ବାପାଙ୍କ କୋଳରେ ବସି ଷ୍ଟାଡିୟମରେ IPL ମ୍ୟାଚ୍‌ ଦେଖୁଥିବା ବୈଭବଙ୍କ ଫଟୋ ଭାଇରାଲ

ନୂଆଦିଲ୍ଲୀ,୨୯।୪:କ୍ରିକେଟର ନୂତନ ଯୁବ ତାରକା ଭାବରେ ଉଭା ହୋଇଥିବା ବୈଭବ ସୂର୍ଯ୍ୟବଂଶୀ ନିଜର ଦମଦାର ଶତକ ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କଠାରୁ ରାହୁଲ ଦ୍ରାବିଡଙ୍କ ପର୍ଯ୍ୟନ୍ତ, ସମସ୍ତେ ତାଙ୍କ ପ୍ରତିଭା ଦେଖି ଆଶ୍ଚର୍ଯ୍ୟ। ରାଜସ୍ଥାନ ରୟାଲ୍ସ ପାଇଁ ଖେଳି ବୈଭବ ୩୫ ବଲରେ ଶତକ ହାସଲ କରିଥିଲେ।
ମାତ୍ର ୧୪ ବର୍ଷ ବୟସରେ, ବୈଭବ ତାଙ୍କ ନାମରେ ଅନେକ ରେକର୍ଡ କରିଥିଲେ। ଆଇପିଏଲ ଇତିହାସରେ ଦ୍ୱିତୀୟ ଦ୍ରୁତତମ ଶତକ ବୈଭବଙ୍କ ନାମରେ ହୋଇଛି। ତାଙ୍କ ଆଗରେ ଅଛନ୍ତି ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର କ୍ରିସ ଗେଲ, ଯିଏ ୨୦୧୩ରେ ମାତ୍ର ୩୦ ବଲ୍‌ରେ ଶତକ ହାସଲ କରିଥିଲେ। ଏହି ତାଲିକାରେ ୟୁସୁଫ ପଠାନ ତୃତୀୟ ସ୍ଥାନରେ ଅଛନ୍ତି ଯିଏ ରାଜସ୍ଥାନ ରୟାଲ୍ସ ପାଇଁ ୩୭ ବଲ୍‌ରେ ଶତକ ହାସଲ କରିଥିଲେ।

ବୈଭବ ସୁରଚବଂଶୀଙ୍କ କ୍ରିକେଟ ପ୍ରତିଭା ତାଙ୍କ ପିଲାଦିନରୁ ହିଁ ସ୍ପଷ୍ଟ ଥିଲା। ତାଙ୍କ ବାପା ତାଙ୍କୁ ଭାରତର ଅନ୍ତର୍ଜାତୀୟ ମ୍ୟାଚ ଏବଂ IPL ମ୍ୟାଚ ଦେଖାଉଥିଲେ। ବିହାରର ସମସ୍ତିପୁରର ବାସିନ୍ଦା ବୈଭବ ସୂର୍ଯ୍ୟବଂଶୀଙ୍କୁ ତାଙ୍କ ବାପା ପିଲାଦିନେ ଆଇପିଏଲ ଦେଖାଇବା ପାଇଁ କ୍ରିକେଟ ଷ୍ଟାଡିୟମକୁ ନେଇଯାଉଥିଲେ। ୨୦୧୭ ମସିହାର ବୈଭବ ସୂର୍ଯ୍ୟବଂଶୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କ ବାପା ତାଙ୍କୁ କାଖରେ ଧରି ଏକ ମ୍ୟାଚ ଦେଖିବାକୁ ନେଉଥିଲେ। ଏହି ଫଟୋରେ ବୈଭବ ପୁନେ ସୁପର ଜାଏଣ୍ଟସକୁ ଚିୟର କରିବାକୁ ପହଞ୍ଚିଥିଲେ।

ବୈଭବଙ୍କ ବାପା ତାଙ୍କ ଭିତରେ କ୍ରିକେଟ ପ୍ରତି ଆଗ୍ରହ ଏବଂ ପ୍ରତିଭା ଦେଖିସାରିଥିଲେ ଏବଂ ବୁଝିସାରିଥିଲେ। ୧୦ ବର୍ଷ ବୟସରେ, ସେ କ୍ରିକେଟର ଜଟିଳତାକୁ ବୁଝିବା ଆରମ୍ଭ କରିଥିଲେ ଏବଂ ଜୋରଦାର ମ୍ୟାଚ ଅଭ୍ୟାସ କରୁଥିଲେ। ସେ ଘଣ୍ଟା ଘଣ୍ଟା ନେଟରେ ଝାଳ ବୁହାଉଥିଲେ। ଏହାର ପରିଣାମ ସ୍ବରୂପ ମାତ୍ର ୧୪ ବର୍ଷ ବୟସରେ ସେ ଆଇପିଏଲ ଦଳରେ ମନୋନୀତ ହୋଇଥିଲେ। ବୈଭବଙ୍କ ପ୍ରତିଭାକୁ ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡ ଭଲ ଭାବରେ ଚିହ୍ନିପାରିଥିଲେ ଏବଂ ତାଙ୍କୁ ରାଜସ୍ଥାନ ଦଳ ପାଇଁ ଚୟନ କରାଯାଇଥିଲା। ଦ୍ରାବିଡଙ୍କ ଏହି ପରୀକ୍ଷଣ ଆଇପିଏଲରେ ଠିକ ପ୍ରମାଣିତ ହେଉଥିବା ପରି ମନେ ହେଉଛି। ଆଇପିଏଲ-୨୦୨୫ କ୍ରିକେଟ ଜଗତକୁ ଏକ ଉଦୀୟମାନ ତାରା ଦେଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri