କରୋନାରେ ପିଆଇବି ଉପନିର୍ଦ୍ଦେଶକଙ୍କ ପରଲୋକ

ନୂଆଦିଲ୍ଲୀ, ୨୯ା୪: କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପ୍ରେସ୍‌ ଇନ୍‌ଫରମେଶନ ବ୍ୟୁରୋ(ପିଆଇବି) ଉପନିର୍ଦ୍ଦେଶକ ସଞ୍ଜୟ କୁମାର ଶ୍ରୀବାସ୍ତବ( ୫୬)ଙ୍କ ମଙ୍ଗଳବାର ପରଲୋକ ହୋଇଛି। ଏ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ସୂଚନା ସେବାରେ ସେ ୩୪ ବର୍ଷ କାର୍ଯ୍ୟରତ ଥିଲେ। ବାଜପେୟୀ ସରକାର ଅମଳରେ ମନ୍ତ୍ରୀ ଥିବା ଶରଦ ଯାଦବଙ୍କ ସହ ସେ କାମ କରିଛନ୍ତି। ପୂର୍ବତନ ଉପରାଷ୍ଟ୍ରପତି ହମିଦ୍‌ ଅନ୍‌ସାରୀଙ୍କ ସହ ମଧ୍ୟ ପିଆଇବି ଅଧିକାରୀ ଭାବେ ସେ କାର୍ଯ୍ୟ କରିଛନ୍ତି।

Share