Categories: ବାଣିଜ୍ୟ

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ,୨୬।୩: ପୁଣି ବଢ଼ିଲା ତୈଳ ଦର। ପଞ୍ଚମ ଦିନରେ ଚତୁର୍ଥ ଥର ପାଇଁ ତୈଳ ଦର ବଢ଼ିଛି। ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୮.୬୧ ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ ଲିଟର ପିଛା ୮୯.୮୭ ଟଙ୍କା ହୋଇଛି। ଏହାକୁ ମିଶାଇ ଗଲା ୪ ଦିନ ଭିତରେ ୩.୫୦ପଇସା ବୃଦ୍ଧି ପାଇଛି।

ଦେଶର ଅନ୍ୟତମ ସହର ମୁମ୍ବାଇରେ ପେଟ୍ରୋଲ ଦର ସର୍ବାଧିକ ରହିଛି। ଏଠାରେ ପେଟ୍ରୋଲ ଲିଟର ପିଛା ୧୧୩ ଟଙ୍କା ୩୫ ପଇସା ଥିବା ବେଳେ ଡିଜେଲ ଦର ଲିଟର ପିଛା ୯୭ ଟଙ୍କା ୫୫ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଲିଟର ୧୦୪.୪୩ ଟଙ୍କା ଥିବା ବେଳେ ଡିଜେଲ ୯୪.୪୭ ଟଙ୍କାରେ ବିକ୍ରି ହେଉଛି। କୋଲକାତାରେ ପେଟ୍ରୋଲ ୧୦୮.୦୧ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ୯୩.୦୧ରେ ପହଞ୍ଚିଛି।

ସେହିଭଳି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୫ ପଇସା ବଢ଼ି ୧୦୫.୪୦ ଟଙ୍କାରେ ପହଞ୍ଚିଛି। ସେହିଭଳି ଡିଜେଲ ଲିଟର ପିଛା ୯୫.୧୩ ଟଙ୍କା ହୋଇଛି। ପୂର୍ବରୁ ଚଳିତ ସପ୍ତାହର ମଙ୍ଗଳବାର, ବୁଧବାର ଏବଂ ଶୁକ୍ରବାର ଦିନ ତୈଳ ଦର ବୃଦ୍ଧି ପାଇଥିଲା। ପ୍ରତି ଥର ଲିଟର୍‌ ପିଛା ମୂଲ୍ୟ ୮୦ ପଇସା ବୃଦ୍ଧି ପାଉଛି।

Share