ବାପାଙ୍କ କୋଳରେ ବସି ଷ୍ଟାଡିୟମରେ IPL ମ୍ୟାଚ୍‌ ଦେଖୁଥିବା ବୈଭବଙ୍କ ଫଟୋ ଭାଇରାଲ

ନୂଆଦିଲ୍ଲୀ,୨୯।୪:କ୍ରିକେଟର ନୂତନ ଯୁବ ତାରକା ଭାବରେ ଉଭା ହୋଇଥିବା ବୈଭବ ସୂର୍ଯ୍ୟବଂଶୀ ନିଜର ଦମଦାର ଶତକ ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କଠାରୁ ରାହୁଲ ଦ୍ରାବିଡଙ୍କ ପର୍ଯ୍ୟନ୍ତ, ସମସ୍ତେ ତାଙ୍କ ପ୍ରତିଭା ଦେଖି ଆଶ୍ଚର୍ଯ୍ୟ। ରାଜସ୍ଥାନ ରୟାଲ୍ସ ପାଇଁ ଖେଳି ବୈଭବ ୩୫ ବଲରେ ଶତକ ହାସଲ କରିଥିଲେ।
ମାତ୍ର ୧୪ ବର୍ଷ ବୟସରେ, ବୈଭବ ତାଙ୍କ ନାମରେ ଅନେକ ରେକର୍ଡ କରିଥିଲେ। ଆଇପିଏଲ ଇତିହାସରେ ଦ୍ୱିତୀୟ ଦ୍ରୁତତମ ଶତକ ବୈଭବଙ୍କ ନାମରେ ହୋଇଛି। ତାଙ୍କ ଆଗରେ ଅଛନ୍ତି ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର କ୍ରିସ ଗେଲ, ଯିଏ ୨୦୧୩ରେ ମାତ୍ର ୩୦ ବଲ୍‌ରେ ଶତକ ହାସଲ କରିଥିଲେ। ଏହି ତାଲିକାରେ ୟୁସୁଫ ପଠାନ ତୃତୀୟ ସ୍ଥାନରେ ଅଛନ୍ତି ଯିଏ ରାଜସ୍ଥାନ ରୟାଲ୍ସ ପାଇଁ ୩୭ ବଲ୍‌ରେ ଶତକ ହାସଲ କରିଥିଲେ।

ବୈଭବ ସୁରଚବଂଶୀଙ୍କ କ୍ରିକେଟ ପ୍ରତିଭା ତାଙ୍କ ପିଲାଦିନରୁ ହିଁ ସ୍ପଷ୍ଟ ଥିଲା। ତାଙ୍କ ବାପା ତାଙ୍କୁ ଭାରତର ଅନ୍ତର୍ଜାତୀୟ ମ୍ୟାଚ ଏବଂ IPL ମ୍ୟାଚ ଦେଖାଉଥିଲେ। ବିହାରର ସମସ୍ତିପୁରର ବାସିନ୍ଦା ବୈଭବ ସୂର୍ଯ୍ୟବଂଶୀଙ୍କୁ ତାଙ୍କ ବାପା ପିଲାଦିନେ ଆଇପିଏଲ ଦେଖାଇବା ପାଇଁ କ୍ରିକେଟ ଷ୍ଟାଡିୟମକୁ ନେଇଯାଉଥିଲେ। ୨୦୧୭ ମସିହାର ବୈଭବ ସୂର୍ଯ୍ୟବଂଶୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କ ବାପା ତାଙ୍କୁ କାଖରେ ଧରି ଏକ ମ୍ୟାଚ ଦେଖିବାକୁ ନେଉଥିଲେ। ଏହି ଫଟୋରେ ବୈଭବ ପୁନେ ସୁପର ଜାଏଣ୍ଟସକୁ ଚିୟର କରିବାକୁ ପହଞ୍ଚିଥିଲେ।

ବୈଭବଙ୍କ ବାପା ତାଙ୍କ ଭିତରେ କ୍ରିକେଟ ପ୍ରତି ଆଗ୍ରହ ଏବଂ ପ୍ରତିଭା ଦେଖିସାରିଥିଲେ ଏବଂ ବୁଝିସାରିଥିଲେ। ୧୦ ବର୍ଷ ବୟସରେ, ସେ କ୍ରିକେଟର ଜଟିଳତାକୁ ବୁଝିବା ଆରମ୍ଭ କରିଥିଲେ ଏବଂ ଜୋରଦାର ମ୍ୟାଚ ଅଭ୍ୟାସ କରୁଥିଲେ। ସେ ଘଣ୍ଟା ଘଣ୍ଟା ନେଟରେ ଝାଳ ବୁହାଉଥିଲେ। ଏହାର ପରିଣାମ ସ୍ବରୂପ ମାତ୍ର ୧୪ ବର୍ଷ ବୟସରେ ସେ ଆଇପିଏଲ ଦଳରେ ମନୋନୀତ ହୋଇଥିଲେ। ବୈଭବଙ୍କ ପ୍ରତିଭାକୁ ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡ ଭଲ ଭାବରେ ଚିହ୍ନିପାରିଥିଲେ ଏବଂ ତାଙ୍କୁ ରାଜସ୍ଥାନ ଦଳ ପାଇଁ ଚୟନ କରାଯାଇଥିଲା। ଦ୍ରାବିଡଙ୍କ ଏହି ପରୀକ୍ଷଣ ଆଇପିଏଲରେ ଠିକ ପ୍ରମାଣିତ ହେଉଥିବା ପରି ମନେ ହେଉଛି। ଆଇପିଏଲ-୨୦୨୫ କ୍ରିକେଟ ଜଗତକୁ ଏକ ଉଦୀୟମାନ ତାରା ଦେଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri