Categories: ଫୁରସତ

ନୂଆ ସଂସଦ ପରି ଦେଖିବାକୁ ଏହି ମନ୍ଦିର

ମଧ୍ୟପ୍ରଦେଶର ବିଦିଶାର ବିଜୟ ମନ୍ଦିର ଏବଂ ଭାରତର ନୂଆ ସଂସଦ ଗୃହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ ଦେଖିବା ପରେ ଅନେକ ୟୁଜର ନୂଆ ସଂସଦ ଭବନକୁ ଆମେରିକାର ପେଣ୍ଟାଗନର ନକଲ ବୋଲି କହୁଛନ୍ତି। ଏହାର ଡିଜାଇନ ଭିଦିଶାର ବିଜୟ ମନ୍ଦିର ପରି ଦେଖିବାକୁ ।
ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ପରି ନିର୍ମାଣ ହେବାକୁ ଥିବା ଏହି ନୂତନ ସଂସଦ ଗୃହର ଆକୃତି ବିଦିଶାର ଭିଜା ମଣ୍ଡଳ ଅର୍ଥାତ୍‌ ବିଜୟ ମଣ୍ଡଳ ପରି ଦେଖିବାକୁ। ଭବ୍ୟ ବିଜୟ ମନ୍ଦିର ତ୍ରିକୋଣୀୟ। ମୋଗଲ ଆକ୍ରମଣ ସମୟରେ ଏହି ମନ୍ଦିରକୁ ଭାଙ୍ଗିଦିଆଯାଇଥିଲା। ଏହି ମନ୍ଦିର ପରମାର ରାଜାଙ୍କ ଦ୍ୱାରା ନିର୍ମାଣ ହୋଇଥିଲା। ଏହାର ଉଚ୍ଚତା ପ୍ରାୟ ୧୦୦ ମିଟର ଥିଲା। ଏବେ ଏହି ମନ୍ଦିର ବିଜା ମଣ୍ଡଳ ଏଏସ୍‌ଆଇଙ୍କ ପୃଷ୍ଠପୋଷକତାରେ ରହିଛି। ଗତ କିଛି ଦିନ ହେବ ଏଠାରେ ସ୍ବଚ୍ଛତା ଏବଂ ନବୀକରଣ କାର୍ଯ୍ୟ ଚାଲିଛି।

Share