Posted inUncategorized

ପିକ୍‌ନିକ୍‌ ଟାଇମ୍‌

ଫ୍ୟାମିଲି ପିକ୍‌ନିକ୍‌। ମାନେ ଖୁସି, ମଜା, ମସ୍ତି। ଧରାବନ୍ଧା ନିୟମରୁ ବାହାରି ଭିନ୍ନ ଏକ ପରିବେଶରେ କିଛି ମୁହୂର୍ତ୍ତ। ଯାହା ସମସ୍ତଙ୍କ ପାଇଁ ଏକ ସୁନ୍ଦର ଅବସର। ହେଲେ ପିକ୍‌ନିକ୍‌ର ପ୍ରକୃତ ମଜା ନେବା ପାଇଁ ଯିବା ପୂର୍ବରୁ ଠିକ୍‌ ଭାବରେ ପ୍ରସ୍ତୁତି କରିବା ଦରକାର…

କରୋନା ଭୟ ଏଯାଏ ମନରୁ ଲିଭିନି। ହେଲେ କିଛି ମାତ୍ରାରେ ସ୍ବାଭାବିକ ହେଉଛି ଜୀବନ। ସେଥିପାଇଁ ଅଧିକ ଲୋକଙ୍କ ସହିତ ନ ହେଲେ ବି ପରିବାର ସହ ପିକନିକ୍‌ ଯିବାକୁ ପସନ୍ଦ କରୁଛନ୍ତି ଅନେକ। ଏହାପରେ ବି ପିକନିକ୍‌ ଯିବା ପାଇଁ ହେଲେ ସତର୍କତା ପଦକ୍ଷେପ ସ୍ବରୂପ ବିଭିନ୍ନ ଦିଗରୁ ଘରୁ ପ୍ରସ୍ତୁତ ହୋଇ ଯିବାକୁ ହେଉଛି। ଆଉ ସବୁକୁ ଦୃଷ୍ଟିରେ ରଖି ଗୃହିଣୀମାନେ ହିଁ ଠିକ୍‌ ସମୟରେ ସବୁ ପ୍ରସ୍ତୁତି କରି ବୁଦ୍ଧିମତ୍ତାର ପରିଚୟ ଦେଉଛନ୍ତି।
ଘରୁ ଖାଦ୍ୟ
ପିକନିକ୍‌ରେ ଯିବା ଆଉ ବାହାରେ ଖାଇବାର ମଜା ନିଶ୍ଚିତଭାବେ ନିଆରା। ବୁଲିବା ସାଙ୍ଗକୁ ଭଲ ଖାଇବା ହିଁ ପିକନିକ୍‌ର ମୁଖ୍ୟ ଆକର୍ଷଣ। ହେଲେ ବର୍ତ୍ତମାନ ସମୟରେ ବି ସବୁ ପ୍ରକାରର ଖାଦ୍ୟ ବାହାରେ ଖାଇବା ପାଇଁ ସଙ୍କୋଚ ଲାଗୁଛି। ତେଣୁ ପିକନିକ୍‌ରେ ଯିବାପୂର୍ବରୁ ସମସ୍ତଙ୍କ ପାଇଁ ଘର ତିଆରି ଖାଦ୍ୟ ସାଙ୍ଗରେ ନେଇଗଲେ ଚିନ୍ତା ଯିବ। ଏଥିପାଇଁ ଗୃହିଣୀମାନଙ୍କୁ ପୂର୍ବରୁ ପ୍ରସ୍ତୁତ ହେବାକୁ ପଡ଼ିବ। କିଛି ଖାଦ୍ୟ ପୂର୍ବ ଦିନରୁ ପ୍ରସ୍ତୁତ କରିହେବ ତ ଆଉ କିଛି ଖାଦ୍ୟ ସେହି ଦିନ କରି ସାଙ୍ଗରେ ନେବାକୁ ପସନ୍ଦ କରୁଛନ୍ତି।
ଶୀତ ପାଇଁ
ପିକନିକ୍‌ରେ କେଉଁଠିକୁ ଯିବାକୁ ହେବ ସେଠାରେ ପିଲାମାନେ କିଭଳି ପୋଷାକ ପିନ୍ଧିବେ ଏଥିପ୍ରତି ମଧ୍ୟ ମହିଳାଙ୍କୁ ପ୍ରସ୍ତୁତ ହୋଇ ଯିବାକୁ ହୁଏ। ଯଦି ସମୁଦ୍ରକୂଳ କିମ୍ବା ଝରଣା ପାଖକୁ ଯିବେ ତା’ହେଲେ ହୁଏତ ପିଲାଙ୍କ ପୋଷାକ ଓଦା ହେବାର ସମ୍ଭାବନା ଥିବ। ତେଣୁ ପିଲାଙ୍କ ପାଇଁ ସାଙ୍ଗରେ ଅଧିକ ହଳେ ଲେଖାଏଁ ପୋଷାକ ନେବା ଫଳରେ ପିକନିକ୍‌ର ମଜା ଆରାମଦାୟକ ହୋଇପାରିବ। ତା’ ଛଡା ସମସ୍ତଙ୍କ ପାଇଁ ଶୀତ ପୋଷାକ ମଧ୍ୟ ସାଙ୍ଗରେ ନେବାକୁ ଭୁଲନ୍ତୁ ନାହିଁ।
ପିଲାଙ୍କ ଖୁସି
ଫ୍ୟାମିଲି ପିକନିକ୍‌ରେ ସବୁବେଳେ ପିଲାମାନଙ୍କ ଖୁସିକୁ ହିଁ ବେଶି ଗୁରୁତ୍ୱ ଦିଆଯାଏ। ତେଣୁ କେଉଁ ସ୍ଥାନକୁ ବୁଲିବାକୁ ଗଲେ ସେମାନେ ମଜା ନେଇପାରିବେ ସେଥିପ୍ରତି ପ୍ରଥମେ ଦୃଷ୍ଟି ଦେବା ଆବଶ୍ୟକ।

