କୋଭାକ୍ସିନ୍‌-କୋଭିଶିଲ୍ଡ ତୁଳନାରେ ଅଧିକ ପ୍ରଭାବଶାଳୀ ଫାଇଜର-ମଡର୍ନା …

ଓ୍ବାଶିଂଟନ,୨୯।୬: ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନ୍‌ ଏବଂ ସିରମ୍‌ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡ ଭାକ୍ସିନ୍‌ ତୁଳନାରେ ଫାଇଜର-ମଡର୍ନା ଅଧିକ ପ୍ରଭାବଶାଳୀ ବୋଲି ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଫାଇଜର ଏବଂ ମଡର୍ନା ଭାକ୍ସିନ୍‌ ଜୀବନବ୍ୟାପି ସୁରକ୍ଷା ପ୍ରଦାନ କରିବାକୁ ସକ୍ଷମ ବୋଲି ଏଥିରେ ଦର୍ଶାଯାଇଛି। ଫାଇଜର ଏବଂ ମଡର୍ନା ଭାକ୍ସିନ୍‌ ଏମ୍‌-ଆର୍‌ଏନ୍‌ଏ ଜ୍ଞାନକୌଶଳର ପ୍ରସ୍ତୁତ ହୋଇଥିବାରୁ ଏଭଳି ପ୍ରଭାବ ଶରୀରରେ ସୃଷ୍ଟି କରିବ। ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏହି ଗବେଷଣାରେ ୧୪ ଜଣ ଲୋକଙ୍କୁ ସାମିଲ୍‌ କରାଯାଇଥିଲା। ସେମାନଙ୍କଠାରେ ଫାଇଜର ଏବଂମଡର୍ନା ଭାକ୍ସିନ୍‌ ପ୍ରୟୋଗ କରାଯାଇଥିବା ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ସ୍ବାସ୍ଥ୍ୟ ବିଶେଷଜ୍ଞ ଡ. ଅଲି ଇଲ୍ଳେବେଡ଼ି ସୂଚନା ଦେଇଛନ୍ତି। ଏହି ଦୁଇ ଭାକ୍ସିନ୍‌ ବିଟ୍ରେନ୍‌ ଏବଂ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନା ମହାମାରୀ ଭୂତାଣୁ ଭାରିଆଣ୍ଟ୍‌ ବିରୋଧରେ ବେଶ୍‌ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିବା ସେ ପ୍ରକାଶ କରିଛନ୍ତି।

Share