Categories: ବାଣିଜ୍ୟ

ଆଜି ପୁଣି ବଢ଼ିଲା ତୈଳ ଦର, ଚିନ୍ତାରେ ଗ୍ରାହକ

ନୂଆଦିଲ୍ଲୀ,୨୯।୧୦: ସାରା ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି ତୈଳ ଦର। ଶୁକ୍ରବାର ପୁଣି ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ। ପେଟ୍ରୋଲ-ଡିଜେଲ ଲିଟର ପିଛା ୩୫ ପଇସା ଲେଖାଏ ବଢିଛି। ଏହି ବୃଦ୍ଧି ସହ ଦେଶରେ ତୈଳ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।

ଦେଶର ପ୍ରମୁଖ ପେଟ୍ରୋଲିୟମ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନ ଅନୁସାରେ, ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ପ୍ରତି ଲିଟର ପିଛା ୧୦୮.୬୪ ଟଙ୍କା ଏବଂ ଡିଜେଲ ୯୭.୩୭ ଟଙ୍କାକୁ ବୃଦ୍ଧି ପାଇଛି । ମୁମ୍ବାଇରେ ଏହି ତୈଳ ଦର ଯଥାକ୍ରମେ ୧୧୪.୪୭ ଟଙ୍କା ଏବଂ ୧୦୫.୪୯ ଟଙ୍କା ରହିଛି ।

ତେବେ ଚଳିତ ମାସରେ ପେଟ୍ରୋଲ ଏବଂ ଡିଜେଲ ଦାମରେ ରେକର୍ଡ ପରିମାଣର ବୃଦ୍ଧି ଆସିଛି । ଯେଉଁଠି ଦେଶର ପ୍ରମୁଖ ସହରଗୁଡିକରେ ପେଟ୍ରୋଲ ୧୦୦ ଟଙ୍କା ପାର୍‌ କରିଥିବାବେଳେ ଡିଜେଲ ମଧ୍ୟ ଶତକ ମୁହାଁ ହୋଇଛି । ଶ୍ରୀନଗର ଠାରୁ ଆରମ୍ଭ କରି ଚେନ୍ନାଇ ଯାଏଁ ଅନେକ ସହରରେ ଡିଜେଲ ଦାମ ୧୦୦ ଟଙ୍କା ଉପରେ ରହିଛି ।

Share