Categories: ଜାତୀୟ

ମଣିପୁରରେ ପେଟ୍ରୋଲ ୨୦୦ ଟଙ୍କା

ନୂଆଦିଲ୍ଲୀ/ଇମ୍ଫାଲ, ୫ା୬ : ହିଂସାଗ୍ରସ୍ତ ମଣିପୁରରେ ଦରଦାମ୍‌ ଆକାଶଛୁଆଁ ହୋଇଛି। ପେଟ୍ରୋଲ କଳାବଜାରରେ ଲିଟର ୨୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଜୀବନ ରକ୍ଷାକାରୀ ଔଷଧର ଘୋର ଅଭାବ ଦେଖାଦେଇଛି। ଏଟିଏମ୍‌ଗୁଡ଼ିକରେ ଟଙ୍କା ନ ଥିବାବେଳେ ଦୋକାନ ବଜାର ଦିନକୁ ଅଳ୍ପ କେତେଘଣ୍ଟା ପାଇଁ ଖୋଲୁଛି। ଜାତୀୟ ରାଜପଥ ଅବରୋଧ ଯୋଗୁ ଇମ୍ଫାଲ ଉପତ୍ୟକା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବାବେଳେ ଲୋକଙ୍କୁ ବଞ୍ଚତ୍ବା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି।
ଜାତୀୟ ରାଜପଥ (ଏନ୍‌ଏଚ୍‌)-୨ରୁ ଅବରୋଧ ହଟାଇବା ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ରବିବାର ମଣିପୁର ଜନସାଧାରଣଙ୍କୁ ଅପିଲ୍‌ କରିଛନ୍ତି। ଏନ୍‌ଏଚ୍‌-୨ ଅବରୋଧ ମୁକ୍ତ ହେଲେ ଖାଦ୍ୟ, ଔଷଧ, ଇନ୍ଧନ ଆଦି ମୌଳିକ ଓ ଅତ୍ୟାବଶ୍ୟକ ସାମଗ୍ରୀ ରାଜ୍ୟରେ ପହଞ୍ଚତ୍ପାରିବ। ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଦିଗରେ ସିଭିଲ୍‌ ସୋସାଇଟିର ସଦସ୍ୟମାନେ କାର୍ଯ୍ୟ କରିବା ଲାଗି ଶାହା ଟୁଇଟ୍‌ କରି ଅନୁରୋଧ କରିଛନ୍ତି। ଆମେ ଏକାଠି ହେଲେ ରାଜ୍ୟରେ ସ୍ବାଭାବିକ ସ୍ଥିତି ଫେରିପାରିବ ବୋଲି ସେ କହିଛନ୍ତି।
ମେଇତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରିବା ନିଷ୍ପତ୍ତିକୁ ବିରୋଧ କରି ମଣିପୁରରେ ଗତ ମାସ ୩ ତାରିଖରେ ଅଲ୍‌ ଟ୍ରାଇବାଲ ଷ୍ଟୁଡେଣ୍ଟସ୍‌ ୟୁନିୟନ ପକ୍ଷରୁ ବିକ୍ଷୋଭକୁ ନେଇ ମେଇତି ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହି ହିଂସାକାଣ୍ଡରେ ଉଭୟ ସମ୍ପ୍ରଦାୟର ବ୍ୟାପକ ଧନଜୀବନ କ୍ଷତି ହୋଇଛି। ଏପର୍ଯ୍ୟନ୍ତ ହିଂସାରେ ୯୮ ଜଣଙ୍କ ଜୀବନ ଯିବା ସହ ୩୧୦ ଜଣ ଆହତ ହୋଇଛନ୍ତି।

Share