Posted inଫୁରସତ

ପାଣି ଭିତରେ ଫୁଲରେ ତିଆରି ହୋଇଛି ଭଗବାନ ଶ୍ରୀକୃଷ୍ଣଙ୍କ ଛବି, ଭିଡିଓ ଦେଖିଲେ…

ସମଗ୍ର ବିଶ୍ୱରେ କୁଶଳୀ ପ୍ରତିଭାଙ୍କର ଅଭାବ ନାହିଁ। ଅନେକ ଥର ଏହିପରି ପ୍ରତିଭା ଆଖି ସାମ୍ନାକୁ ଆସିଥାଏ, ଯାହା ବିଶ୍ୱାସ କରିବା ଆମ ପକ୍ଷେ କଷ୍ଟକର ହୋଇଥାଏ। ଅନେକ କଳାକାର ଅଛନ୍ତି,ଯେଉଁମାନେ ସେମାନଙ୍କର କଳାକୁ ନେଇ ବେଶ୍‌ ବିସ୍ମିତ। ସୋସିଆଲ ମିଡିଆରେ ଏହିପରି ଏକ କଳାର ଭିଡିଓ ଶେୟାର କରାଯାଇଛି, ଯାହାକୁ ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିହେବନି। ଯେଉଁମାନଙ୍କର ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଭକ୍ତି ରହିଛି, ସେମାନଙ୍କ ମନ ଖୁସିରେ ନାଚି ଉଠିବ। ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି ପାଣି ଭିତରେ ବିଭିନ୍ନ ଫୁଲରେ ତିଆରି ହୋଇଛି। ଯାହାକି ଅତ୍ୟନ୍ତ ଆକର୍ଷଣୀୟ।

 

@mpparimal ନାମକ ଏକ ଟୁଇଟର ପେଜ୍‌ରେ ଏହି ଭିଡିଓଟି ଶେୟାର କରାଯାଇଛି। ଭିଡିଓରେ ଏକ ନଦୀ ଭିତରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି ତିଆରି ହୋଇଛି। ପୂର୍ବରୁ ଆପଣ ନିଶ୍ଚିତ ଭାବରେ କାଗଜ, କାଠ ଏବଂ ବାଲିରେ ନିର୍ମିତ ଅନେକ କଳାକୃତି ଦେଖିଥିବେ। କିନ୍ତୁ ପାଣି ଭିତରେ ଏପରି ମୂର୍ତ୍ତି ତିଆରି ହେବା ହୁଏତ ଦେଖି ନ ଥିବେ। ଅନେକ ଥର ଏହି ଭିଡିଓ ଦେଖିବା ପରେ ବିଶ୍ୱାସ ହେବନି ଯେ, ପ୍ରବାହିତ ନଦୀରେ ଏପରି କିପରି ସମ୍ଭବ? ଭଗବାନଙ୍କ ମୂର୍ତ୍ତି ଯେତିକି ସୁନ୍ଦର ତା’ଠୁ ଅଧିକ ସୁନ୍ଦର କଳାକାରଙ୍କ ପ୍ରତିଭା। ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।

ଭିଡିଓ ଶେୟାର କରାଯାଇ ଏଥିରେ କ୍ୟାପଶନ ଲେଖାଯାଇଛି, ‘ଭାରତୀୟ କଳାକାରମାନେ ପ୍ରକୃତରେ ଦକ୍ଷ’! ନଦୀ ଜଳ ଉପରେ ଖୋଦିତ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି ଲୋକଙ୍କୁ ଅଧିକ ପ୍ରଭାବିତ କରୁଛି। ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ଉଠିପାରେ, ଫୁଲରେ ନିର୍ମିତ ଏହି ପ୍ରତିଛବି କାହିଁକି ଜଳର ତରଙ୍ଗ ସତ୍ତ୍ୱେ ଖରାପ ହେଉନାହିଁ। ଏହି ଭିଡିଓକୁ ଭଲଭାବେ ଦେଖିଲେ ଜାଣିପାରିବେ ଯେଉଁଠାରେ ଭଗବାନଙ୍କ ପ୍ରତିଛବି ତିଆରି ହୋଇଛି ତା’ ଚାରିପାଖରେ ଏକ ବର୍ଗାକାର ସୀମା ନିର୍ଦ୍ଧାରିତ ହୋଇଛି। ଏହା ଭିତରେ ବିଭିନ୍ନ ରଙ୍ଗରେ ଫୁଲର ପ୍ରତିଛବି କରାଯାଇଛି। ଯାହାଦ୍ୱାରା ଢେଉ ଆସିଲେ ମଧ୍ୟ ଫୁଲ ନଷ୍ଟ ହେଉନାହିଁ। ଏହା କେବଳ ଏକ କଳାର ରୂପ ନୁହେଁ, ଏହା ଏକ ମନର ଖେଳ ମଧ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri