ପୁଅ ସହ କ୍ରିକେଟ ଖେଳୁଛନ୍ତି ବଲିଉଡର ଏହି ଚର୍ଚ୍ଚିତ ଅଭିନେତ୍ରୀ

ମୁମ୍ବାଇ,୨୬।୧୧-ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ବର୍ତ୍ତମାନ ମଲାଇକା ନିଜ ପୁଅ ଅରହାନଙ୍କ ସହ କ୍ରିକେଟ ଖେଳୁଥିବା ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ମଲାଇକା ବର୍ତ୍ତମାନ ଛୁଟିରୁ ଫେରିବା ପରେ ଅରହାନଙ୍କୁ ଯଥେଷ୍ଟ ସମୟ ଦେଉଛନ୍ତି। ଗତ ମାସରେ ନିଜ ଇନ୍‌ଷ୍ଟାଗ୍ରାମରେ ପୁଅର ଜନ୍ମଦିନର ଅନେକ ଫଟୋ ଶେୟାର କରିଥିଲେ ମଲାଇକା। ନିକଟରେ ଅର୍ଜୁନ କପୁର ଏବଂ ସୈଫ ଅଲ୍ଲୀ ଖାନ ଆଗାମୀ ଚଳଚ୍ଚିତ୍ରର ସୁଟିଂ ପାଇଁ ଧର୍ମଶାଳା ଯାଇଥିଲେ। ତାଙ୍କ ସହ ମଲାଇକା ଏବଂ କରୀନା କପୁର ଥିଲେ। ଚଳିତବର୍ଷ ଧର୍ମଶାଳାଠାରେ ୪ ଜଣ ଯାକ ମିଶି ଦୀପାବଳି ପାଳନ କରିଥିଲେ।

Share