Categories: ଜାତୀୟ

ହସ୍ପିଟାଲରେ ଭର୍ତ୍ତି ହେଲେ ସୁଶାନ୍ତ ସିଂ ରାଜପୁତଙ୍କ ପିତା

ପାଟନା,୨୦।୧୨-ଦିବଂଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପିତା କେକେ ସିଂହ ରବିବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହରିୟାଣା ଫରିଦାବାଦ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେକେ ସିଂହଙ୍କ ହସ୍ପିଟାଲରେ ଭର୍ତ୍ତି ଥିବା ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଫଟୋରେ ସୁଶାନ୍ତ ସିଂଙ୍କ ଭଉଣୀ ପ୍ରିୟଙ୍କା ଓ ମିତୁ ହସ୍ପିଟାଲରେ ଉପସ୍ଥିତ ଥିବା ଦେଖାଯାଇଛି।

Share