ଭଙ୍ଗାହାଡ଼ର ଛବି

ଲୁହାଛଡ଼ର ଛାଞ୍ଚରେ ଇଟା-ବାଲି-ସିମେଣ୍ଟ ଲଗାଇ ବଡ଼ ବଡ଼ କୋଠାଘର ତିଆରି ହୁଏ। ଛାଞ୍ଚ ନ ରହିଲେ କୋଠାଘର ଛିଡ଼ା ହୋଇପାରିବ ନାହିଁ। ଠିକ୍‌ ସେମିତି, ଆମ ଶରୀରକୁ ତିଆରି କରିବା ପାଇଁ ମୂଳ ଛାଞ୍ଚ ହେଉଛି ହାଡ଼କଙ୍କାଳ (ସ୍କେଲିଟନ୍‌), ଯାହା ଉପରେ ମାଂସ ଓ ଚର୍ମ ଲାଗିଲେ ଶରୀର ଗଢ଼ା ହୁଏ। ଶରୀର ଭିତରେ କଙ୍କାଳ ନ ରହିଲେ ଆମେ ସିଧା ଛିଡ଼ାହୋଇ ପାରିବା ନାହିଁ। ପିଲାଟିଏ ଜନ୍ମ ହେବା ସମୟରେ ତା’ କଙ୍କାଳରେ ୩୦୬ ଖଣ୍ଡ ହାଡ଼ ଥାଏ। କିନ୍ତୁ ବଡ଼ ହେଲା ପରେ ସେଗୁଡ଼ିକ ଯୋଡ଼ିହୋଇ ୨୦୬ ଖଣ୍ଡ ହାଡ଼ରେ ପରିଣତ ହୁଏ। ତେଣୁ ମଣିଷ ଶରୀରରେ ୨୦୬ ଖଣ୍ଡ ହାଡ଼ ଅଛି ବୋଲି ଆମେ କହୁ। ଜଣେ ବୟସ୍କ ବ୍ୟକ୍ତିର ସେଇ ୨୦୬ ଖଣ୍ଡ ହାଡ଼କୁ ଓଜନ କଲେ ପାଖାପାଖି ୨୦ କିଗ୍ରା ହେବ। ହାଡ଼ଗୁଡ଼ିକ ଶକ୍ତ ଥାଏ ବୋଲି ଆମେ ସିଧା ଚାଲିପାରୁ ଓ କଷ୍ଟ କାମ କରିପାରୁ। କିନ୍ତୁ ଜୋର୍‌ ଆଘାତ ପାଇଲେ ଆମର ହାଡ଼ ବି ଭାଙ୍ଗି ଯାଇପାରେ। ଚମଡ଼ା ଭିତରେ ଥିବା ଭଙ୍ଗାହାଡ଼ର ଛବି ଦେଖିବା ପାଇଁ ‘ଏକ୍ସ-ରେ’ କରାଯାଏ।
କଥା, ଆମେ କହୁ, ହାଡ଼ ଭାଙ୍ଗିଥିଲା, ତେଣୁ ଏକ୍ସ-ରେ କଲୁ। ପ୍ରକୃତରେ ଏକ୍ସ-ରେ ହେଉଛି ଆଲୋକ ଭଳି ଏକ ବିକିରଣ, ଯାହାକୁ ବିଦ୍ୟୁତ୍‌-ଚୁମ୍ବକୀୟ ତରଙ୍ଗ ବୋଲି କୁହାଯାଏ। ହାଡ଼ ଭାଙ୍ଗିଥିଲେ ଆମେ କ’ଣ ସେଇ ବିକିରଣକୁ ତିଆରି କରୁ? ନା, ଆମେ କାହିଁକି ତାକୁ ତିଆରି କରିବୁ? ଠିକ୍‌ କଥାଟା ହେଉଛି, ସେହି ଏକ୍ସ-ରେ ବିକିରଣକୁ ବ୍ୟବହାର କରାଯାଇ ଚମଡ଼ା ଓ ମାଂସ ଭିତରେ ଲୁଚି ରହିଥିବା ହାଡ଼ର ଫଟୋ ଉଠାଯାଏ। ଏଇଠି ଗୋଟେ କଥା ମନେ ପକେଇବା। ଆମେ କ’ଣ କ୍ୟାମେରା ବା ମୋବାଇଲ ଦ୍ୱାରା ଫଟୋ ଉଠେଇବା ପାଇଁ ଏକ୍ସ-ରେ ବିକିରଣ ବ୍ୟବହାର କରୁ କି? ନା, ଆଦୌ ନୁହେଁ, ‘ଏକ୍ସ-ରେ’ ବିକିରଣ ବ୍ୟବହାର ହୁଏ ନାହିଁ। ବରଂ କ୍ୟାମେରାରେ ଆମେ ଫଟୋ ଉଠେଇବା ସକାଶେ ସାଧାରଣ ଆଲୋକର ସାହାଯ୍ୟ ନେଉ। ଏବେ ମନରେ ପ୍ରଶ୍ନ ଉଠୁଛି, ସାଧାରଣ ଆଲୋକ ବ୍ୟବହାର କରି ହାଡ଼ର ଫଟୋ ଉଠେଇବା ସମ୍ଭବ ନୁହେଁ କାହିଁକି?
