ହ୍ବାଟ୍ସଆପ୍‌ ଡିପିରେ ଜିଲାପାଳଙ୍କ ଫଟୋ ରଖି ମାଗୁଛନ୍ତି ଟଙ୍କା

ଭଦ୍ରକ ଅଫିସ, ୨୯।୪: ଭଦ୍ରକ ଜିଲାପାଳଙ୍କ ଫଟୋକୁ କେହି ଜଣେ ବ୍ୟକ୍ତି ହ୍ବାଟ୍ସଆପ୍‌ ଡିପିରେ ରଖି ଟଙ୍କା ସାହାଯ୍ୟ ମାଗୁଛନ୍ତି। ଏହା ନଜରକୁ ଆସିବା ପରେ ଜିଲା ପ୍ରଶାସନ ପକ୍ଷରୁ ଟୁଇଟର ମାଧ୍ୟମରେ ଫେକ୍‌ ହ୍ବାଟ୍ସଆପ୍‌ ନମ୍ବର ବୋଲି ସଚେତନ କରାଯାଇଛି। ୮୪୦୦୭୫୪୨୨୧ ଏହି ନମ୍ବରରେ ଉକ୍ତ ବ୍ୟକ୍ତି କେତେକ ଲୋକଙ୍କୁ ମେସେଜ କରି ଟଙ୍କା ସାହାଯ୍ୟ ମାଗୁଥିବାର ଚାଟିଂ ଜିଲା ପ୍ରଶାସନ ଟୁଇଟରରେ ଉଲ୍ଲେଖ କରିଛି। ଏପରି ମେସେଜରେ ପ୍ରଭାବିତ ହୋଇ କେହି ଉକ୍ତ ବ୍ୟକ୍ତିଙ୍କୁ ଟଙ୍କା ନ ଦେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଏନେଇ ଜିଲାପାଳ ତ୍ରିଲୋଚନ ମାଝି ଟାଉନ ଥାନାରେ ଅଭିଯୋଗ କରିଛନ୍ତି।