୨୫ରୁ ଅଧିକ ଶ୍ରମିକ ନେଇ ଆସୁଥିବା ପିକଅପ ଭ୍ୟାନ ଓଲଟିଲା, ଆହତ ହସ୍ପିଟାଲରେ ଭର୍ତ୍ତିି

ବାସୁଦେବପୁର,୧୬।୫(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ସଦର ମହକୁମାରୁ ବାସୁଦେବପୁରକୁ ଏକ ଛାତ ଢାଳିବାକୁ ଏକ ପିକଅପରେ ଆସୁଥିବା ୨୫ରୁ ଅଧିକ ଶ୍ରମିକ ଶନିବାର ସଡ଼କ ଦୁର୍ଘଟଣାର ଶିକାର ହେଇଛନ୍ତି। ଏହି ଦୁର୍ଘଟଣାରେ ଆହତ ଶ୍ରମିକମାନଙ୍କର ବାସୁଦେବପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଉଛି । ଭାରସାମ୍ୟ ହରାଇ ପିକଅପଟି ବାସୁଦେବପୁରର ବେକମୋଡି ଛକରେ ରାସ୍ତା କଡକୁ ଓଲଟି ପଡିଛି। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ବାସୁଦେବପୁର ଚିକିତ୍ସାଳୟକୁ ପଠାଥିଲେ । ଆହତଙ୍କ ଚିକିତ୍ସା ଚାଲିଛି। ଆହତମାନେ ଭଦ୍ରକ ଓ ମୟୁରଭଞ୍ଜ ଅଞ୍ଚଳରେ ବୋଲି ଜଣାପଡିଛି । ବାସୁଦେବପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

Odisha’s No.1 Odia Daily

Share