ଚୋରା କୋଇଲା ବୋଝେଇ ପିକ୍‌ଅପ୍‌ ଜବତ, ଚାଳକ ଗିରଫ

ପଦ୍ମପୁର,୨୬।୯(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ନାୟକାଣିଡିହୀ ଥାନା ପୋଲିସ ଜଗନ୍ନାଥପ୍ରସାଦ ପଞ୍ଚାୟତର ହତାଶିଆ ଛକଠାରେ ଏକ ଚୋରା କୋଇଲା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିଛି। ଏଥିସହ ଗାଡ଼ି ଚାଳକ ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଞ୍ଚଳର ଅନାର ସିଂଙ୍କୁ ଗିରଫ ପରେ ସୋମବାର କୋର୍ଟଚାଲାଣ କରିଛି। ସୂଚନା ମୁତାବକ ଚୋରା କୋଇଲା ବୋଝେଇ ପିକ୍‌ଅପ୍‌ଟି ତିହିଡ଼ି ଅଞ୍ଚଳରୁ ଆସୁଥିବା ବେଳେ ଖବରପାଇ ନାୟକାଣିଡିହୀ ଥାନା ଏଏସ୍‌ଆଇ ଦେବେନ୍ଦ୍ର ମୁର୍ମୁ, ସୁନାରାମ ମାରାଣ୍ଡି, କନଷ୍ଟେବଳ ଅନୀଲ ନାୟକ, ନିରଞ୍ଜନ ନାୟକ ପ୍ରମୁଖ ଜଗି ରହିଥିଲେ। ହତାଶିଆ ଛକଠାରେ ପିକ୍‌ଅପ୍‌ଟି ପହଞ୍ଚିବା ପରେ ଅଟକାଇ ଥାନାକୁ ନେଇଥିଲେ। ଗାଡ଼ିରେ ୧୬ କୁଇଣ୍ଟାଲ କୋଇଲା ଥିଲା। ଏନେଇ ଥାନାରେ ମାମଲା (ନଂ.୨୨୭/୨୨) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦଖଲ ଉଚ୍ଛେଦ ପାଇଁ ଗ୍ରାମବାସୀଙ୍କ ପ୍ରତିବାଦ ସଭା

ବେତନଟୀ, ୭ା୬(ଡି.ଏନ.ଏ)-ବେତନଟୀ ମହାବିଦ୍ୟାଳୟ ନିକଟ ରେଳଫାଟକରୁ ମହୁଲିଆକୁ ଯାଇଥିବା ରାସ୍ତାପାର୍ଶ୍ୱରେ ଦେବତ୍ତୋର ବିଭାଗର କେତେକ ଜମି ରହିଛି। ପ୍ରାୟ ଏକ ସପ୍ତାହ ମଧ୍ୟରେ ୨୦ଏକରରୁ ଊର୍ଦ୍ଧ୍ୱ...

୧୯୯୫ ବୋମା ବିସ୍ଫୋରଣ, ୪ ମୁଖ୍ୟ ଅଭିଯୁକ୍ତ ଗିରଫ

ବାଲିଆପାଳ, ୬।୧୧(ସ୍ବ.ପ୍ର.):୧୯୯୫ରେ ହୋଇଥିବା ବୋମା ବିସ୍ଫୋରଣରେ ୱାରେଣ୍ଟି ଥିବା ୪ଅଭିଯୁକ୍ତଙ୍କୁ ବାଲେଶ୍ୱର ଜିଲା ବାଲିଆପାଳ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ୧୯୯୫ରେ ବାଲେଶ୍ୱରରୁ ବାଲିଆପାଳ...

କ୍ୱାର୍ଟର୍ସରେ ବରିଷ୍ଠ କିରାଣିଙ୍କ ସନ୍ଦେହଜନକ ମୃତ୍ୟୁ

ସୋନପୁର,୨୩।୨(ନି.ପ୍ର.) ସୋନପୁର ସହରସ୍ଥିତ କ୍ଲଷ୍ଟର କଲୋନୀର ସରକାରୀ କ୍ୱାର୍ଟର୍ସରେ ବରିଷ୍ଠ କିରାଣି ଶିବ ନାରାୟଣ ବିଶ୍ୱାଳ(୪୧)ଙ୍କ ସନ୍ଦେହଜନକଭାବେ ମୃତ୍ୟୁ ଘଟିଛି। ପୋଲିସ କ୍ୱାର୍ଟର୍ସ ତାଲା ଭାଙ୍ଗି...

ପିସିସି ସଭାପତି ରହିବେ ନିରଞ୍ଜନ: ରୁଦ୍ର ରାଜୁ

ପୁରୀ ଅଫିସ, ୬ା୧୨: ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପଦବୀକୁ ନେଇ କଂଗ୍ରେସ ଦଳରେ ଯେଉଁ କନ୍ଦଳ ଚାଲିଛି ସେଥିରେ ନୂଆ ଟୁଇଷ୍ଟ ଆଣିଛନ୍ତି...

ବର୍ଷାଦିନେ ପୋଖରୀ ଖୋଳା

କେନ୍ଦୁଝର,୯।୮(ସ୍ବ.ପ୍ର.):କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଅଞ୍ଚଳରେ ପୋଖରୀ ଖୋଳାରେ ମେଶିନ ବ୍ୟବହାର କରାଯିବା ସହ ବର୍ଷା ଦିନରେ ପୋଖରୀ ଖୋଳା ନେଇ ଅସନ୍ତୋଷ...

‘ଭୀମ ଭୋଇଙ୍କ ଚରିତ୍ର ସଂହାରକୁ ବରଦାସ୍ତ କରାଯିବନି’

ଢେଙ୍କାନାଳ ଅଫିସ, ୨୩।୫ – ଭୀମ ଭୋଇଙ୍କ ଚରିତ୍ରକୁ ଆକ୍ଷେପ କରି ପ୍ରକାଶିତ ଏକ ପୁସ୍ତକକୁ ନେଇ ଢେଙ୍କାନାଳ ଜିଲା ଯୋରନ୍ଦାସ୍ଥିତ ମହିମାଗାଦିରେ ତୀବ୍ର ପ୍ରତିକ୍ରିୟା...

ନିଶ୍ଚିନ୍ତକୋଇଲିରେ ଅମ୍ଫନ୍‌ ରଚିଲା ତାଣ୍ଡବ

ନିଶ୍ଚିନ୍ତକୋଇଲି,୨୦।୫(ସ୍ବ.ପ୍ର.): ମହାବାତ୍ୟା ଅମ୍ଫନ୍‌ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ବୁଧବାର ତାଣ୍ଡବ ରଚିଛି। ଏହି ବ୍ଲକରେ ଥିବା ୪୧ଟି ପଞ୍ଚାୟତ ମଧ୍ୟରୁ ୩୦ଟିରେ ଗମନାଗମନ ଠପ୍‌...

କେମିକାଲ ମିଶା ରଙ୍ଗ ବିକି ଦୋକାନୀ ଗିରଫ

ବାଲେଶ୍ୱର ଅଫିସ,୨୯।୩: କୀଟନାଶକ ମିଶା ରଙ୍ଗ ବିକ୍ରି ଅଭିଯୋଗରେ ବାଲେଶ୍ୱର ଜିଲା ସହଦେବ ଖୁଣ୍ଟା ଥାନା ପୋଲିସ ସୋମବାର ଜଣେ ଦୋକାନୀଙ୍କୁ ଗିରଫ କରିଛି। ସୂଚନା...

Advertisement
Archives

Model This Week