ସାଧାରଣ କ୍ୟାମେରାରେ ଆମର ଫଟୋ କେମିତି ଉଠାଯାଏ, ସେକଥା ପ୍ରଥମେ ବୁଝିବା। ଆମ ଉପରେ ସାଧାରଣ ଆଲୋକ ପଡ଼ିଲେ, ଆମ ଶରୀରରୁ ମଧ୍ୟ ଆଲୋକ ବିକିରଣ ହୁଏ। କ୍ୟାମେରାର ଅତି ସରୁ କଣା ଦେଇ ସେହି ବିକିରଣ କ୍ୟାମେରା ଭିତରକୁ ଯାଇ ଝରକା ପରି କାମ କରୁଥିବା ଏକ ପରଦା ଉପରେ ଆମର ଅବିକଳ ଓଲଟା ଛବି ତିଆରି କରେ। ସେଇ ପରଦା ଓ ସରୁ କଣା ମଧ୍ୟରେ ଦୂରତାକୁ କମ୍‌-ବେଶି କରି ସେଇ ଛବିକୁ ଅଧିକ ସ୍ପଷ୍ଟ ଓ ପରିଷ୍କାର କରାଯାଏ। ତା’ ପରେ ବଟନ୍‌ରେ କ୍ଲିକ୍‌ କଲେ ନିମିଷକ ପାଇଁ ଝରକା ଖୋଲିଯାଏ ଓ ଛବିଟି ଯାଇ ଝରକା ପଛପଟେ ଥିବା ଅତି ସମ୍ବେଦନଶୀଳ (ସେନ୍‌ସିଟିଭ୍‌) ପରଦା ଉପରେ ପଡ଼େ। ସେହି ପରଦାରେ ରାସାୟନିକ ପଦାର୍ଥର ଲେପ ଥାଏ, ଯାହାକି ଆଲୋକ ସହିତ ପ୍ରତିକ୍ରିୟା କରେ। ଛବି ହେଉଛି ଆଲୋକ ଓ ଛାଇର ଏକ ସୁନ୍ଦର ସଜ୍ଜା। ଆମର ଓଲଟା ଛବିର ଯେଉଁ ଯେଉଁ ଜାଗାରେ ଆଲୋକ ଥାଏ, ପରଦାର ସେଇ ଅଞ୍ଚଳରେ ପ୍ରତିକ୍ରିୟା ହୁଏ ଓ ସେଠାରେ ଦାଗ ସୃଷ୍ଟି ହୁଏ। ଛବିରେ ଆଲୋକ ନଥିବା ଅଞ୍ଚଳରେ ପ୍ରତିକ୍ରିୟା ହୁଏ ନାହିଁ କି ଦାଗ ସୃଷ୍ଟି ହୁଏ ନାହିଁ। ତେଣୁ ପରଦା ଉପରେ ଦାଗର ଏକ ସୁନ୍ଦର ପରିପାଟୀ ତିଆରି ହେଇଯାଏ। ଏହିପରି ପରଦା ଉପରେ ଆମର ଅବିକଳ ଛବି ଆଙ୍କି ହୋଇଯାଏ।
ଛବି ଉଠିଲା ବେଳେ ଆହୁରି ଅଦ୍ଭୁତ ଘଟଣା ଘଟେ। ସାଧାରଣ ଆଲୋକ ଆମ ଉପରେ ପଡ଼ିଲେ, ସେଇଠି ଅଟକିଯାଏ। ହେଲେ ‘ଏକ୍ସ-ରେ’ ବିକିରଣ ଆମ ଶରୀର ଭିତରକୁ ପ୍ରବେଶ କରିପାରେ। କାରଣ ଏହି ବିକିରଣର ଆମ ଶରୀର ଭିତରେ ପଶିପାରିବା ସକାଶେ ଯଥେଷ୍ଟ ଶକ୍ତି ଅଛି। ଆଲୋକର ଶକ୍ତିକୁ ବୈଜ୍ଞାନିକମାନେ ‘ଇଭି’ ଏକକରେ ମାପ କରନ୍ତି, ଯେମିତି ସମୟକୁ ‘ମିନିଟ୍‌’ ଓ ଉଚ୍ଚତାକୁ ‘ମିଟର’ ଏକକରେ ମପାଯାଏ। ‘ଇଭି’ର ୧୦୦୦ ଗୁଣ ହେଉଛି ‘କେଇଭି’ ଏକକ। ଆମେ ଦେଖୁଥିବା ବିଭିନ୍ନ ରଙ୍ଗର ଆଲୋକ ଭିତରୁ ନୀଳ ଆଲୋକର ଶକ୍ତି ଅଧିକ, ଯାହାର ମୂଲ୍ୟ ପାଖାପାଖି ୨.୬୪ ଇଭି।
କିନ୍ତୁ ଏକ୍ସ-ରେ ବିକିରଣର ଶକ୍ତି ଖୁବ୍‌ ଅଧିକ, ୧୨୪ ଇଭିରୁ ୧୨୪ କେଇଭି।
ହାଡ଼ର ଫଟୋ ଉଠେଇବା ପାଇଁ ବ୍ୟବହୃତ ଏକ୍ସ-ରେ ବିକିରଣର ଶକ୍ତି ୧୦ କେଇଭିରୁ ଅଧିକ ଥାଏ। ତେଣୁ ସାଧାରଣ ଆଲୋକର ଶକ୍ତିକୁ ଦେଖିଲେ ସେହି ଏକ୍ସ-ରେ ବିକିରଣ ଅତି କମ୍‌ରେ ୪୦୦୦ ଗୁଣ ଶକ୍ତିଶାଳୀ। ଏତେ ଶକ୍ତିଶାଳୀ ବିକିରଣ ଆମ ଶରୀର ଭିତରେ ସହଜରେ ପ୍ରବେଶ କରିପାରିବ।
ଲୋକଟିର ପାପୁଲି ଭିତରେ ହାଡ଼ ଭାଙ୍ଗିଛି। ଭଙ୍ଗାହାଡ଼ର ଫଟୋ ଉଠେଇବା ପାଇଁ ଲୋକଟି ଏକ୍ସ-ରେ ମେଶିନ୍‌ ଆଗରେ ଟେବୁଲ ପାଖରେ ବସିବ ଓ ସେହି ହାତକୁ ଟେବୁଲ ଉପରେ ରଖିବ, ଯେପରି କହୁଣିଠାରୁ ହାତପାପୁଲି ପର୍ଯ୍ୟନ୍ତ ଅଂଶ ଟେବୁଲକୁ ସିଧା ଭାବରେ ଛୁଇଁବ। ‘ଏକ୍ସ-ରେ’ ମେଶିନ୍‌ ସହିତ ଲାଗିଥିବା ଏକ ଛୋଟ ବାକ୍‌ସକୁ ପାପୁଲିର ଠିକ୍‌ ଉପରେ ହାତେ କି ଦୁଇହାତ ଉଚ୍ଚତାରେ ରଖାଯିବ। ଟେକ୍ନିସିଆନ୍‌ ସୁଇଚ୍‌ ଅନ୍‌ କରିବେ ଓ ସଙ୍ଗେ ସଙ୍ଗେ ଅଫ୍‌ କରିବେ। ସେଇ କେଇଟା ମୁହୂର୍ତ୍ତ ଭିତରେ ବାକ୍‌ସରୁ ଅତି ଶକ୍ତିଶାଳୀ ଏକ୍ସ-ରେ ବିକିରଣ ବାହାରି ପାପୁଲି ଉପରେ ପଡ଼ିବ ଏବଂ ପାପୁଲିକୁ ଅତିକ୍ରମ କରି ଟେବୁଲ ତଳେ ଥିବା ଫଟୋ-ପ୍ଲେଟ୍‌କୁ ଛୁଇଁବ। ସେହି ପ୍ଲେଟ୍‌ ଉପରେ ସମ୍ବେଦନଶୀଳ ରାସାୟନିକ ପଦାର୍ଥର ପତଳା ଲେପ ଥାଏ। ପ୍ଲେଟ୍‌ର ଯେଉଁ ଅଞ୍ଚଳରେ ଏକ୍ସ-ରେ ପଡେ, ସେହି ଅଞ୍ଚଳରେ ରାସାୟନିକ ପଦାର୍ଥ ସହିତ ପ୍ରତିକ୍ରିୟା କରେ। ଫଳରେ ସେଇ ସ୍ଥାନରେ ଦାଗ ସୃଷ୍ଟି ହୁଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାପୁଲିର ଚର୍ମ ଓ ମାଂସକୁ ଏକ୍ସ-ରେ ଭେଦ କରିପାରେ, କିନ୍ତୁ ହାଡ଼କୁ ଅତିକ୍ରମ କରିପାରେ ନାହିଁ। ତେଣୁ ପାପୁଲିର ହାଡ଼ ତଳେ ରହିଥିବା ଜାଗାରେ ଏକ୍‌ସ୍‌-ରେ ପହଞ୍ଚତ୍ପାରେ ନାହିଁ କି ପ୍ଲେଟ୍‌ର ସେହି ଅଞ୍ଚଳରେ ଦାଗ ପଡେ ନାହିଁ। ଏହିପରି ପ୍ଲେଟ୍‌ ଉପରେ ପୂରା ପାପୁଲିର ଛବି ନୁହେଁ, କେବଳ ପାପୁଲି-ହାଡ଼ର ଛବି ଆଙ୍କି ହୋଇଯାଏ। ସେହି ଛବିକୁ ପ୍ଲେଟ୍‌ ଭିତରେ ସ୍ଥାୟୀ ଭାବରେ ରଖିବା ପାଇଁ ଟେକ୍‌ନିସିଆନ୍‌ ପ୍ଲେଟ୍‌କୁ ନେଇ ଡାର୍କରୁମ୍‌ ଭିତରେ ପ୍ରୋସେସିଙ୍ଗ୍‌ କରନ୍ତିି ଓ ତା’ ପରେ ଭଙ୍ଗାହାଡ଼ର ଛବି ଥିବା ସେହି ଏକ୍ସ-ରେ ପ୍ଲେଟ୍‌କୁ ଆମକୁ ଦିଅନ୍ତି। ଏମିତି ଦେଖିଲେ ପ୍ଲେଟ୍‌ ପୂରା କଳା ଦିଶେ। କିନ୍ତୁ ଏହାକୁ ଆଲୋକ ସାମ୍‌ନାରେ ଧରି ଭିତରକୁ ଅନେଇଲେ ପାପୁଲି ଭିତରର ହାଡ଼କୁ ସ୍ପଷ୍ଟ ଦେଖିହୁଏ। ହାଡ ଭାଙ୍ଗିଥିଲେ, ସେହି ଛବିରୁ ଜଣା ପଡ଼େ। କହିବା ବାହୁଲ୍ୟ, ଯଦି ‘ଏକ୍ସ-ରେ’ ବିକିରଣ ଆମର ହାଡ଼ ଭିତର ଦେଇ ଗଳିଯାଇପାରନ୍ତା, ତେବେ ହାଡ଼ର ଛବି ଉଠିପାରନ୍ତା ନାହିଁ।

କମଳାକାନ୍ତ ଜେନା
-ସଦସ୍ୟ, ଓଡ଼ିଶା ବିଜ୍ଞାନ ଏକାଡେମୀ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ଭଦ୍ରକ, ମୋ : ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri