ଜନହିତୈଷୀ ପ୍ରଯୁକ୍ତିବିତ୍‌

ସୁଧା ମୂର୍ତ୍ତି

ଜନହିତକର କାର୍ଯ୍ୟ କରିବା ଲାଗି ଗୋଟେ ମିଜାଜ୍‌ ଥିବା ଦରକାର। ଜଣେ ନିର୍ଦ୍ଧନ ହୁଅନ୍ତୁ ବା ଧନୀ, ମନ ଦୃଢ଼ ଥିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ ହୁଏ। ତୁଳନାତ୍ମକ ଭାବେ ଦେଖିଲେ ଅଧିକ ଅର୍ଥ ଉପାର୍ଜନ କରୁଥିବା ବ୍ୟକ୍ତି ସମାଜର ମଙ୍ଗଳ କରିବା ଲାଗି ଆଗେଇ ଆସିଲେ ଅନେକେ ଉପକୃତ ହୋଇଥାଆନ୍ତି। ପାଶ୍ଚାତ୍ୟରେ ଧନୀମାନେ ସେମାନଙ୍କ ସମ୍ପତ୍ତିର କିଛି ଅଂଶ ଜନକଲ୍ୟାଣ ସକାଶେ ବିନିଯୋଗ କରିଥାଆନ୍ତି। ଭାରତରେ ଏମାନଙ୍କ ସଂଖ୍ୟା ଅପେକ୍ଷାକୃତ କମ୍‌ ଥାଏ। ସେହି କମ୍‌ ସଂଖ୍ୟକ ବର୍ଗରେ ଯିଏ ସାମିଲ ହୋଇଥାଆନ୍ତି ସେମାନଙ୍କ ବିଷୟରେ ଚର୍ଚ୍ଚା ହୋଇଥାଏ। ପୁଣି ମହିଳା ହୋଇଥିଲେ ସେମାନେ ବାରି ହୋଇପଡ଼ିଥାଆନ୍ତି। ବହୁରାଷ୍ଟ୍ରୀୟ ସୂଚନା ଓ ପ୍ରଯୁକ୍ତି କମ୍ପନୀ ଇନ୍‌ଫୋସିସ୍‌ର ଅନ୍ୟତମ ସହଯୋଗୀ ସୁଧା ମୂର୍ତ୍ତିଙ୍କ ନାମ ଉଚ୍ଚାରଣ କଲେ ତାଙ୍କ ଜନହିତୈଷୀ କାର୍ଯ୍ୟାବଳୀ ବିଷୟରେ ବହୁ ତଥ୍ୟ ସାମ୍ନାକୁ ଆସିଥାଏ। ଜଣେ ମହିଳା ଇଞ୍ଜିନିୟର, ଶିକ୍ଷାବିତ୍‌ ତଥା ଲେଖିକା ଭାବେ ସେ ମଧ୍ୟ ତାଙ୍କର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ୨୦୨୩ ପାଇଁ ଭାରତର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଭୂଷଣ’ ସୁଧା ମୂର୍ତ୍ତିଙ୍କ ନାମ ପୂର୍ବରୁ ବିଶେଷଣ ଭାବେ ଲାଗିଥିବାରୁ ତାଙ୍କ ବ୍ୟକ୍ତିତ୍ୱ ଅଧିକ ଉଜ୍ଜ୍ୱଳ ହୋଇଛି। ପ୍ରତିକ୍ରିୟାରେ ସେ କହିଛନ୍ତି, ଜୀବନରେ ଛୋଟିଆ କିଛି କାମ କରିଛନ୍ତି। ହେଲେ ବଡ଼ ମାନ୍ୟତା ମିଳିବା ତାଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।
କର୍ନାଟକର ହାଭେରି ଅନ୍ତର୍ଗତ ଶିଗାଓଁରେ ୧୯ ଅଗଷ୍ଟ ୧୯୫୧ରେ ସୁଧା ମୂର୍ତ୍ତି ଦେଶାସ୍ଥ ମାଧବ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପିତା ଆର୍‌.ଏଚ୍‌. କୁଲକର୍ଣ୍ଣି ଡାକ୍ତର ଥିବା ବେଳେ ମାତା ବିମଳା କୁଲକର୍ଣ୍ଣି ଥିଲେ ଶିକ୍ଷୟିତ୍ରୀ। ମାତାପିତା ଓ ଆଈଅଜାଙ୍କ ଦ୍ୱାରା ସେ ବଢ଼ିଥିଲେ। ପିଲାବେଳୁ ସୁଧା ଅତି ମେଧାବୀ ଥିଲେ। ବି. ଭି. ବି କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି (ବର୍ତ୍ତମାନ କେଏଲ୍‌ଇ ଟେକ୍ନୋଲୋଜିକାଲ ୟୁନିଭର୍ସିଟି)ରେ ସେ ଇଲେକ୍ଟ୍ରିକାଲ ଆଣ୍ଡ୍‌ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ପରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସରୁ କମ୍ପ୍ୟୁଟର ସାଇନ୍ସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଏହି ଉଚ୍ଚଶିକ୍ଷା ତାଙ୍କୁ ଭାରତର ବୃହତ୍‌ ଗାଡ଼ି ନିର୍ମାଣକାରୀ ସଂସ୍ଥା ଟାଟା ଇଞ୍ଜିନିୟରିଂ ଆଣ୍ଡ୍‌ ଲୋକୋମୋଟିଭ୍‌ କମ୍ପାନୀ (ଟେଲ୍‌କୋ)ରେ ପ୍ରଥମ ମହିଳା ଇଞ୍ଜିନିୟର ହେବାର ସୁଯୋଗ ଦେଇଥିଲା। ପୁଣେରେ ଡେଭଲପ୍‌ମେଣ୍ଟ ଇଞ୍ଜିନିୟର ଭାବେ ସେ ଯୋଗ ଦେଇଥିଲେ। ପରେ ମୁମ୍ବାଇ ଓ ଜାମ୍‌ସେଦ୍‌ପୁରରେ କାର୍ଯ୍ୟ କରିଥିଲେ। ସାହସ କୁଳାଇ ସେ କମ୍ପାନୀର ଅଧ୍ୟକ୍ଷଙ୍କୁ ପତ୍ର ଲେଖି ସଂସ୍ଥାରେ କାହିଁକି କେବଳ ପୁରୁଷ କର୍ମଚାରୀ ରହିଛନ୍ତି ବୋଲି ପ୍ରଶ୍ନ କରିଥିଲେ। ତାଙ୍କ ସ୍ବାଧୀନଚେତା ଚିନ୍ତାଧାରା ଓ ଲିଙ୍ଗ ନିରପେକ୍ଷ ଆଭିମୁଖ୍ୟ ଟେଲ୍‌କୋ ଭିତରେ ଗୁଞ୍ଜରଣ ସୃଷ୍ଟି କରିଥିଲା। ତେବେ ପରବର୍ତ୍ତୀ ସମୟରେ ସୁଧା ପୁଣେର ଓ୍ବାଲ୍‌ଚାନ୍ଦ ଗ୍ରୁପ୍‌ ଅଫ୍‌ ଇଣ୍ଡଷ୍ଟ୍ରିଜ୍‌ରେ ସିନିୟର ସିଷ୍ଟମ୍ସ ଆନାଲିଷ୍ଟ ଭାବେ ଯୋଗ ଦେଇଥିଲେ। ପ୍ରଯୁକ୍ତିକୁ ବ୍ୟବହାର କରି ସେ ଅର୍ଜନ କରିଥିବା ଅଭିଜ୍ଞତାକୁ ଜୀବନରେ ଉପଯୋଗ କରିବା ଲାଗି ୧୯୯୬ରେ ଆରମ୍ଭ କରିଥିଲେ ଇନ୍‌ଫୋସିସ୍‌ ଫାଉଣ୍ଡେଶନ। ତାହାର ଟ୍ରଷ୍ଟି ରହିଥିବା ସୁଧା ପିଜି ସେଣ୍ଟର ଅଫ୍‌ ବାଙ୍ଗାଲୋର ୟୁନିଭର୍ସିଟିରେ ଭିଜିଟିଂ ପ୍ରଫେସର ଅଛନ୍ତି। ସେ ମଧ୍ୟ ଖ୍ରୀଷ୍ଟ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ାଉଛନ୍ତି।
ପ୍ରଯୁକ୍ତିକୁ ନେଇ ଚାକିରି, ଉଦ୍ୟୋଗ ଗଢ଼ିବା ଓ ଶିକ୍ଷାଦାନ କରିବା ବ୍ୟତୀତ ତାଙ୍କୁ ଅଧିକ ପରିଚୟ ଦେଇଥିବା କ୍ଷେତ୍ର ପାଲଟିଯାଇଛି ଲେଖାଲେଖି ଓ ଜନହିତୈଷୀ ପଦକ୍ଷେପ। ଉପନ୍ୟାସ, ବାସ୍ତବଧର୍ମୀ ପୁସ୍ତକ ରଚନା, ଭ୍ରମଣ କାହାଣୀ, ପ୍ରଯୁକ୍ତି ଆଧାରିତ ବହି ଓ ଜୀବନୀ ଲେଖାରେ ସୁଧାଙ୍କ ପଟୁତା ରହିଛି। ପିଲାମାନଙ୍କ ପାଇଁ କ୍ଷୁଦ୍ର ଗଳ୍ପ ରଚନା କରି ସେ ଅସଂଖ୍ୟା ପାଠକୀୟ ସ୍ବୀକୃତି ପାଇଛନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନ କହିଲେ ଇନ୍‌ଫୋସିସ୍‌ର ପ୍ରତିଷ୍ଠାତା ଏନ୍‌.ଆର୍‌. ନାରାୟଣ ମୂର୍ତ୍ତି ତାଙ୍କ ସ୍ବାମୀ। ପୁଣେରେ ଟେଲ୍‌କୋରେ ଚାକିରି କରୁଥିବା ବେଳେ ସେ ତାଙ୍କୁ ବିବାହ କରିଥିଲେ। ଦମ୍ପତିଙ୍କ ଦୁଇ ସନ୍ତାନ। ପୁତ୍ର ରୋହନ ମୂର୍ତ୍ତି। ଫ୍ୟାଶନ ଡିଜାଇନର ଝିଅ ଅକ୍ଷତା ମୂର୍ତ୍ତି ଏବଂ ତାଙ୍କ ସ୍ବାମୀ ଋଷି ସୁନକ ଏବେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ। ସୁଧା ମୂର୍ତ୍ତି ଅନେକ ଅନାଥାଶ୍ରମ ପ୍ରତିଷ୍ଠା କରିଛନ୍ତି। ଗ୍ରାମୀଣ ବିକାଶ ଦିଗରେ ଯୋଗଦାନ ଏବଂ କର୍ନାଟକର ସମସ୍ତ ସରକାରୀ ବିଦ୍ୟାଳୟକୁ କମ୍ପ୍ୟୁଟର ଯୋଗାଇ ଦେବା ସହ ପାଠାଗାର ସୁବିଧା କରିପାରିଥିବାରୁ ସେ ଶୈକ୍ଷିକ ଦୁନିଆରେ ବିପ୍ଳବ ଆଣିପାରିଛନ୍ତି। ୨୦୦୬ ମସିହାରେ ସେ ପଦ୍ମଶ୍ରୀ ସମ୍ମାନ ସହ ବହୁ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ହୋଇ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri