ପେଟ୍ରୋଲ୍‌ ପମ୍ପ ବିସ୍ଫୋରଣ ମାମଲା: ଅନଭିଜ୍ଞ କାମ କରୁଥିବା କହିଲା ପେସୋ

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାକୁ ଇତିମଧ୍ୟରେ ଦେଢ଼ମାସରୁ ଊର୍ଦ୍ଧ୍ୱ ବିତିଲାଣି। ଏହି ଘଟଣାରେ ବିଭିନ୍ନ ସଂସ୍ଥା ତଦନ୍ତ କରୁଥିଲେ ସୁଦ୍ଧା କେଉଁ କାରଣରୁ ବିସ୍ଫୋରଣ ହେଲା, ସେନେଇ କେହି ସ୍ପଷ୍ଟଭାବେ କହିପାରୁ ନାହାନ୍ତି। ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ ସେଫ୍ଟି ଅର୍ଗାନାଇଜେଶନ(ପେସୋ) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିସ୍ଫୋରଣରେ ଆହତ ସୁପରଭାଇଜର ରିପୁଦମନ ଶ୍ରୀବାସ୍ତବ ଏବଂ ମୃତକ ସୀମାଞ୍ଚଳ ପରିଡ଼ା ମେଣ୍ଟେନାନ୍ସ(ରକ୍ଷଣାବେକ୍ଷଣ) କାର୍ଯ୍ୟ ପାଇଁ ଅନ୍‌ଫିଟ ଥିଲେ। ସୀମାଞ୍ଚଳଙ୍କୁ ଟେଷ୍ଟିଂ ଏବଂ ମେଣ୍ଟେନାନ୍ସ କାର୍ଯ୍ୟର ସୁପରଭାଇଜ୍‌ କରିବାକୁ ନିଯୁକ୍ତି ଦିଆଯାଇଥିଲା। ଉକ୍ତ ପେଟ୍ରୋଲ୍‌ ପମ୍ପର ମେଣ୍ଟେନାନ୍ସ ଏବଂ ଟେଷ୍ଟିଂ ଦାୟିତ୍ୱ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେଶନ ଲିମିଟେଡ(ଆଇଓସିଏଲ୍‌) କର୍ତ୍ତୃପକ୍ଷ ଫରିଦାବାଦ୍‌ସ୍ଥିତ ସୌରଶକ୍ତି ଭେସେଲ୍‌କୁ ଦେଇଥିଲେ। ସୌରଶକ୍ତି ଭେସେଲ ସୀମାଞ୍ଚଳଙ୍କୁ ନିଯୁକ୍ତି ଦେଇଥିଲା। ପେଟ୍ରୋଲିୟମ ଆକ୍ଟ-୧୯୮୪ ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କ ଏହି କାର୍ଯ୍ୟ ପାଇଁ ସର୍ବନିମ୍ନ ୧୦ବର୍ଷର ଅଭିଜ୍ଞତା ଥିବ ଏବଂ ତାଙ୍କୁ ନାଗପୁରସ୍ଥିତ ପେସୋ କର୍ତ୍ତୃପକ୍ଷ ଉପଯୁକ୍ତ ସ୍ବୀକୃତି ଦେଇଥିବେ, ସେହିମାନେ ହିଁ ଟେଷ୍ଟିଂ ଓ ମେଣ୍ଟେନାନ୍ସ କାର୍ଯ୍ୟର ସୁପରଭାଇଜ୍‌ କରିପାରିବେ। ସେହିପରି ମାଟିତଳେ ଥିବା ଖାଲି ଟ୍ୟାଙ୍କରରେ ନିମ୍ନ ମାନର ଏବଂ ପୁରୁଣା ସାମଗ୍ରୀ ବ୍ୟବହାର ହେଉଥିବା ପ୍ରାଥମିକ ତଦନ୍ତ ବେଳେ ଜଣାପଡ଼ିଥିଲା। ଅନ୍ୟପକ୍ଷେ ଟ୍ୟାଙ୍କର ମୋଟେଇ ଅନୁମୋଦିତ ମାତ୍ରାଠାରୁ କମ୍‌ ଥିବା ଆଇଓସିଏଲ୍‌ କର୍ତ୍ତୃପକ୍ଷ ତଦନ୍ତ ସମୟରେ ଜାଣିବାକୁ ପାଇଛନ୍ତି। ଟ୍ୟାଙ୍କରର ଖଣ୍ଡବିଖଣ୍ଡିତ ଅଂଶ ସିଏସ୍‌ଆଇଆର ଏବଂ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍‌ସ ଟେକ୍ନୋଲୋଜି(ଆଇଏମ୍‌ଏମ୍‌ଟି)କୁ ପରୀକ୍ଷା ପାଇଁ ପଠାଯାଇଛି। ଏପରି କି ପେସୋ କର୍ତ୍ତୃପକ୍ଷ କମିଶନରେଟ ପୋଲିସକୁ ଘଟଣାସ୍ଥଳର ସିସିଟିଭି ଫୁଟେଜ୍‌ ଦେବା ପାଇଁ ଅନୁରୋଧ କରିଛନ୍ତି। ସୀମାଞ୍ଚଳଙ୍କ ମୃତ୍ୟୁ ଘଟିଥିବା ଏବଂ ରିପୁଦମନ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବାରୁ ତଦନ୍ତକାରୀ ସଂସ୍ଥାଗୁଡ଼ିକ ପ୍ରକୃତ ସତ୍ୟ ଜାଣିପାରୁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri