ରାଜନୀତିରେ ପାଦ ଦେଲେ ପିଏଚ୍‌ଡି ଛାତ୍ର

ପଦ୍ମପୁର, ୨୪।୧ (ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଲୁଙ୍ଗା ଗ୍ରାମର ପିଏଚ୍‌ଡି ଛାତ୍ର ମାନସ କୁମାର ସାହୁ ୧୮ ନଂ. ଜୋନ୍‌ ପାଇଁ ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପରିସଂଖ୍ୟାନରେ ପିଏଚ୍‌ଡି କରୁଥିବା ମାନସ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲା ପରିଷଦ ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରି ଚର୍ଚ୍ଚାକୁ ଆସିଛନ୍ତି। ୨୦୧୨ରେ ସେ ଭଦ୍ରକ ମହା ବିଦ୍ୟାଳୟରେ ଛାତ୍ର ସଭାପତି ଥିଲେ। ବାଣୀବିହାର ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଶିକ୍ଷା ସମୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ରାଜ୍ୟରୁ ପ୍ରତିନିଧି କରିବା ସହ ସାଙ୍ଗଠନିକ କାର୍ଯ୍ୟକଳାପରେ ଭାଗ ନେଇ ଥିଲେ। ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କଠାରୁ ସେ ଶିକ୍ଷାରେ ଆଗରେ ଥିବା ଜଣାଯାଇଛି। ନିର୍ବାଚନ ଜିତିଲେ ଅଞ୍ଚଳର ଯୁବବର୍ଗଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଆତ୍ମନିର୍ଭର କରାଇବା ସହ ଯୁବତୀ ଯୁବକଙ୍କୁ ଶିକ୍ଷାରେ ମାର୍ଗଦର୍ଶନ କରାଇବେ ବୋଲି ମାନସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ ଅଫିସ, ୨୮।୧୦- ମା’ ଭଦ୍ରକାଳୀ ସପ୍ତମାତୃକା ବେଶର ୫ମ ଦିନରେ ଶୁକ୍ରବାର ଜଗଦ୍ଧାତ୍ରୀ ବେଶରେ ପୂଜା ପାଇଛନ୍ତି। ଏହି ବେଶରେ ମା’ ଭଦ୍ରକାଳୀ ନାଲି...

ବୈତରଣୀ ନଦୀ ପଠାରେ ଆତଙ୍କ: ଗାଈକୁ ଟାଣି ନେଇ ମାରିଦେଲା କୁମ୍ଭୀର

ଆରଡି,୨୧ା୫,(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅମୃତମଣୋହୀ ଗ୍ରାମ ନିକଟରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବୈତରଣୀ ନଦୀ ପଠାରେ ଚରୁଥିବା ଏକ ଗାଈକୁ...

ସରୁଛି ପ୍ରଚାର: ମଇଦାନରେ ହେଭିଓ୍ବେଟ୍‌

ଭଦ୍ରକ ଅଫିସ,୧।୧୧: ଧାମନଗର ଉପ-ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ଦିନ ହୋଇଥିବା ବେଳେ ଜୋରଦାର ହେଉଛି କ୍ୟାମ୍ପେନ୍‌। ୩ ପ୍ରମୁଖ ଦଳ ପାଇଁ ମଇଦାନକୁ...

ତାରିଣୀ ମନ୍ଦିର ତାଲା ଭାଙ୍ଗି ଲୁଟିନେଲେ

ପଦ୍ମପୁର,୪।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଫକୀରପୁର ଗ୍ରାମର ତାରିଣୀ ମନ୍ଦିରରୁ ସୋମବାର ରାତିରେ ଚୋରି ହୋଇଛି। ତାଲା ଭାଙ୍ଗି ଦୁର୍ବୃତ୍ତମାନେ ସୁନା ମୁକୁଟ,...

ଜ୍ୟାକେଟରୁ ଚିହ୍ନଟ ହେଲେ ଅଭିଯୁକ୍ତ

ବାସୁଦେବପୁର,୨୪।୧୨(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ମୁଖ୍ୟ ସହରସ୍ଥିତ କଲେଜ ରୋଡ୍‌ରୁ ଗତ ୧୬ ତାରିଖ ରାତିରେ ଚନ୍ଦନ ଜୁଏଲେରୀ ଓ ୱାର୍କସପ୍‌ରୁ ଚୋରି...

ଦେଶ ସୁରକ୍ଷା ପାଇଁ କାମ କରିଛୁ, ଏବେ କରିବୁ ଗାଁ ମାଟିର ସେବା

କର୍ଲାମୁଣ୍ଡା,୩୦ା୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଚଳିତ ପଞ୍ଚାୟତ ନିର୍ବାଚନରେ ଅନେକ ପୁରୁଣା ମୁହଁ ପ୍ରାର୍ଥୀ ହୋଇଥିବା ବେଳେ ବ୍ଲକର ସରଗୁଲ ମାଲପଡ଼ା ପଞ୍ଚାୟତରେ ସମିତିସଭ୍ୟ...

ଫଳାଫଳକୁ ନେଇ ଚାଲିଛି ଅଙ୍କକଷା

ଭଦ୍ରକ ଅଫିସ,୫ା୧୧: ଧାମନଗର ଉପନିର୍ବାଚନ ଗୁରୁବାର ଶେଷ ହୋଇଥିବା ବେଳେ ଫଳାଫଳକୁ ନେଇ ୩ ପ୍ରମୁଖ ଦଳ ପକ୍ଷରୁ ଚାଲିଛି ଅଙ୍କକଷା। ୫ ପ୍ରାର୍ଥୀଙ୍କ ଭାଗ୍ୟ...

ପରାଜୟର ସ୍ବାଦ ଚାଖିଲେ ହେବିୱେଟ

ପୁରୁଷୋତ୍ତମପୁର,୨୭ା୨(ଡି.ଏନ.ଏ.): ପୁରୁଷୋତ୍ତମପୁର ବ୍ଲକ ୩୫ ନଂ ଜୋନ ଅଧିନରେ ଥିବା ୮ ପଞ୍ଚାୟତର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ଭୀମପୁର ଓ ପାଣ୍ଡିଆ ପଞ୍ଚାୟତ...

Advertisement
Archives

Model This Week