‘ମୃତ୍ୟୁ ପ୍ରମାଣପତ୍ରରେ ରହୁ ମୋଦିଙ୍କ ଫଟୋ’

ଚଣ୍ଡିଗଡ଼, ୧୯ା୪: ଟିକା ପ୍ରମାଣପତ୍ରରେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରେୟ ନେବାକୁ ନିଜ ଫଟୋ ଛାପୁଛନ୍ତି ତେବେ କୋଭିଡ୍‌ରେ ପ୍ରାଣ ହରାଉଥିବା ଲୋକଙ୍କ ମୃତ୍ୟୁ ସାର୍ଟିଫିକେଟରେ ମଧ୍ୟ ମୋଦିଙ୍କ ଫଟୋ ରହୁ ବୋଲି କହିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପି ନେତା ନଓ୍ବାବ ମଲିକ। ସଂକ୍ରମଣ ବୃଦ୍ଧି ଓ ଏଥିଜନିତ ମୃତ୍ୟୁ ପାଇଁ ମୋଦି ଉତ୍ତରଦାୟୀ ରହିବା କଥା ବୋଲି ନଓ୍ବାବ କହିଛନ୍ତି। ଦେଶରେ ସଂକ୍ରମଣ ବଢ଼ି ଚାଲିଥିବାବେଳେ ମୃତଦେହ ସତ୍କାର ପାଇଁ ମଧ୍ୟ ଜାଗା ନାହିଁ। ଏ ବାବଦରେ ମୋଦି ଜନସାଧାରଣଙ୍କ ନିକଟରେ ଉତ୍ତର ରଖନ୍ତୁ ବୋଲି ମହାରାଷ୍ଟ୍ର ମନ୍ତ୍ରୀ ଦାବି କରିଛନ୍ତି।

Share