ଅପହଞ୍ଚ ସାକାଡି ଗ୍ରାମବାସୀଙ୍କୁ ଭେଟିଲେ ଫୁଲବାଣୀ ବିଧାୟକ

ଖଜୁରିପଡା,୨୪ା୫ (ବିଦୁର ବେହେରା) – କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ଦଳପଡ଼ା ପଞ୍ଚାୟତର ଅପହଞ୍ଚ ଇଲାକା ଭାବେ ପରିଚିତ ସାକାଡି ଗ୍ରାମକୁ ଫୁଲବାଣୀ ବିଧାୟକ ଉମା ଚରଣ ମଲିକ ଗସ୍ତ କରି ସେଠାରେ ବସବାସ କରୁଥିବା ୧୬ ପରିବାରଙ୍କ ସହ ଆଲୋଚନା କରିଥିଲେ। ସ୍ବାଧୀନତା ପରଠାରୁ ପ୍ରଥମଥର ଜଣେ ବିଧାୟକଙ୍କୁ ଗ୍ରାମରେ ପାଇ ଗ୍ରାମବାସୀ ଖୁସି ପ୍ରକାଶ କରିଥିଲେ। ଏହି ଅବସରରେ ସେମାନେ ଅନେକ ଲିଖିତ ଅଭିଯୋଗ ବିଧାୟକଙ୍କୁ ପ୍ରଦାନ କରିଛନ୍ତି l ଚକାପାଦ ବ୍ଲକ ଏବଂ ଖଜୁରିପଡା ବ୍ଲକର ସୀମାରେଖା ତଥା ଘଞ୍ଚ ଜଙ୍ଗଲ ଭିତରେ ବସବାସ କରୁଥିବା ଏହି ଆଦିବାସୀଙ୍କ ଗ୍ରାମକୁ ବିଧାୟକ ମଲିକ କିଛି ରାସ୍ତା ନିଜ ଗାଡ଼ିରେ ଯାଇ କିଛି ବାଟ ବାଇକ୍‌ରେ ଏବଂ କିଛିବାଟ ଚାଲିଚାଲି ଯାଇ ସାକାଡି ଗ୍ରାମରେ ପହଞ୍ଚତ୍ଥିଲେ। ଗ୍ରାମବାସୀ ବିଧାୟକ ଏବଂ ତାଙ୍କ ସହ ଥିବା ଅନ୍ୟମାନଙ୍କୁ ସ୍ବାଗତ କରିଥିଲେ l ପରେ ସମସ୍ତେ ଏକ ବୈଠକରେ ମିଳିତ ହୋଇଥିଲେ। ଗ୍ରାମବାସୀ ଗମନାଗମନ ପାଇଁ ସ୍ଥାୟୀ ରାସ୍ତା ନ ଥିବାରୁ ଶିକ୍ଷା, ସ୍ବାସ୍ଥ୍ୟସେବା ଏବଂ ଅଞ୍ଚଳର ବିକାଶ କିଭଳି ଦୟନୀୟ ହୋଇପଡିଛି ସେ ନେଇ ବିଧାୟକଙ୍କୁ ଅବଗତ କରିଥିଲେ। ସେହିଭଳି ବିଦ୍ୟାଳୟ, ଧାର୍ମିକ ଅନୁଷ୍ଠାନ, ପାନୀୟଜଳ, ବିଦ୍ୟୁତ୍‌ ଆଲୋକ, ଅଙ୍ଗନୱାଡି କେନ୍ଦ୍ର ନ ଥିବାରୁ ଅନେକ ସୁବିଧାରୁ ସେମାନେ ବଞ୍ଚତ୍ତ ହୋଇ ରହିଥିବା କହିଥିଲେ l ଗ୍ରାମରୁ ସରକାରୀ ଭତ୍ତା, ଚାଉଳ ପାଇଁ ପଞ୍ଚାୟତକୁ ଯିବାକୁ ହେଲେ ଗୁରାଣ୍ଡି ଏବଂ ଅରାପାଜୁ ଛଡ଼ାପାଜୁ ଜଙ୍ଗଲ ଭିତରେ ଦୀର୍ଘ ୮ କି.ମି. ଚାଲି ଚାଲି ଯିବାକୁ ପଡୁଥିବା ପ୍ରକାଶ କରିଥିଲେ l ଗ୍ରାମବାସୀଙ୍କ ବହୁବିଧ ସମସ୍ୟାକୁ ଉପଲବ୍ଧି କରି ବିଧାୟକ ଦୁଃଖ ପ୍ରକାଶ କରିବା ସହ ନିଶ୍ଚିତ ସାକାଡି ଗ୍ରାମର ବିକାଶ ପାଇଁ ବିଭିନ୍ନ ବିଭାଗ ସହ ଆଲୋଚନା କରି କିଛି ପରିବର୍ତ୍ତନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ବିଧାୟକ ମଲିକଙ୍କ ସହ ଖଜୁରିପଡା ଜିଲା ପରିଷଦ ସଦସ୍ୟା ଉର୍ବଶୀ ଦିଗାଲ, ଏମ୍‌ପି ପ୍ରତିନିଧି ମନୋଜ ପଣ୍ଡା, ବିଧାୟକ ପ୍ରତିନିଧି ଅନନ୍ତ ଦିଗାଲ, ଖଜୁରିପଡା ମଣ୍ଡଳ ସଭାପତି ରଞ୍ଜନ କହଁର, ସାଧାରଣ ସମ୍ପାଦକ ଦଶରଥ ସାହୁ, କେଦାର ଗୌରୀ ସାହୁ, ଦେବାଶିଷ ପ୍ରିୟଦର୍ଶିନ ସାହୁ, ପିଙ୍କୁ ନନ୍ଦ, ସାଇବନ କହଁର, ପୂର୍ବତନ ୱାର୍ଡସଭ୍ୟ ବିଶ୍ୱନାଥ ଗଣ୍ଡା, ରୋହିତ ପ୍ରଧାନ, ସୁଧାସାର କହଁର, ସୁମନ ମଲିକ, ସୁଚିତ୍ରା ମଲିକ, ଅମ୍ରିତା କହଁର ଓ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...

ସ୍କୁଲ ପରିସରରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ନବମ ଶ୍ରେଣୀ ଛାତ୍ରୀ, ମା’ କହିଲେ ଏହି କାରଣ ପାଇଁ…

ଗଜପତି, ୧୦।୧୨(ଗିରିଧାରୀ ପରିଛା): ଗଜପତି ଜିଲା କାଶୀନାଗର ବ୍ଲକ କାଶୀନାଗର ବାରଣାସୀ ହାଇ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲ ପରିସରରେ ମୂଷା ମରା...

ପୋଲିସକୁ ଦେଖି ହାଇସ୍ପିଡ୍‌ରେ ନେଉଥିଲେ ଗାଡ଼ି, ସିଧା ଯାଇ ଇଲେକ୍ଟ୍ରି ଖୁଣ୍ଟରେ…

ବଲାଙ୍ଗୀର,୧୦।୧୨(ସୁନିଲ ମହାନ୍ତି): ମଙ୍ଗଳବାର ବିଳମ୍ବିତ ରାତିରେ ଟାଉନଥାନା ପୋଲିସ ପାଟ୍ରୋଲିଂ ସମୟରେ ରେଲୱେ ଷ୍ଟେଶନ ସାଲେପାଲି ଛକ ନିକଟରେ କାରରେଆସି କିଛି ଯୁବକ  ରାସ୍ତାରେ ଯାଉଥିବା...

ସମସ୍ତେ ଆତ୍ମସମ୍ମାନର ସହ ବଞ୍ଚିବା ଜରୁରୀ: ମାନବାଧିକାରକୁ ଗୁରୁତ୍ୱାରୋପ

ପୁରୁଷୋତ୍ତମପୁର,୧୦/୧୨(ସବିତା ମଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ତାରାତାରିଣୀ କଲେଜ ପରିସରରେ ବୁଧବାର ମାନବ ଅଧିକାର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଆମରଣ ଅନଶନରେ ଆୟୁଷ ଛାତ୍ରୀଛାତ୍ର : ଦେଲେ ଚେତାବନୀ, ଦାବି ପୂରଣ ନହେବା ଯାଏ…

ବଲାଙ୍ଗୀର, ୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରେ ନିଖିଳ ଓ ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଜୋରଦାର ଆନ୍ଦୋଳନ...

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

ଏବେ ବି ବଞ୍ଚିଛି ଗୁରୁ ଶିଷ୍ୟ ପରମ୍ପରା

ମହାକାଳପଡ଼ା,୧୦ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଭାରତୀୟ ବିଭିନ୍ନ ଧାର୍ମିକ ସଂସ୍କୃତି ପରମ୍ପରା ଖୁବ୍‌ ପ୍ରାଚୀନ କାଳରୁ ରହିଆସିଛି। ପାଶ୍ଚାତ୍ୟ ଧର୍ମ ଭିନ୍ନ ଥିବାବେଳେ ଭାରତୀୟ ଧାର୍ମିକ ସଂସ୍କୃତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri