ପେଟ୍ରୋଲ ୩୬, ଡିଜେଲ ୩୮ ପଇସା ବଢ଼ିଲା

ଭୁବନେଶ୍ୱର,୨୧।୧୦: ଦୁଇଦିନ ବିରତି ପରେ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିଛି। ବୁଧବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୩୬ ପଇସା ବଢ଼ି ୧୦୭.୧୩ ଟଙ୍କା ଛୁଇଁଥିବା ବେଳେ ଡିଜେଲ ଦର ୩୮ ପଇସା ଊର୍ଦ୍ଧ୍ୱରେ ରହି ୧୦୩.୫୩ ଟଙ୍କା ରହିଛି। ସେହିଭଳି କଟକରେ ପେଟ୍ରୋଲ ୧୦୭.୪୮ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ଦର ୧୦୩.୮୭ ଟଙ୍କା ଛୁଇଁଛି। ମାଲକାନଗିରିରେ ତୈଳ ଦର ରାଜ୍ୟରେ ସର୍ବାଧିକ ରହିଛି। ଏଠାରେ ଡିଜେଲ ୧୦୮.୯୪ ଏବଂ ପେଟ୍ରୋଲ ୧୧୨.୯୨ ଟଙ୍କା ରହିଛି।  ସେହିଭଳି ଜଗତ୍‌ସିଂହପୁରରେ ପେଟ୍ରୋଲ ୧୦୬.୮୪ ଏବଂ ଡିଜେଲ ୧୦୩.୨୪ ଟଙ୍କା ଛୁଇଁଛି। ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ପ୍ରାୟ ୩୫ ପଇସା ବଢ଼ିଛି। ଦିଲ୍ଲୀରେ ପେଟ୍ରୋଲ ସର୍ବୋଚ୍ଚ ସ୍ତର ୧୦୬.୧୯ ଟଙ୍କା ଥିବା ବେଳେ ମୁମ୍ବାଇରେ ଏହା ୧୧୨.୧୧ ଟଙ୍କା ରହିଛି। ଏହି ୨ ସହରରେ ଡିଜେଲ ଦର ଯଥାକ୍ରମେ ୧୦୨.୮୯ ଏବଂ ୯୪.୯୨ ଟଙ୍କା ରହିଥିବା ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକ ପକ୍ଷରୁ ସୂଚନା ମିଳିଛି।
ରାଜସ୍ଥାନର ଗଙ୍ଗାନଗରରେ ପେଟ୍ରୋଲ ୧୧୮.୨୩ ଟଙ୍କା ଏବଂ ଡିଜେଲ ୧୦୯.୦୪ ଟଙ୍କା ଛୁଇଁଛି। ଓଡ଼ିଶା ସମେତ ମଧ୍ୟପ୍ରଦେଶ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଗୁଜରାଟ, ମହାରାଷ୍ଟ୍ର, ଛତିଶଗଡ଼, ବିହାର,କେରଳ, କର୍ନାଟକ, ଝାଡ଼ଖଣ୍ଡ, ଗୋଆ ଏବଂ ଲଦାଖ ଭଳି ସ୍ଥାନରେ ପେଟ୍ରୋଲ ୧୦୦ ଟଙ୍କା ପାର କରିଛି। ରାଜ୍ୟଗୁଡ଼ିକ ସ୍ତରରେ ଭାଟ୍‌ ଭିନ୍ନତା ଯୋଗୁ ଦେଶ ମଧ୍ୟରେ ତେଲ ଦର ଭିନ୍ନ ରହୁଛି। ଅନ୍ତର୍ଜାତୀୟ ବଜାରରେ ବୁଧବାର ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୮୪.୪୩ ଡଲାର ଛୁଇଁଛି। ଗତ ୭ ବର୍ଷ ମଧ୍ୟରେ ବ୍ରେଣ୍ଟର ଏହା ରେକର୍ଡ ସ୍ତର। ଗୋଟିଏ ମାସ ତଳେ ଏହା ୭୩.୯୨ ଡଲାର ସ୍ତରରେ ଥିଲା। ଭାରତ ଏହାର ଇନ୍ଧନ ଆବଶ୍ୟକତା ପୂରଣ ଲାଗି ପ୍ରାୟ ୮୦% ଅଶୋଧିତ ତେଲ ବିଦେଶରୁ ଆମଦାନୀ କରୁଛି। ଏଣୁ ଅନ୍ତର୍ଜାତୀୟ ବଜାରରେ ତେଲ ଦର ବଢ଼ିଲେ ଏହାର ପ୍ରଭାବ ତ୍ୱରିତ ଭାବେ ଭାରତ ବଜାର ଉପରେ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri