Posted inଜାତୀୟ

ତାରବାଡ଼ରୁ ଛବି ମଳିନ

ନୂଆଦିଲ୍ଲୀ,୪ା୨: କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ଦେଶରେ ନାହିଁ ନ ଥିବା ଅଚଳାବସ୍ଥା ସୃଷ୍ଟି କରିଛି। ଏହି କୃଷକ ବିରୋଧୀ ଆଇନକୁ ପ୍ରତ୍ୟାହାର ସହ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ନିଶ୍ଚିତ କରିବା ଲାଗି ନୂଆ ଆଇନ ପ୍ରଣୟନ କରାଯାଉ ବୋଲି ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଆନ୍ଦୋଳନରତ ଚାଷୀଙ୍କୁ ପୋଲିସ ଘେରିଛି। ସେମାନେ ଯେପରି ବାହାରକୁ ଯାଇପାରିବେନି କି ବାହାରୁ କେହି ଆନ୍ଦୋଳନସ୍ଥଳକୁ ଆସିପାରିବେ ନାହିଁ ତାହା ସୁନିଶ୍ଚିତ କରିବା ଲାଗି ଦିଲ୍ଲୀ ସୀମାରେ ବ୍ୟାରିକେଡ୍‌ ନାମରେ ସୃଷ୍ଟି କରାଯାଇଛି ଅଭୂତପୂର୍ବ ପ୍ରତିବନ୍ଧକ। ସିମେଣ୍ଟ କଂକ୍ରିଟ୍‌ ନିର୍ମାଣ ସହ ତାରଜାଲିର ବାଡ଼ ନିୟନ୍ତ୍ରଣରେଖା (ଏଲ୍‌ଓସି)ର ଭ୍ରମ ସୃଷ୍ଟି କରୁଛି। କେନ୍ଦ୍ର ସରକାରଙ୍କ ଏହି କାର୍ଯ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦା କରାଯାଇଛି। ମୋଟାମୋଟି ଭାବେ ଏହି ଚିତ୍ର ବିଶ୍ୱରେ ଭାରତର ଛବିକୁ ମଳିନ କରିଛି। ଏହାକୁ ଦେଖି କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ କୃଷି ଆଇନକୁ ସ୍ଥଗିତ ରଖିବା ନେଇ କହିସାରିଥିବାବେଳେ କେତେକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ବିକ୍ଷୋଭ ଆଳରେ ନିଜ କାର୍ଯ୍ୟସୂଚୀକୁ କାର୍ଯ୍ୟକାରୀ କରାଇବାକୁ ଉଦ୍ୟମ କରୁଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସମାଲୋଚନା କରାଯାଇଛି।
ଦିଲ୍ଲୀ ସୀମାକୁ ଆବଦ୍ଧ କରାଯିବା ନେଇ ଅନ୍ତର୍ଜାତୀୟ ସମୁଦାୟର ପ୍ରତିକ୍ରିୟା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ରର ଭାଜପା ସରକାର ଦିଲ୍ଲୀ ସୀମାରେ ବ୍ୟାରିକେଡିଂ କରି ବିଶ୍ୱ ଦରବାରରେ ଭାରତର ଭାବମୂର୍ତ୍ତିକୁ ଖରାପ କରିଛନ୍ତି। କେବଳ ଚାଷୀଙ୍କ ପ୍ରତି ବ୍ୟବହାରକୁ ନେଇ ନୁହେଁ, ଅନ୍ୟ ଲୋକ ଓ ଖବରଦାତାମାନଙ୍କ ସହ ଯେପରି ବ୍ୟବହାର କରାଯାଉଛି ତାହା ଆମ ଦେଶକୁ ନିନ୍ଦିତ କରିଛି। ଭାଜପା-ଆର୍‌ଏସ୍‌ଏସ୍‌ ଯୋଗୁ ଏପରି ହୋଇଛି ବୋଲି ଏଆଇସିସି ମୁଖ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର ଖବରଦାତା ସମ୍ମିଳନୀରେ ରାହୁଲ କହିଛନ୍ତି। ପ୍ରଧାନମନ୍ତ୍ରୀ କହୁଛନ୍ତି, ଆଇନକୁ ସ୍ଥଗିତ ରଖିବା ନେଇ ସରକାରଙ୍କ ଆଭିମୁଖ୍ୟ ଏବେ ବି ବଜାୟ ରହିଛି। ଏହାର ତାତ୍ପର୍ଯ୍ୟ ଉକ୍ତ ଆଇନ ଉଚ୍ଛେଦ କରାଯିବା ଉଚିତ ବୋଲି ମୋଦି ବିଶ୍ୱାସ କରୁଛନ୍ତି। ଦେଶବାସୀଙ୍କୁ ଖାଦ୍ୟ ଯୋଗାଉଥିବା ଚାଷୀଙ୍କୁ ଘେରିବାକୁ ଯାଇ ସରକାର ଜାତୀୟ ରାଜଧାନୀକୁ ଦୁର୍ଗରେ ପରିଣତ କରିଛନ୍ତି। ସରକାର ସେମାନଙ୍କ ସହ କାହିଁକି କଥା ହେଉନାହାନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।
ପ୍ରକାଶ ଯେ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ସମେତ ଦେଶର ବିଭିନ୍ନ ଭାଗର ଲକ୍ଷାଧିକ କୃଷକ କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଏବଂ ଏମ୍‌ଏସ୍‌ପିର ଆଇନଗତ ଗ୍ୟାରେଣ୍ଟି ଦାବିରେ ଦିଲ୍ଲୀ ସୀମାରେ ନଭେମ୍ବର ୨୬ରୁ ଆନ୍ଦୋଳନ ଚଳାଇଛନ୍ତି। କେନ୍ଦ୍ର ସରକାର ଓ କୃଷକ ପ୍ରତିନିଧିମାନଙ୍କ ମଧ୍ୟରେ ୧୧ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଥିଲେ ବି କୌଣସି ସୁଫଳ ମିଳିପାରି ନାହିଁ। ଏହାକୁ ଦୃଷ୍ଟିରେ ରଖି ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରାଯାଇଥିଲା। ସରକାର ଲାଲକିଲ୍ଲା ହିଂସାକୁ ନେଇ ପ୍ରତିଶୋଧ ପରାୟଣ ହୋଇ ଶତାଧିକ ଚାଷୀଙ୍କୁ ଜେଲରେ ରଖିଛନ୍ତି। ଆହୁରି ଅନେକେ ନିଖୋଜ ହୋଇଯାଇଛନ୍ତି। ଗିରଫ ଚାଷୀମାନଙ୍କୁ ମୁକ୍ତ ନ କରିବା ଯାଏ ଆଲୋଚନା ଆଗକୁ ବଢ଼ିପାରିବ ନାହିଁ ବୋଲି କୃଷକ ନେତାମାନେ ସ୍ପଷ୍ଟ କରିଛନ୍ତି। ଏହାସହ ଆନ୍ଦୋଳନସ୍ଥଳରେ ହଇରାଣ କରିବା ଓ ଇଣ୍ଟରନେଟ୍‌ ବନ୍ଦ କରିଦେବା ଆଦିର ପ୍ରତିବାଦରେ ଶନିବାର ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ୩ ଘଣ୍ଟା ପାଇଁ ଦେଶବ୍ୟାପୀ ଜାତୀୟ ଓ ରାଜ୍ୟ ରାଜପଥଗୁଡ଼ିକରେ ଚକାଜାମ କରିବାକୁ କୃଷକ ସଙ୍ଗଠନଗୁଡ଼ିକ ଘୋଷଣା କରିଛନ୍ତି।

