Posted inଜାତୀୟ

୧୦ ଦିନରେ ୫ ଟଙ୍କା ମହଙ୍ଗା ପେଟ୍ରୋଲ, ଡିଜେଲ

ଭାରତରେ ତୈଳ ବିପଣନ କମ୍ପାନୀ ପେଟ୍ରୋଲ ଓ ଡିଜେଲ ଦର ୧୦ ଦିନ ମଧ୍ୟରେ ୩ ଥର ବୃଦ୍ଧି କରିସାରିଲେଣି। ଶନିବାର ପେଟ୍ରୋଲ ଦର ଲିଟର ପିଚ୍ଛା ୮୭ ପଇସା ବଢ଼ିଥିବା ବେଳେ ଡିଜେଲ ୯୧ ପଇସା ବଢ଼ିଛି। ପ୍ରଥମେ ମେ’ ୧୫ ତାରିଖରେ ଉଭୟର ଦର ୩ ଟଙ୍କା ବୃଦ୍ଧି କରାଯିବା ପରେ ୧୯ ମେ’ରେ ପ୍ରତି ପେଟ୍ରୋଲ ଓ ଡିଜେଲ ଦର ୯୦ ପଇସା ବଢ଼ାଯାଇଥିଲା। ଅର୍ଥାତ୍‌ ଗତ ୧୦ ଦିନ ମଧ୍ୟରେ ଲିଟର ପିଛା ପେଟ୍ରୋଲ ଓ ଡିଜେଲ ପାଖାପାଖି ୫ ଟଙ୍କା ବଢ଼ିଲାଣି। ଏକାଥରକେ ଖାଉଟିଙ୍କ ଉପରେ ବୋଝ ନ ଲଦି ପର୍ଯ୍ୟାୟକ୍ରମେ ମୂଲ୍ୟବୃଦ୍ଧି କରାଯିବା ପେଟ୍ରୋଲିୟମ୍‌ କମ୍ପାନୀଙ୍କ ୨୦୨୨ ବର୍ଦ୍ଧିତ ନୀତିର ପୁନରାବୃତ୍ତି ବୋଲି କୁହାଯାଉଛି। ଥରକେ ଅଧିକ ମୂଲ୍ୟବୃଦ୍ଧି ପରିବହନ, ଲଜିଷ୍ଟିକ୍‌ ଏବଂ ସର୍ବୋପରି ମୁଦ୍ରାସ୍ଫୀତିକୁ ପ୍ରଭାବିତ କରିବା ଆଶଙ୍କା ଥିବାରୁ ଏହି ଢଞ୍ଚାକୁ ତୈଳ କମ୍ପାନୀ ଆପଣାଇଛନ୍ତି। ତେବେ ପର୍ଯ୍ୟାୟକ୍ରମେ ଦର ବଢ଼ୁଥିଲେ ମଧ୍ୟ ଏହା ଖାଉଟିଙ୍କ ଦୈନନ୍ଦିନ ଖର୍ଚ୍ଚକୁ ବଢ଼ାଇବାରେ ଲାଗିଛି।

