ଦୁଆରଶୁଣୀ ଘାଟିରେ ୨ ବସ୍‌ ମଝିରେ ପଶିଲା ପିକ୍‌ଅପ୍‌

ବାରିପଦା,୧୦ା୩(ନିଳାଦ୍ରୀ ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଦୁଆରଶୁଣୀ ଘାଟିରେ ଦୁଇ ଯାତ୍ରୀବାହୀ ବସ୍‌ ଓ ପିକଅପ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କେହି ଆହତ ହୋଇ ନ ଥିବା ବେଳେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ସୂଚନାଯୋଗ୍ୟ, ଦୁଆରଶୁଣୀ ଘାଟି ଦେଇ ଦୁଇଟି ଯାତ୍ରୀବାହୀ ବସ୍‌ ଉଭୟ ପଟୁ ଯାଉଥିବା ସମୟରେ ପିକ୍‌ଅପ୍‌ଟି ବ୍ରେକ୍‌ ଫେଲ୍‌ ହୋଇ ଦୁଇ ବସ୍‌ ମଧ୍ୟରେ ପଶିଯାଇଥିଲା। ଉଭୟ ଗାଡ଼ିଗୁଡିକ ରାସ୍ତାରେ ଅଟକି ଯାଇଥିବାରୁ ଯାତ୍ରୀମାନେ ସୁରକ୍ଷିତ ଭାବେ ବସ୍‌ରୁ ଓହ୍ଲାଇ ପଡ଼ିଥିଲେ। ଖବରପାଇ ଦମକଳ ବାହିନୀ ଓ ପୋଲିସ ପହଞ୍ଚିଛନ୍ତି। ରାସ୍ତାଜାମ ହେବାରୁ ଉଭୟପାର୍ଶ୍ୱରେ ଶହଶହ ଯାନ ଅଟକି ରହିଛି । ଗାଡ଼ି ଚଳାଚଳ ସ୍ବାଭାବିକ କରିବା ପାଇଁ ପ୍ରୟାସ ଜାରି ରହିଛି।