କୋଭାକ୍ସିନ୍‌ର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସୋମବାରରୁ ଆରମ୍ଭ

ନୂଆଦିଲ୍ଲୀ, ୬।୯: ହାଇଦ୍ରାବାଦ୍‌ର କମ୍ପାନୀ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ କରୋନା ଟୀକା କୋଭାକ୍ସିନ୍‌ର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସୋମବାରରୁ ଆରମ୍ଭ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ୩୮୦ ଜଣଙ୍କ ଉପରେ ଏହାର ପ୍ରୟୋଗ କରାଯିବ। ଜୁଲାଇ ୧୫ରେ ଏହାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଦେଶର ୧୨ଟି କେନ୍ଦ୍ରରେ କୋଭାକ୍ସିନ୍‌ର ପରୀକ୍ଷଣ ହୋଇଥିଲା। ୧୪ ଦିନ ଅନ୍ତରରେ ଦୁଇଟି ଡୋଜ୍‌ ୩୫୦ ଜଣ ଲୋକଙ୍କୁ ଦିଆଯାଇଥିଲା। କୋଭାକ୍ସିନ୍‌ର ପରୀକ୍ଷଣ ପାଇଁ ସେଣ୍ଟ୍ରାଲ ଡ୍ରଗ୍‌ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ୍‌ ପକ୍ଷରୁ ଭାରତ ବାୟୋଟେକ୍‌କୁ ଅନୁମତି ପ୍ରଦାନ କରାଯାଇଥିଲା। ଯୁଗ୍ମ ଡ୍ରଗ୍‌ କଣ୍ଟ୍ରୋଲର ଡ. ଏସ୍‌. ଇଶ୍ୱର ରେଡ୍ଡୀ ଏନେଇ ଭାରତ ବାୟୋଟେକ୍‌କୁ ଅନୁମତି ପତ୍ର ଜାରି କରିଥିଲେ।

Share