‘ଫୁଲଓ୍ବା’ର ଶିଶୁ କଳାକାର ଏବେ ଗ୍ଲାମର୍‌ ଗର୍ଲ, ଦେଖିଲେ ଚିହ୍ନି ହେଉନି

ବମ୍ବେ: ଚାହୁଁ ଚାହୁଁ ଦିନଗୁଡ଼ିକ କିଭଳି ବିତିଗଲା ଜାଣି ହେଲାନାହିଁ। ଶିଶୁ କଳାକାରରୁ ସେ ଏବେ ଗ୍ଲାମର୍ସ ଅଭିନେତ୍ରୀ ପାଲଟିଲେଣି। ଆମେ କଥା ହେଉଛୁ ଜନ୍ନତ ଜୁବେରଙ୍କ ବିଷୟରେ।

ଏକଦା ସମୟ ଥିଲା ଜନ୍ନତ ଧାରାବାହିକ ‘ଫୁଲଓ୍ବା’ରେ ସାଧାସିଧା କୁନି ଝିଅ ଭୂମିକାରେ ଅଭିନୟ କରିଥିଲେ। ହେଲେ ଏବେ ତାଙ୍କର ପୋଷାକ ପରିଧାନଠାରୁ ଆରମ୍ଭ କରି ଚେହେରା ବଦଳିଗଲାଣି। ୨୦୦୯ରେ ସେ ଅଭିନୟ ଆରମ୍ଭ କରିଥିବା ବେଳେ ଏବେ ସେ ୨୦ ବର୍ଷର ହେଲେଣି।

ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସକ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଏବେ ଇନ୍‌ଷ୍ଟାଗ୍ରାମରେ ତାଙ୍କର ୩୯.୩ ମିଲିୟନ ଫଲୋଅର୍ସ ଅଛନ୍ତି। ଜନ୍ନତ ଏଠାରେ ନିଜର ସୁନ୍ଦର ଫଟୋ ଏବଂ ଭିଡିଓ ଅପ୍‌ଲୋଡ କରିଥାନ୍ତି। କାମ ବିଷୟରେ କଥା ହେଲେ ଟେଲି ପରଦାରୁ ଦୂରରେ ଥିଲେ ହେଁ ଜନ୍ନତ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଆଲବମ୍‌ରେ ନଜର ଆସୁଛନ୍ତି।

Share