Categories: ଜାତୀୟ

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର: ୧୬ଦିନରେ ବଢ଼ିଛି ୧୦ଟଙ୍କା

ନୂଆଦିଲ୍ଲୀ,୬।୪: ଦେଶରେ କ୍ରମାଗତ ଭାବେ ତୈଳଦର ଆକାଶଛୁଆଁ ହେବାରେ ଲାଗିଛି। ବୁଧବାର ପେଟ୍ରୋଲ ଓ ଡିଜେଲ ଦର ପୁଣି ଥରେ ୮୦ ପଇସା ଲେଖାଏ ମହଙ୍ଗା ହୋଇଛି। ଗତ ୧୬ ଦିନ ମଧ୍ୟରେ ସମଗ୍ର ଦେଶରେ ତୈଳଦର ବୁଧବାରକୁ ମିଶାଇ ୧୪ଥର ବୃଦ୍ଧି ପାଇଛି। ଏହି ୧୪ ଦିନ ମଧ୍ୟରେ ଉଭୟ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଦାମ ପ୍ରାୟ ୧୦ ଟଙ୍କା ମହଙ୍ଗା ହୋଇଥିବା ଜଣାପଡ଼ିଛି। ତେବେ ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୫.୪୧ ଟଙ୍କା ଓ ଡିଜେଲ ଲିଟର ପିଛା ୯୬.୬୭ ଟଙ୍କାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ଦର ୮୫ ପଇସା ଓ ୮୪ ପଇସା ବୃଦ୍ଧି ପାଇଛି। ଫଳରେ ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ରେକର୍ଡ ଭାଙ୍ଗି ୧୨୦.୫୧ ଟଙ୍କା ଓ ଡିଜେଲର ଦାମ ୧୦୪.୭୭ ଟଙ୍କାରେ ପହଞ୍ଚିଛି। ଅନ୍ୟପଟେ ଗତ ୫ଦିନ ମଧ୍ୟରେ ସିଏନ୍‌ଜି ଦର ମଧ୍ୟ ୬.୬୦ ଟଙ୍କା ବୃଦ୍ଧି ପାଇଛି। ବର୍ତ୍ତମାନ ଦିଲ୍ଲୀରେ ସିଏନ୍‌ଜି ଦର କିଲୋ ପିଛା ୨.୫୦ଟଙ୍କା ବୃଦ୍ଧି ପାଇ ୬୬.୬୧ ଟଙ୍କା ହୋଇଛି। ଆଗକୁ ତୈଳଦର ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି।

Share