ଫିଲିପିନ୍ସରେ ବଡ ଦୁର୍ଘଟଣା: ୨୫୦ ଲୋକଙ୍କୁ ନେଇ ଯାଉଥିବା ଫେରିଲେ ଲାଗିଲା ନିଆଁ ଜୀବନ୍ତ ଜଳିଗଲେ ଲୋକେ

ମାନିଲା,୩୦ ।୩: ଦକ୍ଷିଣ-ପୂର୍ବ ଏସିଆ ଦେଶ ଫିଲିପିନ୍ସରେ ଗୁରୁବାର ଏକ ବଡ ଦୁର୍ଘଟଣା ହୋଇଛି । ଏଠାରେ ୨୫୦ ଲୋକଙ୍କୁ ନେଇ ଯାଉଥିବା ଏକ ଫେରିରେ ନିଆଁ ଲାଗିଯାଇଛି । ଏଥିରେ ଅନେକ ଲୋକ ଜୀବନ୍ତ ଜଳିଯାଇଥିବା ସୂଚନା ମିଳିଛି । ଏହି ଘଟଣାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି ।
ନ୍ୟୁଜ ଏଜେନ୍ସି ଏପିର ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣା ପ୍ରଶାନ୍ତ ମହାସାଗରରେ ସେତେବେଳେ ହୋଇଥିଲା, ଯେତେବେଳେ ଫିଲିପିନ୍ସରେ ୨୫୦ ଜଣ ଲୋକଙ୍କୁ ନେଇ ଏକ ଫେରି ଯାତ୍ରା କରୁଥିଲା । ଏବେ ପର୍ଯ୍ୟନ୍ତ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ନିଖୋଜ ଥିବା ଖବର ମିଳିଛି ।
ଫିଲିପିନ୍ସ କୋଷ୍ଟ ଗାର୍ଡ ପକ୍ଷରୁ କୁହାଯାଇଛି କି ଯାତ୍ରୀବାହୀ ଫେରି ଦକ୍ଷିଣ ଫିଲିପିନ୍ସର ସମୁଦ୍ରରେ ଯାତ୍ରା କରୁଥିବା ସମୟରେ ବଲୁକ-ବଲୁକ ଦ୍ୱିପ ନିକଟରେ ସେଥିରେ ନିଆଁ ଲାଗିଯାଇଥିଲା । ଏହା ଫିଲିପିନ୍ସର ପେସିଲିନ ଅଞ୍ଚଳରେ ପଡିଥାଏ । କୋଷ୍ଟ ଗାର୍ଡର ସୂଚନା ଅନୁଯାୟୀ, କିଛି ଜାହାଜ ନିଆଁ ଲିଭାଇବାରେ ଲାଗିପଡିଛନ୍ତି ।

Share