ଟୁଇଟରକୁ ଆଇଟି ମନ୍ତ୍ରଣାଳୟର ଚେତାବନୀ
ନୂଆଦିଲ୍ଲୀ, ୩ା୨: ଚାଷୀ ଆନ୍ଦୋଳନ ସମର୍ଥନରେ ବିବାଦୀୟ ହାସ୍‌ଟ୍ୟାଗ୍‌ ଲଗାଇ ଟୁଇଟ କରାଯାଉଥିବା ନେଇ ଇଲେକ୍ଟ୍ରୋନିକ୍ସ ଓ ଇନଫର୍ମେଶନ ଟେକ୍ନୋଲୋଜି (ଆଇଟି) ମନ୍ତ୍ରଣାଳୟ ପକ୍ଷରୁ ଟୁଇଟରକୁ ଚେତାବନୀ ଦିଆଯାଇଛି। ଯଦି ବିବାଦୀୟ ହାସ୍‌ଟ୍ୟାଗ୍‌ କିମ୍ବା ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ଉପରେ ଟୁଇଟର ରୋକ ନ ଲଗାଏ ତେବେ ସରକାରଙ୍କ ପକ୍ଷରୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। କେନ୍ଦ୍ର ସରକାରଙ୍କ ଅଭିଯୋଗ କ୍ରମେ ସୋମବାର ୨୫୦ ଟୁଇଟର ଆକାଉଣ୍ଟକୁ ବ୍ଲକ୍‌ କରାଯାଇଥିଲା। କିନ୍ତୁ ପରେ ସେଥିରୁ ଆନ୍ଦୋଳନକୁ ସମର୍ଥନ କରୁଥିବା କେତେଜଣଙ୍କ ଆକାଉଣ୍ଟକୁ ଅନ୍‌ବ୍ଲକ କରିଦିଆଯାଇଥିବାରୁ ଟୁଇଟରକୁ ନୋଟିସ ପଠାଯାଇଛି। ଆଇଟି ଆକ୍ଟ ଧାରା ୬୯ ଏ ଅନୁଯାୟୀ ୨୫୭ ୟୁଆରଏଲ୍‌ ଓ ଏକ ହାସ୍‌ଟ୍ୟାଗ୍‌କୁ ବ୍ଲକ୍‌ କରାଯିବାକୁ ମନ୍ତ୍ରଣାଳୟ ପକ୍ଷରୁ ଅନ୍ତରୀଣ ନିର୍ଦ୍ଦେଶ ଦିଆଯାଇଛି। ଏହା ଦ୍ୱାରା ଆନ୍ଦୋଳନ ସମ୍ପର୍କରେ ଭୁଲ୍‌ ତଥ୍ୟ ପ୍ରଘଟ କରାଯାଉଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri