ମାନସିକ ପୂରଣ ପାଇଁ ଯାଉଥିଲେ; ବାଟରେ ଦୁର୍ଘଟଣା

ଦିଗପହଣ୍ଡି,୨।୪(ଡି.ଏନ୍‌.ଏ.): ମାନସିକ ପୂରଣ ନେଇ ଦଣ୍ଡନାଚରେ ସାମିଲ ହେବାକୁ ଯାଉଥିବା ଜଣେ ଯୁବକ ରବିବାର ଦୁର୍ଘଟଣାର ଶିକାର ହୋଇ ଗୁରୁତର ହୋଇଛନ୍ତି। ସେ ହେଲେ କେ.ନୂଆଗଁା ଥାନା ଅଧୀନ ଲାଲ୍‌ମେଣ୍ଟା ଗ୍ରାମର ଏଲ୍‌. ବାଇଲଡୁ(୨୪)। ଗୁରୁତର ଅବସ୍ଥାରେ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ମିଳିଥିବା ସୂଚନା ମୁତାବକ, ଏଲ୍‌. ବାଇଲଡୁ ଦଣ୍ଡନାଚରେ ସାମିଲ ହେବା ପାଇଁ ବାଇକ୍‌ ଯୋଗେ ଚୁଡୁଙ୍ଗପୁର ଗ୍ରାମକୁ ଯାଉଥିଲେ। ହେଲେ ବାଟରେ ବିପରୀତ ଦିଗରୁ ଆସୁଥିବା ଏକ ପିକ୍‌ଅପ୍‌ ଗାଡ଼ି (ନଂ.ଓଡି-୦୭ଏଏଫ୍‌-୦୮୭୭) ସହ ତାଙ୍କ ବାଇକ୍‌ ଧକ୍କା ହୋଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ।