Categories: ଜାତୀୟ

ଭୋକିଲାଙ୍କ ପେଟ ଭରୁଥିବା ‘ଲଙ୍ଗର ବାବା’ଙ୍କ ପରଲୋକ

ଚଣ୍ଡିଗଡ଼,୨୯ ।୧୧: ପିଜିଆଇ ଚଣ୍ଡିଗଡ଼ ବାହାରେ ଲଙ୍ଗର ଲଗାଉଥିବା ପଦ୍ମଶ୍ରୀ ଜଗଦିଶ ଆହୁଜାଙ୍କର ସୋମବାର ପରଲୋକ ହୋଇଛି । ଦିନ ପ୍ରାୟ ୩ଟାରେ ଚଣ୍ଡିଗଡ଼ର ସେକ୍ଟର ୨୫ରେ ଥିବା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଲଙ୍ଗର ବାବା ନାମରେ ପରିଚିତ ଥିବା ଆହୁଜା ପିଜିଆଇ ସହ ଜିଏମ୍‌ଏସ୍‌ଏଚ୍‌-୧୬ ଓ ଜିଏମ୍‌ସିଏଚ୍ -୩୨ ସାମ୍ନାରେ ଲଙ୍ଗର ଲଗାଇ ଲୋକଙ୍କୁ ଖାଇବାକୁ ଦେଉଥିଲେ । ପ୍ରାୟ ୪୦ ବର୍ଷ ହେବ ସେ ଏହି ସେବା ଯୋଗାଇ ଆସୁଥିଲେ । ଏମିତି କାର୍ଯ୍ୟପାଇଁ ଗତବର୍ଷ ତାଙ୍କୁ ପଦ୍ମଶୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଲୋକଙ୍କ ପେଟ ଭରିବାକୁ ଲଙ୍ଗର ବାବା କୋଟି କୋଟି ଟଙ୍କାର ସମ୍ପତ୍ତି ଲଗାଇ ଦେଇଥିଲେ । ସେ ସେକ୍ଟର ୨୩ରେ ରହୁଥିଲେ ।

Share