ବର୍ଷାରେ ଭୁଶୁଡ଼ିଲା ପିଚୁ ରାସ୍ତା

ଭେଡ଼େନ,୨୨।୭ (ସୁଦନ ମହାକୁର): ଗୋଡ଼ଭଗା-ସୋନପୁର ରାଜ୍ୟ ରାଜପଥର ବରଗଡ଼ ସଦର ମହକୁମାରୁ ଭେଡ଼େନ ଦେଇ ମହୁଲପାଲି ଛକକୁ ସଂଯୋଗ କରୁଥିବା ୨ଲେନ ବିଶିଷ୍ଟ ପିଚୁ ରାସ୍ତା ବୁଦେଲବାହାଲି କୁଆଁଫଲ୍‌ ନିକଟରେ ଗୁରୁବାର ରାତିରେ ଭୁଶୁଡି ପଡ଼ିଛି। ପ୍ରାୟ ଶହେ ମିଟର ଓସାରର ୨୦ ଫୁଟର ଗର୍ତ୍ତ ମଧ୍ୟ ହୋଇଛି । ଏଥିରେ କେହି ମୃତାହତ କିମ୍ବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇନାହିଁ। ତେବେ ଏକ ଟ୍ରାକ୍ଟର ଅତିକ୍ରମ କରିବାର ୧୦ ମିନିଟ ପରେ ଏହି ଦୁର୍ଘଟଣା ଘଟିଲା ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ଜଣାପଡ଼ିଛି। ସେହିପରି ରାସ୍ତା ପାର୍ଶ୍ୱରେ ଦିଆଯାଇଥିବା ଲୁହାବାଡ଼ ମଧ୍ୟ ଉପୁଡ଼ି ଯାଇଥିବା ଦେଖିବାକୁ ମିଳିଛି । ଏହି ରାସ୍ତାକାମ ଅତି ନିମ୍ନମାନର ହୋଇଥିବା ସାଧାରଣରେ ଅଭିଯୋଗ ହେଉଥିବା ବେଳେ ରାସ୍ତା ନିର୍ମାଣ ପରେ ପାନୀୟ ଜଳଯୋଗାଣ ପାଇଁ ପାଇପଲାଇନ ଖୋଳାଯିବାରୁ ଏପରି ହୋଇଥିବା ପୂର୍ତ୍ତ ବିଭାଗ କହୁଛି।
ପ୍ରକାଶ ଯେ, ମହୁଲପାଲି ଛକରୁ ଭେଡ଼େନ ପର୍ଯ୍ୟନ୍ତ ୧୬ କିମି ପିଡବ୍ଲ୍ୟୁଡି ରାସ୍ତାକୁ ଦୋହରୀକରଣ ପାଇଁ ୧୪ କୋଟି ୫୪ ଲକ୍ଷ ୫୫ ହଜାର ୬୯୦ ଟଙ୍କା ବ୍ୟୟ ଅଟକଳ କରାଯାଇଛି । କୁତପାଲି ଛକରୁ ଭେଡ଼େନ ଥାନା ଛକ ପର୍ଯ୍ୟନ୍ତ ରାସ୍ତା ଅମ୍ପପୂର୍ଣ୍ଣ ରହିଥିବା ବେଳେ ଅବଶିଷ୍ଟ ସବୁ ଶେଷ ହେବା ଉପରେ ରହିଛି। ଏହି କ୍ରମରେ ପୂର୍ବରୁ ରହିଥିବା ବୁଦେଲବାହାଲି କୁଆଁଫଲ୍‌କୁ ପୋଲ ନିର୍ମାଣ କରାଯିବା ସହ ରାସ୍ତାକୁ ମାଟି ପକାଇ ପ୍ରାୟ ୫୦ ମିଟର ଉଚ୍ଚ କରାଯାଇ ସମତୁଲ କରାଯାଇଛି। ଏହାର ଉଭୟ ପାର୍ଶ୍ୱରେ ମାଟି ଯେପରି ଧୋଇ ନ ଯିବ ସେଥିପାଇଁ ୩ ଫୁଟ୍‌ର କଂକ୍ରିଟ କାନ୍ଥ ନିର୍ମାଣ କରାଯାଇଛି। ସେହିପରି ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଲଗାଯାଇଥିବା ଲୁହା ବାଡ଼ ମଧ୍ୟ ହାଲୁକା ଭାବେ ଲଗାଯାଇଥିବା ଯୋଗୁ ଉପୁଡ଼ି ଯାଇଥିବା ଦେଖିବାକୁ ମିଳିଛି। ବାଦିପାଲିରୁ ଉକ୍ତ ରାସ୍ତା ଅତିକ୍ରମ କରି ଖଲିଆପାଲି ଯାଇଥିବା ପୁରୁଣା କେନାଲ ପୋଲଟି ଅଣଓସାରିଆ ରହିଛି। ଏହାକୁ ପୁନଃନିର୍ମାଣ କରିବା ପରିବର୍ତ୍ତେ ପୂର୍ବପରି ଛାଡ଼ି ଦିଆଯାଇଛି। ତେବେ ଉଭୟ ପାର୍ଶ୍ୱରେ ବାଉଁଶ ବାଡ଼ ଦିଆଯାଇଥିବାରୁ ଏହା ଦୁର୍ଘଟଣାକୁ ନିମନ୍ତ୍ରଣ ସଦୃଶ ହୋଇଛି। ଏହି ପୋଲକୁ ନୂତନ ଭାବେ ନିର୍ମାଣ କରାଯିବା ସହ ପାର୍ଶ୍ୱବାଡ ଦେବାକୁ ସାଧାରଣରେ ଦାବି ହେଉଛି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri