Posted inଜାତୀୟ

LPG ପରେ ଏବେ ପେଟ୍ରୋଲ-ଡିଜେଲକୁ ନେଇ ବଡ଼ ଖବର, ଜାରି ହେଲା ନୂଆ ମୂଲ୍ୟ

ନୂଆଦିଲ୍ଲୀ,୧।୮: ଆଜିଠାରୁ ନୂତନ ମାସ ଅର୍ଥାତ୍‌ ଅଗଷ୍ଟ ୧, ୨୦୨୬ର ଶୁଭାରମ୍ଭ ହୋଇଯାଇଛି। ସକାଳୁ ସକାଳୁ ଯେଉଁଠାରେ କମର୍ସିଆଲ ଏଲପିଜି ସିଲିଣ୍ଡରର ଦର ହ୍ରାସ ପାଇଥିବାର ଖବର ଆସିଲା, ସେହିପରି ଗାଡ଼ି ଚାଳକମାନଙ୍କ ନଜର ଏହି କଥା ଉପରେ ଥିଲା ଯେ ଆଜି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ମଧ୍ୟ କିଛି ଆଶ୍ୱସ୍ତି ମିଳିବ କି ନାହିଁ। ତେବେ ଆସନ୍ତୁ ଜାଣିବା ଯେ ଆଜି ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇଛି କି ନାହିିଁ?

ସରକାରୀ ତୈଳ କମ୍ପାନୀଗୁଡ଼ିକ (HPCL, BPCL, IOCL) ଅଗଷ୍ଟ ୧ ପାଇଁ ପେଟ୍ରୋଲ ଏବଂ ଡିଜେଲର ନୂତନ ରେଟ ଜାରି କରିଛନ୍ତି। ଆଶ୍ୱସ୍ତିର କଥା ଏହା ଯେ ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲର ମୂଲ୍ୟରେ ଉତ୍ଥାନ-ପତନ ସତ୍ତ୍ୱେ ଜାତୀୟ ସ୍ତରରେ ଜାଳେଣିର ଦରରେ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ। ତଥାପି, ସ୍ଥାନୀୟ ଟିକସ (VAT) ପାର୍ଥକ୍ୟ ହେତୁ କିଛି ସହରରେ ରେଟ୍‌ରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି।

ଦିଲ୍ଲୀରେ ଆଜି ପେଟ୍ରୋଲ ୧୦୨.୧୨ ଟଙ୍କା ପ୍ରତି ଲିଟର ଥିବାବେଳେ ଡିଜେଲ ୯୫.୨୦ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି। ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୧୧୧.୨୧ ଟଙ୍କା ପ୍ରତି ଲିଟର ଏବଂ ଡିଜେଲ ୯୭.୮୩ ଟଙ୍କା ପ୍ରତି ଲିଟରରେ ମିଳୁଛି।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ୍‌ CEO ରାଉଣ୍ଡଟେବୁଲ୍‌ ବୈଠକରେ ବଡ଼ ଘୋଷଣା କଲେ ମୋଦି, ୧ କୋଟି ଲୋକଙ୍କୁ…

ନୂଆଦିଲ୍ଲୀ,୧୬।୯: ‘ସେବା ତୀର୍ଥ’ରେ ବିଶ୍ୱର ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନୀଗୁଡ଼ିକର CEOଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ବୈଷୟିକ ଭବିଷ୍ୟତ ଗଠନ…

UPI ଚାର୍ଜ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବେ କି ସରକାର? ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ,୧୬।୯: ୨,୦୦୦ ଟଙ୍କାରୁ ଅଧିକ UPI କାରବାର ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (MDR) ଲାଗୁ ହେବା ନେଇ ଘୋଷଣା କରାଯାଇଛି । ତେବେ…

ସେନ୍ସର ବୋର୍ଡର ନୂଆ ଟିମ୍ ଘୋଷଣା: CBFCରେ ପ୍ରୀତି ଜିଣ୍ଟା, ସୁନୀଲ ଶେଟ୍ଟୀ ଓ ପଙ୍କଜ ତ୍ରିପାଠୀଙ୍କ ସହ ସାମିଲ ହେଲେ ଓଡ଼ିଆ ପୁଅ ନୀଳମାଧବ

ନୂଆଦିଲ୍ଲୀ,୧୬।୯: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସର୍ଟିଫିକେସନ୍ (CBFC) ବା ସେନ୍ସର ବୋର୍ଡର ନୂଆ ଟିମ୍ ଗଠନ କରିଛନ୍ତି। ସୂଚନା ଓ…

ବଡ଼ ଖବର! ଏହି ରାଜ୍ୟରେ ଅକ୍ଟୋବର ୧ରୁ ମିଳିବନି ପେଟ୍ରୋଲ୍-ଡିଜେଲ୍

ଚଣ୍ଡିଗଡ଼,୧୬।୯: ହରିୟାଣାରେ ୧ ଅକ୍ଟୋବର ୨୦୨୬ରୁ ଯାନବାହନ ଚଳାଚଳକୁ ନେଇ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏନ୍‌ସିଆର ଅଞ୍ଚଳରେ ପୁରୁଣା…

କନ୍ନଡ ଅଭିନେତା ଅନନ୍ତ ନାଗ୍‌ ପାଇବେ ଦାଦା ସାହେବ ଫାଲ୍‌କେ ଆୱାର୍ଡ

ନୂଆଦିଲ୍ଲୀ,୧୬।୯: ଭାରତୀୟ ସିନେମାରେ ନିଜର ଦୀର୍ଘ ଓ ସ୍ମରଣୀୟ ଅବଦାନ ପାଇଁ ଦାଦାସାହେବ ଫାଲ୍‌କେ ପୁରସ୍କାର ପାଇବେ କନ୍ନଡ଼ ସିନେମାର ଭେଟେରାନ୍‌ ଅଭିନେତା ଅନନ୍ତ ନାଗ ।…

ଦେଶରେ ହଇଚଇ! Gen-Z ଙ୍କୁ ନୂଆ ମେସେଜ୍ ଦେଲେ ଓୱେସି, ଯିଏ ସ୍ତ୍ରୀଙ୍କ କଥା ମାନି ଚଳେ….

ଭୋପାଳ,୧୬।୯: ୟୁନିଫର୍ମ ସିଭିଲ୍ କୋଡ୍ (UCC) ବିରୋଧରେ ଭୋପାଳରେ ଆୟୋଜିତ ରାଲିରେ AIMIM ମୁଖ୍ୟ ତଥା ଲୋକସଭା ଏମପି ଅସଦୁଦ୍ଦିନ ଓୱେସି Gen Z ଯୁବପିଢ଼ିଙ୍କୁ ସମ୍ବୋଧିତ…

ଆଶାକର୍ମୀଙ୍କୁ ବଡ଼ ଉପହାର, ୨ଗୁଣା ବଢିଲା ଦରମା; ଏବେ ମିଳିବ…

ନୂଆଦିଲ୍‌ଲୀ,୧୬।୯: ଆଶା କର୍ମୀ (ASHA Workers) ମାନଙ୍କୁ ଏକ ବଡ଼ ଉପହାର। ଦିଲ୍ଲୀ ସରକାର ଆଶା କର୍ମୀମାନଙ୍କୁ ମିଳୁଥିବା ମାସିକ ପ୍ରୋତ୍ସାହନ ଭତ୍ତାକୁ ୩,୦୦୦ ଟଙ୍କାରୁ ବୃଦ୍ଧି…

ନା ସ୍ମାର୍ଟଫୋନ ନା କାର୍ଡ; ପାପୁଲିରେ କରିବେ ପେମେଣ୍ଟ, UPI କୁ ଟକ୍କର ଦେବ ପାମ ସ୍କାନ!

ନୂଆଦିଲ୍‌ଲୀ,୧୬।୯: ଡିଜିଟାଲ ପେମେଣ୍ଟ ଦୁନିଆରେ ଯେଉଁଠି ଭାରତର ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ (UPI) ଆଜି ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି, ସେଇଠି ଚାଇନା କାରବାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?