Posted inଫୁରସତ

ବରକନ୍ୟାଙ୍କ ସାମ୍ନାରେ ସମସ୍ତ ବିବାହ ଫଟୋ ଡିଲିଟ୍‌ କରିଦେଲେ ଫଟୋଗ୍ରାଫର, କାରଣ ଜାଣିଲେ…

ଜଣେ ଫଟୋଗ୍ରାଫର ଫଟୋଶୁଟ୍‌ ପାଇଁ ଏକ ବିବାହ ଉତ୍ସବକୁ ଯାଇଥିଲେ। କିନ୍ତୁ ବର ତାଙ୍କୁ ଏପରି ବ୍ୟବହାର କରିଥିଲେ ଯେ, ଏଥିରେ ସେ କ୍ରୋଧିତ ହୋଇ ତାଙ୍କ ସାମ୍ନାରେ ବିବାହ ଫଟୋ ଡିଲିଟ୍‌ କରିଥିଲେ। ଏହା ପରେ ସେ ସେଠାରୁ ଚାଲିଯାଇଥିଲେ। ଶେଷରେ ଏହି ବିବାହରେ କ’ଣ ହେଲା ଆଉ ଫଟୋଗ୍ରାଫର କାହିଁକି ଏପରି ପଦକ୍ଷେପ ନେଇଥିଲେ ବର୍ତ୍ତମାନ ଫଟୋଗ୍ରାଫର ସୋସିଆଲ ମିଡିଆରେ ଏ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି। ଜାଣନ୍ତୁ ଏ ବିଷୟରେ…

ଫଟୋଗ୍ରାଫର ସୋସିଆଲ ମିଡିଆରେ ସେହିଦିନର ସମ୍ପୂର୍ଣ୍ଣ ଘଟଣା ବିଷୟରେ କହିଛନ୍ତି। ଫଟୋଗ୍ରାଫର ବହୁତ ଭୋକିଲା ଥିଲେ। ଅନ୍ୟପକ୍ଷରେ ବିବାହ ଭୋଜିରେ ତାଙ୍କୁ ଖାଦ୍ୟ ଖାଇବାକୁ ମନା କରାଯାଇଥିଲା। ତେଣୁ ଫଟୋଗ୍ରାଫର ଏତେ ରାଗିଗଲେ ଯେ, ବରକନ୍ୟାଙ୍କ ଆଗରେ ସମସ୍ତ ବିବାହ ଫଟୋ ଡିଲିଟ୍‌ କରିଦେଲେ।

ଫଟୋଗ୍ରାଫର କହିଛନ୍ତି, ସେ ବୃତ୍ତିରେ ଫଟୋଗ୍ରାଫର ନୁହନ୍ତି। ସେ କୁକୁରମାନଙ୍କର ଯତ୍ନ ନିଅନ୍ତି ଏବଂ ସେମାନଙ୍କର ଫଟୋ ନିଜ ଇନଷ୍ଟାଗ୍ରାମ୍‌ ଏବଂ ଫେସବୁକ୍‌ ଆକାଉଣ୍ଟରେ ପୋଷ୍ଟ କରନ୍ତି । କିନ୍ତୁ ତାଙ୍କ ବନ୍ଧୁ ତାଙ୍କୁ ବିବାହରେ ଫଟୋ ଉଠାଇବାକୁ କହିଥିଲେ। ସେ ମନା କରିଦେଇଥିଲେ। ତଥାପି ତାଙ୍କ ବନ୍ଧୁ ତାଙ୍କୁ ଏହି କାମ କରିବାକୁ କହିଥିଲେ।

ଫଟୋଗ୍ରାଫର କହିଛନ୍ତି, ବିବାହରେ ୨୫୦ ଡଲାର (୧୮ ହଜାର ଟଙ୍କା)ରେ ଫଟୋ ଉଠାଇବା ପାଇଁ ଉଭୟଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା। ଫଟୋଉଠା କାମ ବିବାହ ଦିନ ସକାଳ ୧୧ଟାରୁ ଆରମ୍ଭ ହୋଇ ରାତି ପ୍ରାୟ ୮ଟାରେ ଶେଷ ହୋଇଥିତ୍ଲା। ସନ୍ଧ୍ୟାରେ ଲୋକଙ୍କୁ ଖାଦ୍ୟ ପରିବେଷଣ କରାଯାଉଥିଲା। କିନ୍ତୁ ଫଟୋଗ୍ରାଫରଙ୍କ ପାଇଁ ଖାଇବା ନ ଥିଲା। ଏପରିକି ତାଙ୍କୁ ଖାଦ୍ୟ ଖାଇବା ପାଇଁ ମନା କରାଯାଇଥିଲା। ତାଙ୍କୁ ଲଗାତର ଫଟୋ ଉଠାଇବାକୁ କୁହାଯାଇଥିଲା।

କ୍ଳାନ୍ତ ହୋଇ ଫଟୋଗ୍ରାଫର ତାଙ୍କ ବନ୍ଧୁ ତଥା ବରଙ୍କୁ ଖାଦ୍ୟ ଏବଂ ପାନୀୟ ପାଇଁ ୨୦ ମିନିଟ୍‌ର ବିରତି ମାଗିଥିଲେ। ଏହା ପରେ ବର ଫଟୋଗ୍ରାଫରଙ୍କୁ କହିଥିଲେ, ସେ ଲଗାତର ଫଟୋ ନ ଉଠାଇଲେ ବିନା ଅର୍ଥରେ ଯିବାକୁ ପଡ଼ିବ। ଫଟୋଗ୍ରାଫର ଭୋକ, ଥକ୍କାପଣ ଏବଂ ଖରା ଯୋଗୁ ଅସୁବିଧାରେ ପଡ଼ିଥିଲେ। ଯେତେବେଳେ ବର ତାଙ୍କୁ କହିଲେ ବିନା ପଇସାରେ ଚାଲିଯିବାକୁ ପଡ଼ିବ, ସେ ଏତେ ବିରକ୍ତ ହେଲେ ଯେ ତାଙ୍କ ସାମ୍ନାରେ ଥିବା ସମସ୍ତ ଫଟୋ ଡିଲିଟ୍‌ କରିଦେଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri