Categories: ଜାତୀୟ

ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ…

ନୂଆଦିଲ୍ଲୀ,୧୨।୧୧ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପଦରୁ ହଟାଇବାକୁ ନିର୍ଦ୍ଦେଶ ଦେବାକୁ କରାଯାଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ପିଟିଶନରେ ଦର୍ଶାଯାଇଥିଲା ଯେ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତି ଭାରତର ସମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରୁଛି।

ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ ଏମ.ଏମ ସୁନ୍ଦରେଶଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ ନିର୍ବାଚନ ପରେ ମେଣ୍ଟ ପାଇଁ ଦଳବଦଳ ଆଇନ ଏବଂ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ଏହି ଅନୁମତି ଦିଆଯାଇଛି। ଏହା ସହିତ ଖଣ୍ଡପୀଠ ଏହି ଜନସ୍ବାର୍ଥ ମାମଲାକୁ ଖାରଜ କରିଛନ୍ତି।

ଆବେଦନକାରୀ ଚନ୍ଦନ କୁମାର କୋର୍ଟଙ୍କୁ କହିଥିଲେ ଯେ ନୀତୀଶ କୁମାର ନିର୍ବାଚନ ପୂର୍ବରୁ ଭାଜପା ସହ ଏକ ମେଣ୍ଟ କରିଛନ୍ତି। ପରେ ସେ ଆରଜେଡି ସହିତ ମିଳିତ ଭାବେ ସରକାର ଗଠନ କଲେ, ଏହା ଭୋଟରଙ୍କ ସହିତ ଠକେଇ। ତେଣୁ ଭୋଟରଙ୍କୁ ପ୍ରତାରଣା କରିବା ଆଧାରରେ ତାଙ୍କୁ ପଦବୀରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯିବା ଉଚିତ। ଏହି ସମୟରେ ସେ ଦଳବଦଳ ଆଇନ ତଥା ଦଶମ ସୂଚୀରେ ସଂଶୋଧନ ପାଇଁ ଏକ ଆଇନ ପ୍ରଣୟନ କରିବାକୁ ସଂସଦକୁ ନିର୍ଦ୍ଦେଶ ଦେବାକୁ ଆବେଦନ କରିଥିଲେ।

Share