ପୁଣି ବଢ଼ିବ ପେଟ୍ରୋଲ ଦର

ଇସଲାମାବାଦ,୧୫ା୪: ପାକିସ୍ତାନରେ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଥିବା ଲୋକଙ୍କ ଉପରେ ଭାର ବଢ଼ିବାକୁ ଯାଉଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସରକାର ଆସନ୍ତା ଦୁଇ ଦିନ ମଧ୍ୟରେ ପେଟ୍ରୋଲ ଦର ଲିଟର ପିଛା ୧୦-୧୪ଟଙ୍କା ବୃଦ୍ଧି କରିବାକୁ ଯାଉଛନ୍ତି। ଏନେଇ ଶନିବାର ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧି ହେତୁ ପେଟ୍ରୋଲିୟମ ଦ୍ରବ୍ୟର ମୂଲ୍ୟ ବଢ଼ିପାରେ। ପେଟ୍ରୋଲର ବର୍ତ୍ତମାନର ଏକ୍ସ-ଡିପୋ ମୂଲ୍ୟ ଲିଟର ପିଛା ୨୭୨ଟଙ୍କା। ଯାହା ଲିଟର ପିଛା ୨୮୬.୭୭ ଟଙ୍କାକୁ ବୃଦ୍ଧି କରାଯାଇପାରେ।

ଆଶା କରାଯାଉଥିବା ପେଟ୍ରୋଲ ବୃଦ୍ଧି ବର୍ତ୍ତମାନର ଟିକସ ହାର ଉପରେ ଆଧାରିତ। ପେଟ୍ରୋଲ ଉପରେ ସରକାର ଲିଟର ପିଛା ୫୦ ପାକିସ୍ତାନୀ ଟଙ୍କା ଆଦାୟ କରୁଛନ୍ତି। ବର୍ତ୍ତମାନ ଯେତେବେଳେ ଦେଶ ଅର୍ଥନୈତିକସଙ୍କଟର ସମ୍ମୁଖୀନ ହେଉଛି, ଏଭଳି ପରିସ୍ଥିତିରେ ଅନ୍ୟ କୌଣସି ବିକଳ୍ପ ନାହିଁ। ଏହା ସହିତ ପାକିସ୍ତାନ ସରକାର ମଧ୍ୟ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରୁ ମିଳିଥିବା ସହାୟତା ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି।

Share