ପ୍ଲାଷ୍ଟିକ, ପଲିଥିନରୁ ତିଆରି ହେଉଛି ପେଟ୍ରୋଲ

ଖୋର୍ଦ୍ଧା ଅଫିସ,୬ା୫: ଦୃଢ଼ ମନୋବଳ ଓ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳିଥାଏ। ଏହାକୁ ପ୍ରମାଣିତ କରିଛନ୍ତି ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ ଅନ୍ତର୍ଗତ ରାଧାଚରଣପୁର ଗ୍ରାମର ଅଜୟ ବେହେରା। ମାତ୍ର ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ଅଜୟ ପ୍ଲାଷ୍ଟିକ ଓ ପଲିଥିନରୁ ଦୈନିକ ଦୁଇରୁ ତିନି ଲିଟର ପର୍ଯ୍ୟନ୍ତ ପେଟ୍ରୋଲ ତିଆରି କରୁଛନ୍ତି। ଦୁଇ ବର୍ଷର ପରିଶ୍ରମ ଓ ଚେଷ୍ଟା ପରେ ତାଙ୍କୁ ଏହି ସଫଳତା ମିଳିଛି। ବିଶ୍ବରେ ତୈଳ ସଙ୍କଟ ସାଙ୍ଗକୁ ଦର ବଢ଼ି ଚାଲିଥିବା ବେଳେ ତାଙ୍କର ଏହି ନିଆରା ଉଦ୍ଭାବନ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପ୍ରକଳ୍ପକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମୁଛି।
ଏନେଇ ଅଜୟ କୁହନ୍ତି, ୟୁଟ୍ୟୁବରୁ ସେ ପେଟ୍ରୋଲ ତିଆରି ସମ୍ବନ୍ଧୀୟ ଜାଣିବାକୁ ପାଇଥିଲେ। ଏହା ପରେ ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା। ସେ ତାଙ୍କ ଘର ବାରିପଟେ ଏକ ଲୁହାର ବୟଲ ଚାମ୍ବର (ବାକ୍ସ) ସହ ତିନୋଟି ଛୋଟ ଗ୍ୟାସ ଟାଙ୍କି, ବଡ଼ ଗ୍ୟାସ ସିଲିଣ୍ଡର ସହ ପାଇପ ସଂଯୋଗ କରିଛନ୍ତି। ପ୍ରଥମେ ଏଥିରେ ସଂଗୃହୀତ ପଲିଥିନ ଓ ପ୍ଲାଷ୍ଟିକକୁ ଟୁକୁଡା କରି ପକାଯାଇଥାଏ। ୩୬୦ଡିଗ୍ରୀ ସେଲସିୟସରେ ଗରମ ହେବା ପରେ ପ୍ରଥମେ ସିଲିଣ୍ଡରରେ ଗ୍ୟାସ ଏକତ୍ର ହୋଇଥାଏ। ଦୁଇରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିଥାଏ। ଧୀରେ ଧୀରେ ପଲିଥିନ ଚ୍ୟାମ୍ବରରେ ବାଷ୍ପ ଉଦ୍‌ଗାମୀ ହୋଇ ପାଇପ୍‌ ଯୋଗେ ଗ୍ୟାସ ଟାଙ୍କିରେ ସଂଗ୍ରହ ହୋଇଥାଏ। ତୈଳ ଅଲଗା ଟାଙ୍କିରେ ସଂଗ୍ରହ ହୋଇଥିବା ଅଜୟ ଦାବି କରିଛନ୍ତି। ପେଟ୍ରୋଲ ସଂଗ୍ରହ ପରେ ଏହାକୁ ବଜାରରେ ପ୍ୟୁରିଫାଏର କରି ବ୍ୟବହାର କରିଥିବା ଜଣାଇଛନ୍ତି। ସଂଗୃହୀତ ତୈଳରୁ ୨୦ରୁ ୨୫କିମି ବାଇକ୍‌ରେ ଯାତ୍ରା କରିଛନ୍ତି। ଏହି ପ୍ରକଳ୍ପରେ ମୋଟ୍‌ ୫୦ ରୁ୬୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳିଲେ ଆଗାମୀ ଦିନରେ ଦୈନିକ ୨୦ରୁ ୩୦ଲିଟର ପର୍ଯ୍ୟନ୍ତ ତୈଳ ତିଆରି କରିବାକୁ ଆଶା ରଖିଥିବା ସେ କହିଛନ୍ତି। ତେବେ ୟ୍ୟୁଟୁବରୁ ଦେଖି ଏହି ପ୍ରକଳ୍ପ ଆରମ୍ଭ କରିଥିଲେ ମଧ୍ୟ ପ୍ରଥମେ ସଫଳତା ମିଳିନଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଏଥିରେ ନୂଆ କୌଶଳ ପ୍ରୟୋଗ କରିଥିଲି। ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲି। ପୁଣି ଥରେ ନୂତନ ଜ୍ଞାନକୌଶଳରେ ଆରମ୍ଭ କରିବାକୁ ଚେଷ୍ଟା କରିଥିଲି। ତାହାର ଫଳ ଏବେ ମିଳିଛି। ଏଥିଲାଗି ବାଇକ୍‌କୁ ବିକ୍ରି କରିଦେଇଥିଲେ ବୋଲି ଅଜୟ କହିଛନ୍ତି। ସେ ଏବେ ଠିକାରେ ଇଲେକ୍ଟ୍ରି ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଅଜୟଙ୍କ ବାପା କୈଳାସ କୁହନ୍ତି, ଏସମ୍ପର୍କରେ ଜଣାଇବା ପରେ କିଛି ଅଘଟଣ ଆଶଙ୍କାରେ ମନା କରିଥିଲି। କିନ୍ତୁ ଅଜୟ ଚେଷ୍ଟା ଜାରି ରଖିଥିଲା। ଯେଉଁଦିନ ପେଟ୍ରାଲ ବାହାରିବା ସମ୍ପର୍କରେ ଜଣାଇଥିଲା ଖୁସି ହୋଇଥିଲି। ଅଭାବ ଅନଟନ ଏଥିରେ ବାଧକ ସାଜିନାହଁି, ସେ ଏହାକୁ ପ୍ରମାଣ କରିଛି ବୋଲି କୈଳାସ କହିଛନ୍ତି। ପରିବେଶବିତ୍‌ ଧନେଶ୍ବର ବିଧାର କୁହନ୍ତି, ପ୍ଲାଷ୍ଟିକ ଓ ପଲିଥିନ ସମାଜ ପାଇଁ କ୍ଷତିକାରକ। ଏହା ଦ୍ବାରା ପରିବେଶ ପ୍ରଦୂଷଣ ସହ ଜୈବ ବିବିଧତା ନଷ୍ଟ ହେଉଛି। ଅଜୟଙ୍କ ଏହି ପ୍ରଚେଷ୍ଟା ବ୍ୟାପକ ପରିବର୍ତ୍ତନ ଆଣିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri