ଓଲଟି ପଡ଼ିଲା ପେଟ୍ରୋଲ ବୋଝେଇ ଟ୍ୟାଙ୍କର, ବୋହିନେଲେ ଲୋକେ

ଖୋର୍ଦ୍ଧା ଅଫିସ,୧୪।୨: ଖୋର୍ଦ୍ଧା ଜିଲା ବାଲୁଗାଁ-ବାଣପୁର ଓଭରବ୍ରିଜ୍‌ ନିକଟ ଅଲାଇଡିହ ଛକ ନିକଟରେ ପେଟ୍ରୋଲ ବୋଝେଇ ଟ୍ୟାଙ୍କର ଓଲଟି ପଡିଛି। ପାରାଦୀପରୁ ଛତ୍ରପୁର ଅଭିମୁଖେ ଯାଉଥିଲା ବେଳେ ରୋଡ-ଡିଭାଇଡରରେ ଧକ୍କା ହୋଇ ଓଲଟି ପଡିଥିବା ଜଣାପଡ଼ିଛି। ଟ୍ୟାଙ୍କର ଲିକେଜ୍‌ ହେବା ଫଳରେ ରାସ୍ତାରେ ପେଟ୍ରୋଲ ଭାସିଥିଲା । ପରେ ଯିଏ ପାରିଲେ ବଟଲ-ଜାରକିନ ଧରି ପେଟ୍ରୋଲ ବୋହି ନେଉଥିବା ଦେଖିବାକୁ ମିଳିଥିଲା। ଖବରପାଇ ବାଣପୁର ପୋଲିସ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ଘଟଣାରେ ଟ୍ୟାଙ୍କର ହେଲପର୍‌ ସାମାନ୍ୟ ଆହତ ହୋଇଛନ୍ତି।