ସିନେଟରଙ୍କ ଘର ଆଗରେ ଘୁଷୁରିମୁଣ୍ଡ

ଓ୍ବାଶିଂଟନ, ୪ା୧: ଆମେରିକା ସିନେଟର ରିପବ୍ଲିକାନ ସଦସ୍ୟ ମିଚ ମ୍ୟାକକୋନେଲ ଏବଂ ଡେମୋକ୍ରାଟ ସ୍ପିକର ନାନ୍‌ସୀ ପେଲୋସିଙ୍କ ଘର ଆଗରେ ହୋୟାର ଇଜ୍‌ ମାଇ ମନି (ମୋ ଟଙ୍କା କେଉଁଠି ଅଛି) ବୋଲି ଲେଖିବା ସହ କେହି ଘୁଷୁରି ମୁଣ୍ଡ ଏବଂ ରକ୍ତ ଭଳି କିଛି ପଦାର୍ଥ ରଖିଥିବା ଦେଖିବାକୁ ମିଳିଛି। କରୋନା ମହାମାରୀ ପାଇଁ ରିଲିଫ ପ୍ୟାକେଜ ସମ୍ପର୍କରେ ବିତର୍କକୁ କେନ୍ଦ୍ର କରି ଏପରି କରାଯାଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଖ୍ରୀଷ୍ଟମାସ ଅବସରରେ ମହାମାରୀ ପାଇଁ ୯୦୦ ବିଲିୟନ ଡଲାର ସହାୟତା ପ୍ୟାକେଜ ଅନୁମୋଦନ କରାଯାଇଥିଲା। ଡେମୋକ୍ରାଟ୍‌ ନେତୃତ୍ୱାଧୀନ ହାଉସ ଅଫ୍‌ କଂଗ୍ରେସ ଏହି ସହାୟତା ରାଶିକୁ ୨,୦୦୦ ବିଲିୟନ ଡଲାରକୁ ବୃଦ୍ଧି ପାଇଁ ଅନୁମୋଦନ କରିଥିଲେ ହେଁ ରିପବ୍ଲିକାନ ନେତୃତ୍ୱରେ ଥିବା ଗୃହ ଏହି ବର୍ଦ୍ଧିତ ରାଶିକୁ ଅନୁମତି ଦେଇ ନ ଥିଲା। ଏହାକୁ କେନ୍ଦ୍ର କରି ବିବାଦ ଦେଖାଦେଇଛି।

Share