କ’ଣ କହନ୍ତି ଏମାନେ…

ପାଖ ଜାଗା ବୁଲିବାକୁ ଯାଉଛୁ
କରୋନା ପାଇଁ ଆମେ ଗତବର୍ଷ କୌଣସି ଗ୍ରୁପରେ ପିକନିକ୍‌ ଯାଇ ନ ଥିଲୁ। ଏମିତିରେ ପିଲାମାନେ ଏବେ ବି ସାଙ୍ଗମାନଙ୍କ ସହ ବାହାରକୁ ଯାଇ ପାରୁ ନାହାନ୍ତି। ତେଣୁ ସମସ୍ତଙ୍କ ସହିତ ଆମେ ପ୍ରଥମେ ପାଖରେ ଥିବା ଏକ ଚିଡିଆଖାନା ବୁଲିବାକୁ ଯାଇଥିଲୁ। ପାଖ ଜାଗା ବୁଲିବାକୁ ଯାଉଥିବାରୁ ଘରେ ଖାଇ ବାହାରୁଛୁ। ଆଉ ବାହାରେ କେବଳ ବିସ୍କୁଟ, ମିକ୍ସର, ଫଳ ଆଉ ଘର ତିଆରି ମିଠା, ନିମିକି ଆଦି ଖାଇବା ପାଇଁ ଗାଡିରେ ନେଇ ଯାଉଛୁ।
-ଗୀତାଞ୍ଜଳି ଦାସ
ରାହୁଲ ଟାୱାର, ଶାମ୍ବାଶିବାପେଟ, ଗୁଣ୍ଟୁର, ଆନ୍ଧ୍ରପ୍ରଦେଶ
ରାତିରୁ ଉଠି ରୋଷେଇ କରିଥିଲି
ଆମେ ସମସ୍ତେ ଏବେ କିଛି ଦିନ ତଳେ କେନ୍ଦୁଝର ପିକନିକ୍‌ ଯାଇ ଫେରିଛୁ। ସମସ୍ତେ ସକାଳ ୬ଟାରେ ବାହାରିଲୁ, ହେଲେ ମୁଁ ରାତି ୪ଟାରୁ ଉଠି ସମସ୍ତଙ୍କ ପାଇଁ ସକାଳ ଓ ଖରାବେଳ ପାଇଁ ଖାଇବା ତିଆରି କରି ନେଇଥିଲି। ତା’ଛଡା ବାହାରେ ବୁଲିବାବେଳେ ଆମେ ବାଦାମ, କେକ୍‌ ଆଉ ଚିପ୍ସ କିଣି ଖାଇଥିଲୁ। ପିଲାଙ୍କ ଖୁସି ପାଇଁ ତ ମତେ କଷ୍ଟ କରିବାକୁ ପଡ଼ିବ।
-ଅନସୂୟା ମହାନ୍ତି, ଶଶିକାଦେଈପୁର, କରଞ୍ଜମାଳ, ଭଦ୍ରକ
ସମସ୍ତଙ୍କ ଖୁସି ପାଇଁ…
ପିକନିକ୍‌ରେ ବାହାରିଲେ ମତେ ବହୁତ କାମ କରିବାକୁ ପଡେ। ପିଲାମାନଙ୍କ ପାଇଁ ଅଧିକ ଡ୍ରେସ, ଶୀତବସ୍ତ୍ର ଆଉ ସେମାନଙ୍କ ଖାଇବା ବ୍ୟବସ୍ଥା ବି ମତେ କରିବାକୁ ହୁଏ। ତା’ ଛଡା କିଏ କେଉଁ ସମୟରେ ଖାଇବେ ସେଥିପାଇଁ ବାହାରେ ମତେ ହିଁ ବ୍ୟବସ୍ଥା କରିବାକୁ ହୁଏ। ପିକନିକ୍‌ ପାଇଁ ମତେ ଅଧିକ କାମ କରିବାକୁ ପଡେ, ସତ କିନ୍ତୁ ସମସ୍ତଙ୍କ ଖୁସି ପାଇଁ ମୁଁ ସେମାନଙ୍କ ସାଙ୍ଗରେ ଯାଇଥାଏ। -ସବିତା ପାଣିଗ୍ରାହୀ, ବିକାଶନଗର, କୋତ୍ରା ରୋଡ, ଛତିଶଗଡ଼
ବୁଲି ଆସିଲେ ଫ୍ରେଶ୍‌ ଲାଗେ
ସବୁବେଳେ ଅଫିସ୍‌ ଆଉ ଘରକାମ କରି କରି ମତେ କେମିତି ଗୋଟେ ଅଣନିଶ୍ୱାସୀ ଲାଗିଲେ ମୁଁ ଟିକେ କୁଆଡେ ବାହାରକୁ ଯାଇ ବୁଲି ଆସେ ଆଉ ଫ୍ରେଶ୍‌ ହୋଇଥାଏ। ଆଉ ବର୍ଷକୁ ଥରେ ପିକନିକ୍‌ରେ ଆମେ ସମସ୍ତେ ବାହାରକୁ ବୁଲିବାକୁ ଯାଉ। ଏଥର ଆମେ ସମସ୍ତେ ମିଶି ଚିଲିକା ଆଉ ପୁରୀ ବୁଲିବାକୁ ଯିବୁ। ସେଥିପାଇଁ ମୁଁ ଛୁଟି ନେବା ସହିତ ସବୁ ପ୍ରସ୍ତୁତି କରି ସାରିଛି।
-ସୁଜାତା ଦାଶ, ନୀଳାଦ୍ରି ବିହାର, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨୦୨୬ ମସିହାରେ ହେବାକୁ ଯାଉଛି…

ଭୁବନେଶ୍ବର,୨୮।୧: ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି । ୨୦୨୬ ମସିହାରେ ବହୁତ କିଛି ହେବ ବୋଲି କହିଛନ୍ତି ।…

ଦିଗପହଣ୍ଡିରେ ବନ୍ଦ ପ୍ରଭାବ ଶୂନ୍ୟ: ସବୁ ଖୋଲା, ଗାଡ଼ି ଚଳାଚଳ ବି ସ୍ବାଭାବିକ

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ଆଖପାଖ ଅଞ୍ଚଳରେ ନବ ନିର୍ମାଣକୃଷକ ସଙ୍ଗଠନ ପକ୍ଷରୁ ବୁଧବାର ଡାକରା ଦିଆଯାଇଥିବା ୮ ଘଣ୍ଟିଆ ବନ୍ଦ ପାଳନ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ବିମାନ ଦୁର୍ଘଟଣାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ: ଦ୍ୱିତୀୟଥର ଅବତରଣବେଳେ…

ପୁଣେ,୨୮।୧: ମହାରାଷ୍ଟ୍ରର ବାରାମତିରେ ବୁଧବାର ସକାଳେ ଏକ ବିମାନ ଦୁର୍ଘଟଣା ଘଟିଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ବିମାନଟି ମୁମ୍ବାଇରୁ…

ସାକ୍ଷୀଗୋପାଳରେ ଓଡ଼ିଶା ବନ୍ଦ: ଯାନବାହନ ଚଳାଚଳ ବାଧାପ୍ରାପ୍ତ

ସାକ୍ଷୀଗୋପାଳ,୨୮ା୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ସାମିଲ ହୋଇ ସତ୍ୟବାଦୀ ବ୍ଲକ କଂଗ୍ରେସ କର୍ମୀମାନେ ବୁଧବାର ରାଜପଥ…

ବିମାନ ଦୁର୍ଘଟଣାରେ ଏହି ୭ ବଡ଼ ନେତାଙ୍କ ଯାଇଛି ଜୀବନ: ଲିଷ୍ଟ୍‌ରେ ୩ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ

ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗତ ୭ ମାସ ମଧ୍ୟରେ ଦେଶ ବିମାନ ଦୁର୍ଘଟଣାରେ ଆଉ ଜଣେ ବଡ଼ ନେତାଙ୍କୁ…

Ajit Pawar Last Photo: ଅଜିତ ପାଓ୍ବାରଙ୍କ ସେହି ଶେଷ ଫଟୋ, ଫଡନବିସ୍‌ଙ୍କ ସହ କ୍ୟାବିନେଟ୍‌ ବୈଠକରେ ହୋଇଥିଲା ଏହି…

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କର ବୁଧବାର ସକାଳେ ବାରାମତିରେ ଏକ ବିମାନ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ଅଜିତ ନିର୍ବାଚନ ପ୍ରଚାର ପାଇଁ ବାରାମତି ଯାଉଥିଲେ। ତାଙ୍କର…

ବନ୍ଦରେ ମଲ ଭିତରେ ହଙ୍ଗାମା: ସାମଗ୍ରୀ ଫୋପାଡ଼ିଲେ…

ବଲାଙ୍ଗୀର,୨୮।୧:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ମିଳିତ ଚାଷୀ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବୁଧବାର ସକାଳେ ପିକେଟିଙ୍ଗ ସମୟରେ ଭାଗିରଥି ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri