ନୂଆଦିଲ୍ଲୀ,୨୯ା୧: ଭାରତୀୟ ଔଷଧ ଶିଳ୍ପଗୁଡ଼ିକ ପରିମାଣଯୁକ୍ତ ଆଭିମୁଖ୍ୟରୁ ମୂଲ୍ୟଯୁକ୍ତ ଆଭିମୁଖ୍ୟକୁ ବଦଳୁଛନ୍ତି। ଜଟିଳ ଜେନେରିକ୍ସ, ବାୟୋସିମିଲାର୍ସ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହ ଔଷଧ ଶିଳ୍ପ ମୂଲ୍ୟ ଶୃଙ୍ଖଳ ଆଡ଼କୁ ମୁହଁାଇଥିବା ଚଳିତ ଆର୍ଥତ୍କ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।
ପରିମାଣ ଦୃଷ୍ଟିରୁ ଭାରତ ବିଶ୍ୱର ତୃତୀୟ ବୃହତ୍ ଦେଶ। ଏହା ବିଶ୍ୱର ଜେନେରିକ୍ ଔଷଧ ଚାହିଦାର ପ୍ରାୟ ୨୦ ପ୍ରତିଶତ ପୂରଣ କରୁଥିବାବେଳେ ୧୯୧ଟି ଦେଶକୁ ରପ୍ତାନି କରିଥାଏ। ୨୦୨୫ ଆର୍ଥିକ ବର୍ଷରେ ଭାରତୀୟ ଔଷଧ ଶିଳ୍ପର ବାର୍ଷିକ କାରବାର ୪.୭୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ଔଷଧ ଆମେରିକା, ୟୁରୋପ ଭଳି ଦେଶକୁ ରପ୍ତାନି ହୋଇଥାଏ। ପରିମାଣ ଅନୁଯାୟୀ ଔଷଧ ରପ୍ତାନିରେ ଭାରତ ୧୧ତମ ସ୍ଥାନରେ ରହିଛି। ଡାକ୍ତରୀ ଉପକରଣ ରପ୍ତାନି ୪.୧ ବିଲିୟନ ଡଲାରରେ ପହଞ୍ଚତ୍ଛି। ୨୦୨୧ ଆର୍ଥତ୍କ ବର୍ଷରେ ଏହା ୨.୫ ବିଲିୟନ ଡଲାର ଥିଲା।

