ପିକ୍‌ନିକ୍‌ ସ୍ପଟ୍‌: ଓ୍ବାଇଲ୍ଡଲାଇଫ୍‌ ୱାଚ୍‌ ଟାୱାର

ରାୟଗଡ଼ା ଜିଲାର ଅନେକ ସ୍ଥାନ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏଥିପାଇଁ ବର୍ଷ ତମାମ ଭିଡ଼ ଜମିଥାଏ। ହେଲେ ଜିଲାର ଚନ୍ଦ୍ରପୁର ବ୍ଲକ୍‌ର ଅନ୍ୟତମ ଆକର୍ଷଣ ‘ଓ୍ବାଇଲ୍ଡଲାଇଫ୍‌ ଓ୍ବାଚ୍‌ ଟାଓ୍ବାର’ ଅନେକଙ୍କ ପାଇଁ ଏବେ ବି ଅଜଣା। ଡାଙ୍ଗସୋରଡ଼ା ପଞ୍ଚାୟତଠାରୁ ୫ କି.ମି. ଦୂର ଭାଲୁଗୁଡ଼ା ଡ୍ୟାମ୍‌ ନିକଟରେ ରହିଛି ବନ ବିଭାଗର ଏହି ନୂତନ ଓ୍ବାଚ୍‌ ଟାଓ୍ବାର।

ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ନଜର ରଖିବା ସହ ସେମାନଙ୍କ ଗଣନା ନିମନ୍ତେ ୫ ବର୍ଷ ତଳେ ଡ୍ୟାମ୍‌କୁ ଲାଗି ନିର୍ମାଣ ହୋଇଥିଲା ଚାରି ମହଲା ବିଶିଷ୍ଟ ଏହି ଓ୍ବାଚ୍‌ ଟାଓ୍ବାର। ଡ୍ୟାମ୍‌ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ପାହାଡ଼, ଜଙ୍ଗଲ ଘେରା ପ୍ରାକୃତିକ ପରିବେଶ ଏବଂ ସାରେ ଡ୍ୟାମ୍‌ରେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଜଳକ୍ରୀଡ଼ା ଦୃଶ୍ୟ ବେଶ୍‌ ବିମୋହିତ କରିଥାଏ। ଏହି ସମୟରେ ନିକଟରେ ରହିଥିବା ଓ୍ବାଚ୍‌ ଟାଓ୍ବାର ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରେ। ବନ ବିଭାଗର ଅନୁମତି ନେଇ ପର୍ଯ୍ୟଟକ ଏଠାରେ ବଣଭୋଜିର ଆନନ୍ଦ ନେବା ସହ ଟାଓ୍ବାର ଉପରେ ଚଢ଼ି ଡ୍ୟାମ୍‌, ଚାରିପାର୍ଶ୍ୱରେ ରହିଥିବା ସବୁଜ ପରିବେଷ୍ଟନୀ ଏବଂ ପକ୍ଷୀମାନଙ୍କ କିଚିରିମିଚିରି ଶବ୍ଦ ଉପଭୋଗ କରିଥାନ୍ତି।

କେମିତି ଯିବେ
ରାୟଗଡ଼ା ସହରରୁ ୬୦କି.ମି. ଦୂର ମୁନିଗୁଡ଼ାକୁ ଟ୍ରେନ୍‌, ବସ୍‌ କିମ୍ବା ଟ୍ୟାକ୍ସି ଯୋଗେ ଯିବାକୁ ହୁଏ। ସେଠାରୁ ପୁଣି ଟାକ୍ସି ଯୋଗେ ଭାୟା ଡାଙ୍ଗସୋରଡ଼ା ଏବଂ ନାଉଡ଼ୁଗୁଡ଼ା ଦେଇ ୨୯କି.ମି. ବାଟ ଗଲେ ଏଠାରେ ପହଞ୍ଚିପାରିବେ।

– ରିପୋର୍ଟ: ବିଜୟ ପ୍ରସାଦ ଉଲାକା, ଚନ୍ଦ୍ରପୁର, ରାୟଗଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri