ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଆଗୁଆ ଟଙ୍କା, ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୩।୬: ସରକାରୀ କାର୍ଯ୍ୟର ନିରବଚ୍ଛିନ୍ନ ତଥା ସୂଚାରୁ ପରିଚାଳନା ପାଇଁ ରାଜ୍ୟ ସରକାର ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ସରକାରୀ ଗାଡ଼ିଗୁଡ଼ିକର ତେଲ (ପେଟ୍ରୋଲ/ଡିଜେଲ) ଖର୍ଚ୍ଚ ବାବଦକୁ ପେଟ୍ରୋଲ ପମ୍ପଗୁଡ଼ିକୁ ଆଗୁଆ ଟଙ୍କା ପ୍ରଦାନ କରାଯିବ। ଅର୍ଥ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇଛି।

ନୂଆ ନିଷ୍ପତ୍ତି ଅନୁଯାୟୀ, ସରକାରୀ ଗାଡ଼ିଗୁଡ଼ିକ ପାଇଁ ଆଗାମୀ ଦୁଇ ମାସର ଆନୁମାନିକ ତେଲ ଖର୍ଚ୍ଚ ଯେତିକି ହେବ, ସେହି ଅର୍ଥରାଶିକୁ ସରକାର ପୂର୍ୱରୁ ହିଁ ସମ୍ପୃକ୍ତ ପେଟ୍ରୋଲ ପମ୍ପ୍ଗୁଡ଼ିକୁ ପୈଠ କରିଦେବେ। ଏହାଦ୍ୱାରା ତେଲ ପାଇଁ ସରକାରୀ ଗାଡ଼ିଗୁଡ଼ିକର ଚଳପ୍ରଚଳରେ କୌଣସି ବାଧା ସୃଷ୍ଟି ହେବନାହିଁ।

ବର୍ତ୍ତମାନ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ଆଗାମୀ ଦିନରେ ଅଶୋଧିତ ତୈଳ (Crude Oil) ଯୋଗାଣ ଏବଂ ଏହାର ମୂଲ୍ୟକୁ ନେଇ ବଡ଼ ଅନିଶ୍ଚିତତା ଦେଖାଦେଇଛି। ଏହାର ପ୍ରଭାବ ଯେପରି ସରକାରୀ ବ୍ୟବସ୍ଥା ଉପରେ ନପଡ଼େ, ସେଥିପାଇଁ ପ୍ରଶାସନ ପୂର୍ୱ ପ୍ରସ୍ତୁତି ସୱରୂପ ଏହି ପଦକ୍ଷେପ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁସେନାରେ ଥିଲା ୧.୮୨ ଲକ୍ଷ ଦରମା! ଏବେ ରାମ ମନ୍ଦିର CEO ଭାବେ କେତେ ପ୍ୟାକେଜ୍ ପାଇବେ ଜିତେନ୍ଦ୍ର ମିଶ୍ରା?

ଅଯୋଧ୍ୟା,୨।୯: ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ମିଳିଛନ୍ତି ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)। ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରାଙ୍କୁ…

ଖସୁଛି ସୁନା ଦର, ମୁହଁ ମାଡ଼ି ପଡ଼ିଲା ରୂପା: ୬ ଦିନରେ ୧୧,୦୦୦ ଟଙ୍କା ଶସ୍ତା ହେଲା…

ନୂଆଦିଲ୍ଲୀ,୨।୯: ଦେଶର ରାଜଧାନୀ ଦିଲ୍ଲୀରେ ସୁନା ଏବଂ ରୂପା ମୂଲ୍ୟରେ କ୍ରମାଗତ ହ୍ରାସ ଦେଖିବାକୁ ମିଳୁଛି। ବିଶ୍ୱ ବଜାରରେ ମାନ୍ଦାବସ୍ଥା ଏବଂ ବିକ୍ରି ଚାପ ଯୋଗୁ ଦେଶୀୟ…

ଶାଢ଼ି ସେଣ୍ଟର ନାଁରେ ବଲାଙ୍ଗୀରରୁ ଗଞ୍ଜେଇ ଚାଲାଣ, ଆମାଜନ୍ ନାଁରେ ପାର୍ସଲ କରି ବିକୁଥିଲେ

ବଲାଙ୍ଗୀର,୨ା୯(ସୁନିଲ କୁମାର ମହାନ୍ତି): ସମ୍ବଲପୁରୀ ଶାଢ଼ି ସେଣ୍ଟର ନାଁରେ କୋରିଅରରେ ଚାଲିଥିଲା ଗଞ୍ଜେଇ ଚାଲାଣ । ମାଡ଼ିବସିଲା ବଲାଙ୍ଗୀର ପୋଲିସ । ଅନଲାଇନରେ ଦିଲ୍ଲୀ, ଗଜିଆବାଦ ପରି…

ପୋଡ଼ମପେଟା ସମୁଦ୍ର ବେଳାଭୂମିରେ ରହସ୍ୟମୟ ଦଧିନଉତି, ସ୍ଥାନୀୟ ଲୋକେ କହୁଛନ୍ତି….

ଗଞ୍ଜାମ,୨।୯ (ବିଦ୍ୟାଧର ସାହୁ ): ସମୁଦ୍ର ବେଳାଭୂମିରେ ଦେଖାଯାଉଛି ଏକ ମନ୍ଦିରର ଦଧିନଉତି । ଗଞ୍ଜାମ ଜିଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣା ପୋଡ଼ମପେଟା ସମୁଦ୍ର ବେଳାଭୂମିରେ…

ମୋବାଇଲ୍ ଟାୱାର ଚଢ଼ି ଆତ୍ମହତ୍ୟା ଧମକ ଦେଲେ ଯୁବକ, ପ୍ରେମିକାକୁ ଭାଇମାନେ….

ଦେବଗଡ,୨।୯(ଶଶାଙ୍କ ଶେଖର ଝାଙ୍କର): ମୋବାଇଲ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଧମକ । ବାରକୋଟ ଥାନା ଝୁମ୍ପୁରା ଗାଁରୁ ଏହି ଘଟଣା ସାମ୍ନାକୁ ଆସିଛି ।…

ଗୁରୁବାର BCCIର ବଡ଼ ବୈଠକ, ରୋହିତ ଶର୍ମାଙ୍କ ଭବିଷ୍ୟତ ଉପରେ ହେବ….

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ଗୁରୁବାର ୩ ସେପ୍ଟେମ୍ବରରେ ମୁମ୍ବାଇ ସ୍ଥିତ ଅଫିସ୍‌ରେ ଏକ ହାଇ-ଲେଭଲ୍ ମିଟିଂ କରିବ। ଏହି ବୈଠକରେ ବୋର୍ଡର ସମସ୍ତ…

ପୌରପରିଷଦ ନିର୍ବାଚନ ପୂର୍ବରୁ ଛତ୍ରପୁର ରାଜନୀତି ସରଗରମ: ବିଜେଡି ଛାଡ଼ି…

ଛତ୍ରପୁର,୨ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦର ଉପାଧ୍ୟକ୍ଷଙ୍କ ସମେତ ୧୦ ଜଣ କାଉନସିଲର ବୁଧବାର ବିଜେଡି ଛାଡି ଭାଜପାରେ ସାମିଲ ହେବେ। ଏଥିପାଇଁ ସେମାନେ ଛତ୍ରପୁର…

ସ୍କୁଲରେ ୩୦ ଛାତ୍ରଙ୍କୁ ମାଡ଼ ଘଟଣା: ସ୍ଥିତି ପରଖିଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ରାୟଗଡ଼ା,୨ା୯(ଦୀପକ କୁମାର ପରିଡ଼ା): କୋଲନରା ବ୍ଲକ ଅନ୍ତର୍ଗତ ରିଭଲକଣା ସରକାରୀ ଏସ୍‌ଏସ୍‌ଡି ହାଇସ୍କୁଲ ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ର ଅନ୍ୟ ପ୍ରାୟ ୩୦ ଜଣ ସହପାଠୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri