ପିକଅପ୍‌ ଭ୍ୟାନ୍‌-ଅଟୋ ମୁହାଁମୁହିଁ ଧକ୍କା: ୩ ମୃତ, ୫ ଆହତ

କେନ୍ଦୁଝର,୨୮।୧(ସ୍ବ.ପ୍ର.) ପଣ୍ଡାପଡ଼ା ଥାନା ଅନ୍ତର୍ଗତ ନରଣପୁର – ଡୁବୁରି ରାସ୍ତାର ଉକୁଚାବେଡା ନିକଟରେ ପିକଅପ୍‌ ଭ୍ୟାନ୍‌ ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ଗୁରୁତର ରହିଛନ୍ତି। ଗୁରୁତରଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନା ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡ଼ି ଜବତ କରି ତଦନ୍ତ କରୁଛି। ଅଟୋଟି ସ୍ଥାନୀୟ କମଣ୍ଡରା ଗ୍ରାମରୁ କିଛି ଲୋକଙ୍କୁ ନେଇ କେନ୍ଦୁଝର ଆସୁଥିବା ବେଳେ କେନ୍ଦୁଝର ଆଡୁ ଯାଉଥିବା ଏକ ପିକଅପ୍‌ ଭ୍ୟାନ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳ ରେ ତିନି ଜଣ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।