ଫାଇଜର ସିଇଓ କରୋନାରେ ଆକ୍ରାନ୍ତ,ନେଇ ନ ଥିଲେ ବୁଷ୍ଟର ଡୋଜ୍‌…

ଓ୍ବାଶିଂଟନ, ୨୫।୯ : ଆମେରିକାର ଫାର୍ମାସ୍ୟୁଟିକାଲ କମ୍ପାନୀ ଫାଇଜରର ସିଇଓ ଆଲବର୍ଟ ବୋର୍ଲା ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଛଅ ସପ୍ତାହ ପୂର୍ବରୁ ଅଗଷ୍ଟ ମାସରେ ମଧ୍ୟ ସେ କରୋନାଙ୍କ ଦ୍ୱାରା ଆକ୍ରାନ୍ତ ହୋଇଥିଲେ।

ଆଲବର୍ଟ ଟୁଇଟ କରି କରୋନା ସଂକ୍ରମଣ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୋର ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ତେବେ, ମୁଁ ଭଲ ଅଛି ଏବଂ ସୁସ୍ଥ ଅଛି। ସେ କହିଛନ୍ତି ଯେ ତାଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ।

ଆଲବର୍ଟ ବୋର୍ଲା କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ କରୋନା ଟିକାର ବୁଷ୍ଟର ଡୋଜ ନେଇ ନାହାଁନ୍ତି, କାରଣ ସେ ତାଙ୍କର ଶେଷ କରୋନା ସଂକ୍ରମଣର ତିନିମାସ ପୂରଣ କରିବାକୁ ଅପେକ୍ଷା କରିଛନ୍ତି। ସେ କହିଛନ୍ତି, ଅବଶ୍ୟ, ଆମେ କରୋନା ବିପକ୍ଷରେ ଅନେକ ଅଗ୍ରଗତି କରିଛୁ, କିନ୍ତୁ ଆମ ମଧ୍ୟରେ ଏହି ଭୂତାଣୁ ଏବେ ବି ଉପସ୍ଥିତ ଅଛି ।

ସୂଚନାଯୋଗ୍ୟ, ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ନିର୍ଦ୍ଦେଶାବଳୀ ଅନୁଯାୟୀ, ଯେଉଁମାନେ ନିକଟରେ କରୋନା ସଂକ୍ରମିତ ହୋଇଛନ୍ତି ସେମାନଙ୍କୁ ବୁଷ୍ଟର ଡୋଜ ପାଇବାକୁ ଅତି କମରେ ତିନିମାସ ଅପେକ୍ଷା କରିବାକୁ ପଡିବ। ସଂକ୍ରମଣର ପ୍ରଭାବ ସମ୍ପୂର୍ଣ୍ଣ ହେବା ପରେ ହିଁ ଜଣେ ବ୍ୟକ୍ତିଙ୍କୁ ଟିକାକରଣ କରିବା ଉପଯୁକ୍ତ ବୋଲି ସିଡିସି କହିଛି। ପ୍ରକୃତରେ, ବ୍ୟକ୍ତି ସଂକ୍ରମଣରୁ ସୁସ୍ଥ ହେବା ପରେ ଶରୀର ଆଣ୍ଟିବଡି ତିଆରି କରେ, ଯାହାକି ଏକ ଉପାୟରେ ବୁଷ୍ଟର ଡୋଜ ପରି କାମ କରେ।

Share