ନୂଆଦିଲ୍ଲୀ, ୨୪।୫: ରାଷ୍ଟ୍ରାୟତ୍ତ ତୈଳ ବିପଣନକାରୀ କମ୍ପାନୀ(ଓଏମସି) ଶନିବାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ପୁଣି ବୃଦ୍ଧି କରିଛନ୍ତି। ଲିଟର ପିଛା ପେଟ୍ରୋଲ ମୂଲ୍ୟରେ ୮୭ ପଇସା ବୃଦ୍ଧି କରାଯାଇଥିଲାବେଳେ ଡିଜେଲ ମୂଲ୍ୟରେ ୯୧ ପଇସା ବୃଦ୍ଧି ହୋଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ମୂଲ୍ୟ ଅନୂ୍ୟନ ୫ ଟଙ୍କା ବୃଦ୍ଧି ପାଇଛି। ପଶ୍ଚିମ ଏସିଆ ଯୁଦ୍ଧ ସଙ୍କଟକୁ ନେଇ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିବା ପରେ ସ୍ଥିତି ମୁକାବିଲା ପାଇଁ ପ୍ରଥମେ ମେ’ ୧୫ ତାରିଖରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ପକ୍ଷରୁ ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୩ ଟଙ୍କା ବୃଦ୍ଧି ସହ ସିଏନ୍‌ଜି ମୂଲ୍ୟରେ ୨ ଟଙ୍କା ବୃଦ୍ଧି କରାଯାଇଥିଲା। ଏହାପରେ ୧୭ ମେ’ରେ ସିଏନ୍‌ଜି ମୂଲ୍ୟରେ ପୁଣି ୧ ଟଙ୍କା ବୃଦ୍ଧି କରାଯାଇଥିଲା। ପରେ ପରେ ଗତ ୧୯ ତାରିଖରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୯୦ ପଇସା ବୃଦ୍ଧି କରାଯାଇଥିଲା। ଏହାପରେ ଶନିବାର ପୁଣି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି କରାଯିବା ପରେ ପେଟ୍ରୋଲରେ ବର୍ତ୍ତମାନ ସୁଦ୍ଧା ଲିଟର ପିଛା ମୂଲ୍ୟରେ ୪.୭୪ ଏବଂ ଡିଜେଲ ମୂଲ୍ୟରେ ୪.୮୭ ଟଙ୍କା ବୃଦ୍ଧି ହୋଇଛି। ଏହି ବୃଦ୍ଧି ଦ୍ୱାରା ବର୍ତ୍ତମାନ ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ମୂଲ୍ୟ ୯୯.୫୧ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୯୨.୪୯ ଟଙ୍କା ରହିଛି। ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ମୂଲ୍ୟ ୧୦୮.୪୯ ରହିଥିବା ବେଳେ ଡିଜେଲ ୯୫.୦୨ ,କୋଲକାତାରେ ପେଟ୍ରୋଲ ୧୧୦.୬୪ ଏବଂ ଡିଜେଲ ୯୭.୦୨, ଚେନ୍ନାଇରେ ଏହା ଯଥାକ୍ରମେ ୧୦୫.୩୧ ଓ ୯୬.୯୮ ଟଙ୍କା ରହିଛି। ତେବେ ଦେଶରେ ହାଇଦ୍ରାବାଦରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ମୂଲ୍ୟ ସର୍ବାଧିକ ଭାବେ ୧୧୨.୮୧ ଟଙ୍କା ରହିଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୧୦୬.୧୮ ଏବଂ ଡିଜେଲ ମୂଲ୍ୟ ୯୭.୮୦ ଟଙ୍କା ରହିଛି।
କିଛି ଦିନ ଅନ୍ତରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ସ୍ବଳ୍ପ ବୃଦ୍ଧି ୨୦୨୨ ବର୍ଷର ଘଟଣାର ପୁନରାବୃତ୍ତି ହେବା ଭଳି ଲଗୁଛି। ୨୦୨୨ରେ ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଅନ୍ତର୍ଜାତୀୟ ସ୍ତରରେ ତୈଳ ସଙ୍କଟ ସୃଷ୍ଟି ହେବାରୁ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ୧୫ ଦିନ ମଧ୍ୟରେ ୧୩ଥର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି କରିଥିଲେ।

ସେତେବେଳେ ପ୍ରତି ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଦୈନିକ ହାରରେ ଲିଟର ପିଛା ୮୦ ପଇସା ବୃଦ୍ଧି ଘଟିଥିଲେ ହେଁ ହାରାହାରି ଭାବେ ଉଭୟ ସାମଗ୍ରୀ ମୂଲ୍ୟରେ ଅନୂ୍ୟନ ୧୦ ଟଙ୍କା ବୃଦ୍ଧି ପାଇଥିଲା। ବର୍ତ୍ତମାନ ସ୍ଥିତିରେ ମଧ୍ୟ ତୈଳ କମ୍ପାନୀଗୁଡିକ ସମାନ ନୀତିରେ ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଅଚାନକ ଭାବେ ଅଧିକ ମୂଲ୍ୟବୃଦ୍ଧି ପରିବହନ ଓ ଲଜିଷ୍ଟିକ୍‌ କ୍ଷେତ୍ରକୁ ପ୍ରଭାବିତ କରିବା ସହ ମୁଦ୍ରାସ୍ଫୀତି ବୃଦ୍ଧି କରିବା ଆଶଙ୍କାରେ ତୈଳ କମ୍ପାନୀଗୁଡିକ କିଛି ଦିନ ଅନ୍ତରରେ ୧ ଟଙ୍କାରୁ କମ୍‌ ମୂଲ୍ୟ ବୃଦ୍ଧି କରୁଛନ୍ତି ବୋଲି କେତେକ ବିଶେଷଜ୍ଞ ମତ ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri