ଟେଷ୍ଟରେ ଫେଲ ମାରିଲା ଫାଇଜରର କୋଭିଡ-୧୯ରେ ବ୍ୟବହାର ହେବାକୁ ଥିବା ଔଷଧ

ନୂଆଦିଲ୍ଲୀ,୩୦ ।୪: କରୋନା ସହ ଲଢିବାକୁ ଫାଇଜରର ଚେଷ୍ଟାକୁ ଝଟକା ଲାଗିଛି । କରୋନା ସହ ଲଢିବାକୁ ଫାଇଜର ପ୍ରସ୍ତୁତ କରିଥିବା ମେଡିସିନ ପାକ୍ସଲୋଭିଡ ଟେଷ୍ଟରେ ଫେଲ ମାରିଛି । ନିକଟରେ ଏହି ଔଷଧକୁ କୋଭିଡ ସଂକ୍ରମିତଙ୍କ ଉପରେ ପରୀକ୍ଷା କରାଯାଇଥିଲା । ହେଲେ ଏହା କୋଭିଡର ପ୍ରାଥମିକ ଲକ୍ଷଣକୁ କମ୍ କରିବାରେ ବି ଫେଲ ମାରିଥିଲା । କମ୍ପାନୀ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି ।
ଫାଇଜର ଶୁକ୍ରବାର ଜାରି କରିଥିବା ଏକ ବୟାନ ଅନୁଯାୟୀ, ପାକ୍ସଲୋଭିଡ କୋଭିଡ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ବୟସ୍କଙ୍କ ନିକଟରେ ଦେଖାଦେଇଥିବା ସଂକ୍ରମଣକୁ କମ୍ କରିପାରି ନ ଥିଲା । ଏହା ସଂକ୍ରମିତଙ୍କ ନିକଟରେ ଦେଖାଦେଇଥିବା ଜଟିଳତାକୁ ମାତ୍ର ୧ ପ୍ରତିଶତ କମ୍ କରିବାରେ ସକ୍ଷମ ହେବ ବୋଲି ଜଣାପଡିଥିଲା, ଯାହା ଆବଶ୍ୟକ ନମ୍ବରଠାରୁ ବହୁତ କମ୍ । ତେଣୁ ଏହା ଅସଫଳ ବୋଲି ସାବ୍ୟସ୍ତ ହୋଇଛି ।

Share