ରିଆମାଳ, ୧୪୫(ବଦ୍ରିନାରାୟଣ ଅଗ୍ରୱାଲା):ଦେବଗଡ଼ ଜିଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା କରଲଗା ଜିରୋ ପଏଣ୍ଟଠାରେ ଏକ କେନ୍ଦୁପତ୍ର ବୋଝେଇ ପିକଅପ ଜବତ ହେବା ସହ ଦୁଇ ଜଣକୁ ଗିରଫ କରାଯାଇଛି।
ସୂଚନା ଅନୁସାରେ, ବୁଧବାର କେନ୍ଦୁପତ୍ର ବୋଝେଇ ପିକ ଅପ(ଗାଡ଼ି ନଂ- ଡବ୍ଲ୍ୟୁବି-୩୩-ଡି-୫୯୯୪) ଅନୁଗୁଳ କଣିହାଁ ପଟୁ ଦେବଗଡ଼ ଅଞ୍ଚଳକୁ ଦ୍ରୁତ ଗତିରେ ଯାଉଥିବାବେଳେ ଖଇରପାଲି ଫାଣ୍ଡି ପୁଲିସ ସନ୍ଦେହ କରି ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା। ଫଳରେ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ ହେବା ସହ ଗାଡ଼ିରେ ଥିବା ପଶ୍ଚିମବଙ୍ଗ ରାଜ୍ୟ ଖଡ଼ଗପୁରର ମହମ୍ମଦ ସମ୍ମି ଉଲ୍ହା,ବାବାଇ ଦାଶ ନାମକ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। ଏହାପରେ ପିକଅପ ଭ୍ୟାନ ସହ ଉକ୍ତ ଦୁଇ ଜଣଙ୍କ ଜଙ୍ଗଲ ରେଞ୍ଜ ବିଭାଗକୁ ହସ୍ତାନ୍ତର କରାଯାଇଛି । ରେଞ୍ଜର ନିରଞ୍ଜନ ଧରୁଆ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଉକ୍ତ ଗାଡ଼ିରେ ୨୩୦ ବଣ୍ଡଲ କେନ୍ଦୁପତ୍ର ଜବତ ହୋଇଥିବା ବେଳେ ଯାହାର ଓଜନ ୯୮୦ କେ.ଜି. ହୋଇଛି। ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ । କେନ୍ଦୁପତ୍ରକୁ କେନ୍ଦୁପତ୍ର ରେଞ୍ଜ ବିଭାଗକୁ ହସ୍ତାନ୍ତର ଦିଆଯାଇଛି। ଆସନ୍ତାକାଲି ଏହି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରେଞ୍ଜର ନିରଞ୍ଜନ ଧରୁଆ ସୂଚନା ଦିଆଯାଇଛି।