Categories: ବାଣିଜ୍ୟ

ମହଙ୍ଗା ହୋଇପାରେ ଫୋନ୍‌ କଲ୍‌, ଇଣ୍ଟରନେଟ

ନୂଆଦିଲ୍ଲୀ,୬।୭ : ଆଗାମୀ ବର୍ଷେରୁ ଦେଢ଼ ବର୍ଷ ମଧ୍ୟରେ ଫୋନ୍‌ କଲ୍‌ ଏବଂ ଇଣ୍ଟରନେଟ ସମେତ ଏ ସଂକ୍ରାନ୍ତ ସମସ୍ତ ସେବାର ଦେୟ ବଢ଼ିପାରେ। ଏଥରେ ଦର ପ୍ରାୟ ୨ ଥର ବଢାଯାଇପାରେ। ଫଳରେ ଆଗାମୀ ଦିନରେ ଫୋନ୍‌ କଲ ଏବଂ ଇଣ୍ଟରନେଟ ସେବା ମହଙ୍ଗା ହୋଇପାରେ ବୋଲି ଇଓ୍ବାଇ ନାମକ ଏଜେନ୍ସି ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦେଶର ଟେଲିକମ କ୍ଷେତ୍ର ବର୍ତ୍ତମାନ କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। କମ୍ପାନୀଗୁଡିକ ବିଭିନ୍ନ ଚ୍ୟାଲେଞ୍ଜ ଦେଇ ଗତି କରୁଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଟେଲିକମ କ୍ଷେତ୍ରରେ ଢାଞ୍ଚାଗତ ସଂରଚନା ଲାଭପ୍ରଦ ନ ହେବା ଯୋଗୁ ବିଭିନ୍ନ ସମସ୍ୟା ଦେଖାଯାଉଛି। ଫଳରେ ଆଗାମୀ ଦିନରେ ଉକ୍ତ କ୍ଷେତ୍ର ନିଜକୁ ସମ୍ଭାଳିବା ଲାଗି ବିଭିନ୍ନ ଯୋଜନା ଉପରେ କାମ କରିବ ବୋଲି କୁହାଯାଉଛି। ଇଓ୍ବାଇ ପକ୍ଷରୁ ଏହାର ଲିଡର କହିଛନ୍ତି ଯେ, ଦରରେ ତତ୍କାଳ ବୃଦ୍ଧି ବର୍ତ୍ତମାନ ସମୟରେ ହୋଇ ନ ପାରେ। ପ୍ରଥମ ଦର ବୃଦ୍ଧି ଆଗାମୀ ୬ ମାସରେ ଏବଂ ଦ୍ୱିତୀୟ ଦର ବୃଦ୍ଧି ୧୨ରୁ ୧୮ ମାସରେ ହେବା ନେଇ ସେ ଅନୁମାନ ଲଗାଇଛନ୍ତି।

Share