Posted inଫୁରସତ

ଜାପାନର ଘରେ ଘରେ ପାଳିତ ପଶୁ

ଟୋକିଓ: ଘରେ ପାଳିତ ପଶୁ ରଖିବା ଏବେ ଅନେକ ଲୋକଙ୍କ ସଉକ ପାଲଟିଛି। ବର୍ତ୍ତମାନର ଅଧୁନିକ ଯୁଗରେ ଏହା ଏକ ଟ୍ରେଣ୍ଡ ପାଲଟିଛି। ପ୍ରତ୍ୟେକ ଦେଶର ଲୋକେ ଘରେ ପାଳିତ ପଶୁ ରଖିବାର ଚାହିଦା ବଢ଼ିଥିବାବେଳେ ଜାପାନରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ପ୍ରକାଶିତ ଖବର ଅନୁସାରେ ଜାପାନର ପ୍ରତ୍ୟେକ ଲୋକଙ୍କ ଘରେ ଗୋଟିଏ କିମ୍ବା ଦୁଇଟି ବିଲେଇ ଅବା କୁକୁର ଦେଖିବାକୁ ମିଳିବେ। ତେବେ ଏହି ପଶୁଙ୍କ ସଂଖ୍ୟା ଦେଶରେ ଥିବା ଶିଶୁଙ୍କଠୁ ବଳିଯାଇଛି। ପ୍ରଦତ୍ତ ରିପୋର୍ଟ ମୁତାବକ ଜାପାନରେ ୧୬ ବର୍ଷରୁ କମ୍‌ ୧୭ ନିୟୁତ ପିଲା ରହିଥିବାବେଳେ ୨୦ ନିୟୁତ ବିଲେଇ ଓ କୁକୁର ରହିଛନ୍ତି। ଜାପାନରେ ଶତାୟୁ ବ୍ୟକ୍ତିଙ୍କ ସଂଖ୍ୟା କ୍ରମାଗତ ବଢ଼ିବା ସହ ଦେଶରେ ଜନ୍ମହାର କମିଛି।
ଛୋଟ ପିଲାଙ୍କୁ ଅଧିକ ଯତ୍ନର ଆବଶ୍ୟକତା ଥିବାବେଳେ ପାଳିତ ପଶୁମାନଙ୍କୁ ଏହାର ଆବଶ୍ୟକତା ନ ଥିବା କାରଣରୁ ଜାପାନ ଲୋକେ ଏପରି କରୁଥିବା କୁହାଯାଉଛି। ଅନ୍ୟପକ୍ଷେ ଯେଉଁ ବ୍ୟକ୍ତିମାନେ ଘରେ ପଶୁ ପାଳନ କରୁୁଛନ୍ତି ସେମାନେ ତାଙ୍କୁ ନିୟମିତ ଟିକା ଦେବା ସହ ପ୍ରତି ସପ୍ତାହରେ ବାହାରକୁ ବୁଲେଇ ନେଉଥିବା ଦେଖାଯାଇଛି। ଖାଲି ସେତିକି ନୁହେଁ ଦାମୀ ଖାଦ୍ୟ ତାଙ୍କୁ ଖାଇବାକୁ ଦିଆଯାଉଥିବା ସହ ସେମାନଙ୍କୁ ଡିଜାଇନର ଡ୍ରେସ୍‌ ପିନ୍ଧାଇ ବୁଲାଉଥିବାର ଦେଖାଯାଉଛି। ଅନ୍ୟପକ୍ଷେ କର୍ମକ୍ଷେତ୍ରରେ ଅଧିକ ଚାପରୁ ସମୟର ଅଭାବ ଯୋଗୁ ଜାପାନର ଦମ୍ପତି ଶିଶୁ ଜନ୍ମ କରିବା ଅପେକ୍ଷା ପାଳିତ ପଶୁ ରଖିବା ଉଦ୍ଦିଷ୍ଟ ବୋଲି ମନେ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?