବୋଲି ଜାପାନର ଟୋକିଓ ମେଡିକାଲ ଏବଂ ଡେଣ୍ଟାଲ ବିଶ୍ୱବିଦ୍ୟାଳୟରେ ବୈଜ୍ଞାନିକ ତାକାନୋରି ତାକେବେ ସୂଚନା ଦେଇଛନ୍ତି। ଏସମ୍ପର୍କିତ ଏକ ରିପୋର୍ଟ ସେଲ୍‌ ପତ୍ରିକାରେ ପ୍ରକାଶ ପାଇଛି। ମଧୁର ଜଳରେ ବାସ କରୁଥିବା କେତେକ ମାଛ ମଧ୍ୟ ପାଣିରେ ଏଭଳି ପ୍ରକ୍ରିୟାରେ ଅକ୍ସିଜେନ୍‌ ଗ୍ରହଣ କରିଥାନ୍ତି। ମଣିଷ କ୍ଷେତ୍ରରେ ଏହି ପ୍ରକ୍ରିୟା ଲାଗୁ ପାଇଁ କେତେକ ନିର୍ଦ୍ଦିଷ୍ଟ ଔଷଧ ଏବଂ ଉପକରଣର ଆବଶ୍ୟକ ହୋଇଥାଏ ବୋଲି ସେ କହିଛନ୍ତି। ଘୁଷୁରୀଙ୍କ ମଳଦ୍ୱାରରେ ପେରଫ୍ଲୋରୋକାର୍ବନ ତରଳ ପଦାର୍ଥ ଏନିମା ଭାବେ ପ୍ରୟୋଗ କରାଯାଇ ସଫଳତା ମିଳିଛି। ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କଠାରେ ଏଭଳି ଜ୍ଞାନକୌଶଳର ପ୍ରୟୋଗ କରାଯାଇଥାଏ। ଏହାଦ୍ୱାରା ରକ୍ତରେ ଅକ୍ସିଜେନ୍‌ର ସ୍ତରରେ ବୃଦ୍ଧି ଘଟିପାରିଥାଏ। ଏହି ପ୍ରଣାଳୀର ପ୍ରୟୋଗ ଭେଣ୍ଟିଲେଟରରେ ଥିବା କରୋନା ଆକ୍ରାନ୍ତଙ୍କଠାରେ କରାଗଲେ ସେମାନଙ୍କର ଅକ୍ଦିଜେନ୍‌ ସ୍ତର ମଧ୍ୟ ବୃଦ୍ଧି ଘଟିବାର ସମ୍ଭାବନା ରହିଛି ବୋଲି ତାକେବେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri